ଅଳ୍ପ ବିଦ୍ୟା ଭୟଙ୍କରୀ

ଆଜିକାଲି ଘରେ
ବସି ଖୁବ୍‌ ସହଜରେ ଇଣ୍ଟରନେଟ୍‌ରୁ ମିଳିପାରୁଛି ପ୍ରତ୍ୟେକ ବିଷୟରେ ସୂଚନା। ଯାହା ମଧ୍ୟରୁ କେତେକ ସୂଚନାରେ ରହୁଛି ଅଧା ସତ୍ୟ। ହେଲେ ଇଣ୍ଟରନେଟ୍‌ର ତଥ୍ୟକୁ ଅନ୍ଧଭାବେ ବିଶ୍ୱାସ କରୁଥିବା ଜନସାଧାରଣ ଏହି ସୂଚନାକୁ ହିଁ ସତ
ବୋଲି ମାନି ନେଉଛନ୍ତି। ଫଳରେ ସମାଜରେ ଅନେକ
ଭୁଲ୍‌ ତଥ୍ୟ ପ୍ରଚାରିତ ହେଉଛି।

ବର୍ତ୍ତମାନ ସମସ୍ତଙ୍କ ପାଖରେ ସମୟର ଅଭାବ। ଧୈର୍ଯ୍ୟର ସହିତ କୌଣସି କଥା ଶୁଣିବା, ପଢ଼ିବା ପାଇଁ ଯେମିତି କେହି ବି ପ୍ରସ୍ତୁତ ନାହାନ୍ତି। ସମସ୍ତଙ୍କୁ ଦରକାର ତତ୍‌କ୍ଷଣାତ୍‌ ସୂଚନା, ଆଉ ଯାହା ଘରେ ବସି ଖୁବ୍‌ ସହଜରେ ମିଳିଯାଉଛି ଇଣ୍ଟରନେଟ୍‌ରୁ। ହେଲେ ଏଥିରେ ମିଳୁଥିବା ପ୍ରତ୍ୟେକଟି ତଥ୍ୟ ଯେ ସମ୍ପୂର୍ଣ୍ଣ ଠିକ୍‌ ତା’ କହିବା କଷ୍ଟ। କାରଣ ଇଣ୍ଟରନେଟ୍‌ରେ ବର୍ତ୍ତମାନ ବହୁ ସଂଖ୍ୟାରେ ଏଭଳି ଓ୍ବେବ୍‌ସାଇଟ୍‌, ଚ୍ୟାନେଲ୍‌ ରହିଛି; ଯେଉଁମାନେ ବିନା ଯାଞ୍ଚରେ ଖବର ପରିବେଷଣ କରୁଛନ୍ତି। ସେମାନଙ୍କ ଦ୍ୱାରା ମିଳୁଥିବା ଖବରରେ ଅନେକ ସମୟରେ ଅଧା ସତ୍ୟ ରହୁଥିବା ବେଳେ କେତେକ ଭୁଲ୍‌ ବି ରହୁଛି। ଫଳରେ ସମାଜରେ ନା କେବଳ ଅନେକ ଭୁଲ୍‌ କଥା ପ୍ରଚାରିତ ହେଉଛି ବରଂ ଏଥିପାଇଁ ଅନେକ ସମସ୍ୟା ମଧ୍ୟ ଉପୁଜୁଛି। ତେବେ ଏଭଳି ପରିସ୍ଥିତି କେତେକ ଦିଗ ପ୍ରତି ଧ୍ୟାନ ଦେବା ନିହାତି ଅବଶ୍ୟକ…
ହଠାତ୍‌ କରନ୍ତୁନି ବିଶ୍ୱାସ: ସମୟ ଅଭାବରୁ ହେଉ ଅବା ଧୈର୍ଯ୍ୟ କମ୍‌ ହୋଇଥିବାରୁ ଅନେକେ ଅଧା କଥା ଶୁଣିଥାଆନ୍ତି। ଆଉ କେବେକେବେ ସାଙ୍ଗସାଥୀ, ପରିବାର କିମ୍ବା ପଡ଼ୋଶୀଙ୍କ ସହ କଥା ହେବା ବେଳେ ଏହି ଅଧା ସୂଚନା ଦେଇଥାଆନ୍ତି। ଫଳରେ ଅଧା ସତ୍ୟ କିମ୍ବା ଭୁଲ୍‌ ତଥ୍ୟ ପ୍ରଚାରିତ ହୁଏ। ହେଲେ ଇଣ୍ଟରନେଟ୍‌ର ବ୍ୟବହୃତଙ୍କ ସଂଖ୍ୟା ଖୁବ୍‌ ଅଧିକ ହୋଇଥିବାରୁ ଏଥିରେ ଏଭଳି କୌଣସି ଭୁଲ୍‌ ତଥ୍ୟ ବି ଅଧିକଙ୍କ ପାଖରେ ସହଜରେ ପହଞ୍ଚତ୍ୟାଏ। ତା’ଛଡ଼ା ନିଜ ଚ୍ୟାନେଲ୍‌ରୁ ଭ୍ୟୁ ବଢ଼ାଇ ଟଙ୍କା ରୋଜଗାର କରିବା ଆଳରେ ବି କେତେଜଣ ଏଭଳି କରୁଥିବାର ଦେଖିବାକୁ ମିଳୁଛି। ତେଣୁ ହଠାତ୍‌ କୌଣସି ତଥ୍ୟକୁ ବିଶ୍ୱାସ କରନ୍ତୁ ନାହିଁ। ସତ ଜାଣିବା ପାଇଁ ଏକାଧିକ ରେଜିଷ୍ଟର୍ଡ ନ୍ୟୁଜ୍‌ ସାଇଟ୍‌ କିମ୍ବା ଚ୍ୟାନେଲ୍‌ରୁ ତଥ୍ୟ ସଂଗ୍ରହ କରନ୍ତୁ।
ସ୍ବାସ୍ଥ୍ୟ ସୂଚନା ପ୍ରତି ସତର୍କ ରୁହନ୍ତୁ: ବର୍ତ୍ତମାନ ଇଣ୍ଟରନେଟ୍‌ରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଏବଂ ସୌନ୍ଦର୍ଯ୍ୟଜନିତ ସମସ୍ୟାର ଘରୋଇ ଉପଚାର ଉପଲବ୍ଧ। ଏହାକୁ ବିଶ୍ୱାସ କରି ଅନେକେ ତତ୍‌କ୍ଷଣାତ୍‌ ନିଜ ଉପଚାର ଆରମ୍ଭ କରିଦିଅନ୍ତି। କେବେକେବେ ଏହାର ସାଇଡ୍‌ ଇଫେକ୍ଟ ବା ପାର୍ଶ୍ୱ ପ୍ରତିକ୍ରିୟା ଜଟିଳ ରୂପ ନେଇଥାଏ। ଏହାର ଅର୍ଥ ନୁହେଁ ଯେ, ଇଣ୍ଟରନେଟ୍‌ରେ ସମସ୍ତ ତଥ୍ୟ ଭୁଲ୍‌, ହେଲେ କେତେକ ସାଇଟ୍‌ରେ ଏପରି ତଥ୍ୟ ଆସିଥାଏ। ତେଣୁ କୌଣସି ଅଜଣା ସାଇଟ୍‌ରୁ ଏଭଳି ତଥ୍ୟ ଦେଖିଲେ ତୁରନ୍ତ ବିଶ୍ୱାସ ନ କରି ଡାକ୍ତର କିମ୍ବା କୌଣସି ଏକ୍ସପର୍ଟଙ୍କ ପରାମର୍ଶ ନେଲେ ଭଲ।
ବଢ଼ୁଛି ଅପପ୍ରଚାର: ବର୍ତ୍ତମାନ ଇଣ୍ଟରନେଟ୍‌ରେ ବିଶେଷକରି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ଭିଡିଓର ଟ୍ରେଣ୍ଡ ଚାଲିଛି। ଯେଉଁଥିରେ ଅଧିକାଂଶ ଭିଡିଓ ଭୁଲ୍‌ ଅବା ପ୍ରାୟୋଜିତ। ତେଣୁ ଏଭଳି ଭିଡିଓ ବିଶେଷକରି କୌଣସି ବ୍ୟକ୍ତି ବିଶେଷ କିମ୍ବା ସମ୍ବେଦନଶୀଳ ଘଟଣାକୁ ନେଇ ଭିଡିଓ ଆପଣଙ୍କ ପାଖକୁ ଆସିଲେ ତୁରନ୍ତ ଅନ୍ୟମାନଙ୍କୁ ଫରଓ୍ବାର୍ଡ କରନ୍ତୁ ନାହିଁ। କାରଣ ଏହାଦ୍ୱାରା ସମାଜରେ ଭୁଲ୍‌ ତଥ୍ୟର ଅପପ୍ରଚାର ହୋଇଥାଏ। ଆବଶ୍ୟକ ସ୍ଥଳେ ଜଣେ ସଚେତନ ନାଗରୀକ ଭାବେ ଏଭଳି ଆଇଡିକୁ ବ୍ଲକ୍‌ କରିଦିଅନ୍ତୁ, ଯେପରି ପୁନର୍ବାର ଏଭଳି ଭୁଲ୍‌ ଭିଡିଓ ନ ଆସେ ଏବଂ ଅନ୍ୟମାନଙ୍କୁ ଏଭଳି ପୋଷ୍ଟ ସେୟାର ନ କରିବାକୁ ପରାମର୍ଶ ଦିଅନ୍ତୁ।

 

ପ୍ରିୟଙ୍କା ମନ୍ତ୍ରୀ (ଛାତ୍ରୀ, କେନ୍ଦ୍ରାପଡ଼ା)- ନିଜ ଓ୍ବେବ୍‌ସାଇଟ୍‌, ଚ୍ୟାନେଲ୍‌ ଅବା ସଂସ୍ଥାର ଲାଭ ପାଇଁ ଜନସାଧାରଣଙ୍କୁ ବୋକା ବନାଇବା ଆଦୌ ଠିକ୍‌ ନୁହେଁ। ଏହାଦ୍ୱାରା ସମାଜରେ ଅନେକ ବ୍ୟକ୍ତିବିଶେଷ ଠକାମିର ଶିକାର ହେଉଛନ୍ତି। ଉଦାହରଣ ସ୍ବରୂପ, ନବକଳେବର ସମୟରେ ଏକ ଶାଳଗ୍ରାମ ଫଟୋକୁ ବ୍ରହ୍ମଦାରୁ ଭାବେ ପ୍ରଚାର କରାଯାଇଥିଲା। ବିଶ୍ୱାସରେ ଲୋକ ଏହାକୁ ଦେଖିବା ସହ ଅନ୍ୟକୁ ଫରଓ୍ବାର୍ଡ କରିଥିଲେ। ଫଳରେ ଏହି ଭୁଲ୍‌ ତଥ୍ୟ ଦେଇଥିବା ବ୍ୟକ୍ତିଙ୍କୁ ଅଧିକ ଭ୍ୟୁ ମିଳିଲା ସତ, ହେଲେ ଲୋକଙ୍କ ଧର୍ମୀୟ ଭାବନାକୁ ଆଘାତ ପହଞ୍ଚତ୍ଲା। ସେହିପରି ଭ୍ୟୁ ବଢ଼ାଇବା ଲାଗି ଅନେକ ସମୟରେ କାଜଲ୍‌-ଅଜୟ ହୁଅନ୍ତୁ ଅବା ଐଶ୍ୱର୍ଯ୍ୟା- ଅଭିଷେକଙ୍କ ଭଳି ବଲିଉଡ୍‌ର ଚର୍ଚ୍ଚିତ ଦମ୍ପତିଙ୍କ ବିବାହ ବିଚ୍ଛେଦକୁ ନେଇ ଭୁଲ୍‌ ତଥ୍ୟ ପ୍ରଚାର କରୁଛନ୍ତି। ତେଣୁ ଏସବୁ ଖବର ସଂସ୍ଥା ଉପରେ ସରକାରୀ ଅଙ୍କୁଶ ଲାଗିବା ନିହାତି ଆବଶ୍ୟକ।
ସୁଧାଂଶୁ ଶେଖର ସାମଲ (କଟକ)-ଆଜି କାଲି ଇଣ୍ଟରନେଟ୍‌ରେ ଅନେକ ଫେକ୍‌ ନ୍ୟୁଜ୍‌ ଆସୁଛି। ସତ କ’ଣ ମିଛ କ’ଣ ଜାଣିବା ଲୋକଙ୍କ ପାଇଁ ଅସୁବିଧା ହେଉଛି। ଏମିତିରେ ମୁଁ ଏଣୁ ତେଣୁ ଚ୍ୟାନେଲ୍‌ ବଦଳରେ ସବୁବେଳେ ପ୍ରତିଷ୍ଠିତ ନ୍ୟୁଜ୍‌ ଚ୍ୟାନେଲ୍‌ ଗୁଡିକର ଖବର ଉପରେ ଧ୍ୟାନ ଦିଏ। ଆଉ ମୋ ପାଖକୁ ଆସୁଥିବା କୌଣସି ପୋଷ୍ଟ, ଭିଡିଓ କିମ୍ବା ଖବର ଫେକ୍‌ ଜଣିପାରିଲେ ଅନ୍ୟମାନଙ୍କୁ ଏନେଇ ସତର୍କ କରେ ଏବଂ ଏହି ପୋଷ୍ଟକୁ ଫରଓ୍ବାର୍ଡ ନ କରିବାକୁ ଅନୁରୋଧ କରେ। ମୋ ମତରେ ଯଦି ଏଭଳି ସଂସ୍ଥା, ବ୍ୟକ୍ତିବିଶେଷଙ୍କ ପାଇଁ ଖବର ପ୍ରସାରଣକୁ ନେଇ ଗାଇଡ୍‌ ଲାଇନ୍‌ ଏବଂ ଭୁଲ୍‌ ଖବର ପ୍ରଚାରକୁ ନେଇ ଦଣ୍ଡ ବ୍ୟବସ୍ଥା ଲାଗୁ ହୁଅନ୍ତା ତେବେ ଏଭଳି ସମସ୍ୟାକୁ ବହୁମାତ୍ରାରେ ନିୟନ୍ତ୍ରଣ କରାଯାଇପାରନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: କୋଲକାତାର କ୍ୟାପ୍ଟେନ ହେବେକି ରିଙ୍କୁ ସିଂ? KKRକୁ ପରାମର୍ଶ ଦେଲେ….

ନୂଆଦିଲ୍ଲୀ,୨୪।୩: ତିନିଥର ଚାମ୍ପିଅନ୍ କୋଲକାତା ନାଇଟ୍ ରାଇଡର୍ସ ପୁଣି ଥରେ ଅଜିଙ୍କ୍ୟ ରାହାଣେଙ୍କ ଅଧିନାୟକତ୍ୱରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି । ଗତ ସିଜନରେ କେକେଆରର ଅଧିନାୟକ…

କାତ୍ୟାୟନୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ବରୀ, ଦର୍ଶନ ପାଇଁ ସକାଳୁ ସକାଳୁ ଭକ୍ତଙ୍କ ଭିଡ଼

ବରଗଡ଼,୨୪।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଜାରି ରହିଛି। ଷଷ୍ଠ ଦିବସ ମଙ୍ଗଳବାରରେ ଦେବୀ କାତ୍ୟାୟନୀ ବେଶରେ ଦର୍ଶନ ଦେଇଛନ୍ତି…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri