ଆଇସ୍‌କ୍ରିମ କାଠିରେ କୁନି ଗଣେଶ

ପୁରୀ ଅଫିସ,୨୦ା୮: ଆଇସ୍‌କ୍ରିମ କାଠିକୁ ନେଇ ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସରେ ନିଜ ନଁ। ସ୍ଥାନିତ କରିସାରିଥିବା ପୁରୀ କୁମୁଟିପାଟଣାର ୧୯ ବର୍ଷୀୟ ଛାତ୍ର ବିଶ୍ୱଜିତ ନାୟକଙ୍କ ନଜର ଏବେ ଏସିଆ ବୁକ୍‌ ଅଫ୍‌ ରେକଡର୍‌ସ ଉପରେ। ଏଥିରେ ନିଜ ନଁ।କୁ ସାମିଲ କରିବା ପାଇଁ ପୁଣି ଆଇସ୍‌କ୍ରିମ କାଠିରେ ତିଆରି କରିଛନ୍ତି କୁନି ଗଣେଶ। ସେ ୫,୫୭୫ ଖଣ୍ଡ ଆଇସ୍‌କ୍ରିମ୍‌ କାଠିରେ ଅତି ସୁ୍‌ନ୍ଦର ଗଣେଶ ତିଆରି କରି ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି। ଏସିଆ ବୁକ୍‌ ଅଫ୍‌ ରେକଡର୍‌ସ ପାଇଁ ସେ ଆବେଦନ କରିଥିବା ବିଶ୍ୱଜିତ ସୂଚନା ଦେଇଛନ୍ତି।
ଏ ସମ୍ପର୍କରେ ଡିପ୍ଲୋମା ଦ୍ୱିତୀୟ ବର୍ଷର ଛାତ୍ର ବିଶ୍ୱଜିତ୍‌ କହିଛନ୍ତି, ପୂର୍ବରୁ ଗତ ଜୁନ୍‌ ମାସରେ ୨,୫୭୫ଟି ଆଇସ୍‌କ୍ରିମ କାଠିରେ ୨୭ ଇଞ୍ଚ ଉଚ୍ଚତା ଓ ୨୨ ଇଞ୍ଚ ଚଉଡ଼ା ବିଶିଷ୍ଟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କ୍ଷୁଦ୍ର ନନ୍ଦିଘୋଷ ରଥ ତିଆରି କରିଥିଲେ। ଏହାକୁ ସମ୍ପୂର୍ଣ୍ଣ କରିବାକୁ ତାଙ୍କୁ ୧୦ ଦିନ ସମୟ ଲାଗିଥିଲା। ଏଥିପାଇଁ ସେ ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସରେ ନିଜ ନଁ। ସାମିଲ କରିସାରିଛନ୍ତି। ତେଣୁ ଏସିଆ ବୁକ୍‌ ଅଫ୍‌ ରେକଡର୍‌ସ ପାଇଁ ସେ ୫,୫୭୫ ଖଣ୍ଡ ଆଇସ୍‌କ୍ରିମ୍‌ କାଠିରେ ୫୫ ଇଞ୍ଚ ଉଚ୍ଚତା ଏବଂ ୩୩ ଇଞ୍ଚ ଚଉଡ଼ାର ଗଣେଶ ତିଆରି କରିଛନ୍ତି। ଏଥିପାଇଁ ତାଙ୍କୁ ୩୦ ଦିନ ସମୟ ଲାଗିଛି। ଏସିଆ ବୁକ୍‌ ଅଫ୍‌ ରେକଡର୍‌ସ ପାଇଁ ସେ ଆବେଦନ କରିଛନ୍ତି। ତାଙ୍କୁ ତଥ୍ୟ ପ୍ରମାଣ ମଗାଗଲେ ସେ ପ୍ରଦାନ କରିବେ ବୋଲି ବିଶ୍ୱଜିତ କହିଛନ୍ତି। ସୂଚନାଥାଉ କି, ସପ୍ତମ ଶ୍ରେଣୀରେ ବିଶ୍ୱଜିତ ପଢୁଥିବାବେଳେ ଆଇସ୍‌କ୍ରିମ୍‌ କାଠିରେ ସିଂହାସନ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ବସାଇଥିଲେ ଯାହା ବେଶ୍‌ ଆକର୍ଷଣୀୟ ହୋଇଥିଲା। ପରିବାର, ସମ୍ପର୍କୀୟ ଏହାକୁ ଦେଖିବା ପରେ ତାଙ୍କୁ ପ୍ରେରଣା ଦେଇଥିଲେ। ତେଣୁ ସେ ଆଗକୁ ବଢିବାକୁ ସ୍ବପ୍ନ ଦେଖିଥିଲେ ବୋଲି ବିଶ୍ୱଜିତ କହିଛନ୍ତି।