Categories: ଫୁରସତ

ମୁଁ ସ୍ବାମୀ ପାଖକୁ ଯିବି: କହୁଛି ଏହି କୁନି ଝିଅ

ଜଣେ କୁନି ଝିଅର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କୁନି ଝିଅଟି କାନ୍ଦି କାନ୍ଦି ମା’ଙ୍କୁ ଏମିତି କିଛି କହିଲେ ଯାହାକୁ ଶୁଣିବା ପରେ ସମସ୍ତେ ହସି ହସି ଗଡ଼ିଯାଉଛନ୍ତି। ଝିଅଟି କାନ୍ଦି କାନ୍ଦି କହୁଛି, ମତେ ମୋ ସ୍ବାମୀ ପାଖକୁ ଯିବାକୁ ହେବ…ଏହା ଶୁଣିବା ପରେ ସେଠାରେ ଉପସ୍ଥିତ ମହିଳାମାନେ ହସିବାକୁ ଲାଗୁଛନ୍ତି। ଏହି ଭିଡିଓକୁ ବହୁତ ପସନ୍ଦ ମଧ୍ୟ କରାଯାଉଛି।
ଭିଡିଓରେ ଦେଖିବାକୁ ମିଳୁଛି ଯେ, ଝିଅଟି ଭୂମିରେ ବସି କାନ୍ଦୁଛି। ତାଙ୍କ ମା’ କାନ୍ଦିବାର କାରଣ ପଚାରିବା ମାତ୍ରେ ସେ କହୁଛି, ମୋତେ ମୋ ସ୍ବାମୀଙ୍କ ପାଖକୁ ଯିବାକୁ ହେବ। ଏହା ଶୁଣିବା ପରେ ତାଙ୍କ ମା’ କହୁଛନ୍ତି, ତୁମର ସ୍ବାମୀ କିଏ? ଉତ୍ତରରେ ସେ ମାମୁ ବୋଲି କହୁଛନ୍ତି। ପରେ ମା’ କହୁଛନ୍ତି ମାମୁଙ୍କ ସ୍ତ୍ରୀ ମାଇଁ। ଏହା ପରେ ପିଲାଟି ଜୋରରେ କାନ୍ଦିବାକୁ ଲାଗୁଛି ଏବଂ ସ୍ବାମୀ ପାଖକୁ ଯିବାକୁ ଜିଦି କରୁଛି।

Share