‘ସାହିତ୍ୟକୁ ଏକ ଅନ୍ବେଷଣ ଭାବେ ଗ୍ରହଣ କରିବା ଆବଶ୍ୟକ’

ଓଡ଼ିଆ ଭାଷା ସାହିତ୍ୟକୁ ସ୍ବତନ୍ତ୍ର ଅବଦାନ ଦେଇଛନ୍ତି ପ୍ରାବନ୍ଧିକ ଚନ୍ଦ୍ରଶେଖର ହୋତା। ୧୯୮୫ ଜୁଲାଇ ୧ରେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ଗୁରୁଜିଭଟ୍ଟା ଗ୍ରାମରେ ଜନ୍ମଗ୍ରହଣ କରିଥିବା ହୋତାଙ୍କ ବହୁ ପ୍ରବନ୍ଧ ବେଶ୍‌ ପାଠକୀୟ ଆଦୃତି ଲାଭ କରିଛି। ‘କଳ୍ପନା, ଅନୁଭବ ଓ ସାହିତ୍ୟ’, ‘ଷଡଜ’, ‘ଗାନ୍ଧୀ କବିତା’, ‘କୋଣାର୍କ ପତ୍ରିକାର ନିର୍ବାଚିତ ପ୍ରବନ୍ଧ’ ହେଉଛି ତାଙ୍କର ଅନବଦ୍ୟ କୃତି ମଧ୍ୟରୁ ଅନ୍ୟତମ। ଜଣେ ବିଶିଷ୍ଟ ସାରସ୍ବତ ସାଧକ ଭାବେ ‘ଗୋକର୍ଣ୍ଣିକା ପ୍ରବନ୍ଧ ସମ୍ମାନ’, ‘ସାରସ୍ବତ ସମ୍ମାନ’, ‘ମହୁରି ସମ୍ମାନ’ ଭଳି ଅନେକ ସମ୍ମାନର ଅଧିକାରୀ ହୋଇପାରିଛନ୍ତି। ପିଲାଟିବେଳୁ ସାହିତ୍ୟ ପ୍ରତି ରୁଚି ରଖିଥିବା ଚନ୍ଦ୍ରଶେଖର ପେସାରେ ଜଣେ ପୋଲିସ ଅଧିକାରୀ। ବର୍ତ୍ତମାନ ସେ ନବରଙ୍ଗପୁର ଡିଏସ୍‌ପି ଅଛନ୍ତି। ତେବେ ‘ଚେତନାର ଅନ୍ବେଷଣ’ ପ୍ରବନ୍ଧ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀର ସମ୍ମାନଜନକ ‘ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର’ ପାଇବାକୁ ମନୋନୀତ
ହୋଇଥିବାରୁ ତାଙ୍କ ସହ ‘ଧରିତ୍ରୀ’ର ସ୍ବତନ୍ତ୍ର ଆଳାପ।

 

ପୁରସ୍କାର ସମ୍ପର୍କରେ ଜାଣିବା ପରେ କେମିତି ଲାଗୁଛି?
ବହୁତ ଖୁସି ଲାଗୁଛି। ମୋର କିଛି ବନ୍ଧୁ ପ୍ରଥମେ ମତେ ଏ ବିଷୟରେ ଖବର ଦେଇଥିଲେ। ତେବେ ଏନେଇ ଏକାଡେମୀକୁ ଧନ୍ୟବାଦ ଅର୍ପଣ କରିବାକୁ ଚାହିଁବି।
ଜଣେ ପୋଲିସ୍‌ ଅଧିକାରୀ ହୋଇ ସାହିତ୍ୟକୁ କିପରି ଭଲ ପାଇଲେ?
ଛୋଟବେଳୁ ସାହିତ୍ୟ ପ୍ରତି ମୋର ଆଗ୍ରହ ରହିଥିଲା। ବାପା ପଣ୍ଡିତ ଶମ୍ଭୁଧର ହୋତା ପ୍ରାଚୀନ ସାହିତ୍ୟର ଜଣେ ପଣ୍ଡିତ ତଥା ପ୍ରବଚକ। ତେଣୁ ତାଙ୍କ ପାଖରୁ ସାହିତ୍ୟ ପାଇଁ ପ୍ରେରଣା ପାଇଥିଲି। ହାଇଦ୍ରାବାଦରେ ଏମ୍‌.ଏ. କରି ଓଡ଼ିଶା ଆସିବା ପରେ ଦେଖିଲି ଯେ, ବହୁ ସାହିତି୍ୟକ ପ୍ରବନ୍ଧ ସାହିତ୍ୟରେ ବେଶି ମନୋନିବେଶ କରୁନାହାନ୍ତି। ତା’ପରେ ଧୀରେ ଧୀରେ ପ୍ରବନ୍ଧ ସାହିତ୍ୟ ପ୍ରତି ମୋର ଆଗ୍ରହ ବଢିଥିଲା।
ପ୍ରଫେଶନ ଓ ପ୍ୟାଶନ ଭିତରେ କେମିତି ସମନ୍ବୟ ରକ୍ଷା କରନ୍ତି?
ଏଥିପାଇଁ ମତେ ବହୁତ କଷ୍ଟ କରିବାକୁ ପଡିଛି। ବହୁତ କିଛି ହରାଇଛି। ଜଣେ ପୋଲିସ ଅଧିକାରୀ ହୋଇଥିବାରୁ ସମୟ ବହୁତ କମ୍‌ ମିଳିଥାଏ। ତେବେ ପ୍ରତିଦିନ ଭୋର୍‌ ୪ଟାରୁ ୭ଟା ପର୍ଯ୍ୟନ୍ତ ସାହିତ୍ୟ ସାଧନା କରିଥାଏ।
‘ଚେତନାର ଅନ୍ବେଷଣ’ ପ୍ରବନ୍ଧରେ କ’ଣ ବିଶେଷତ୍ୱ ରହିଛି?
ଏହା ମୋର ୪/୫ବର୍ଷ ସାଧନାର ଫଳ। ଏଥିରେ ୧୦ଟି ପ୍ରବନ୍ଧ ରହିଛି। ‘ଯନ୍ତ୍ରଣାର ଆନନ୍ଦ’, ନୀରବତାର ଦୁଃଖ, ପ୍ରଜ୍ଞାର ସଂଜ୍ଞା, ଭୀମଭୋଇଙ୍କ ନିର୍ଗୁଣ ଚେତନା ଭଳି ନିଦା ପ୍ରବନ୍ଧ ରହିଛି।
ସାହିତ୍ୟକୁ ନେଇ ଆଗାମୀ ଯୋଜନା କ’ଣ ରହିଛି?
ଏବେ ମୁଁ ‘କବିତାର ଭାଷା’ ନାମକ ଏକ ବହି ଲେଖୁଛି। ଏହାଛଡା କବି ବିନୋଦ ନାୟକଙ୍କ ଉପରେ ଏକ ଦୀର୍ଘ ପ୍ରବନ୍ଧ ଏବଂ ସଚ୍ଚି ରାଉତରାୟଙ୍କ ଉପରେ ଏକ ଆଲୋଚନା ଆରମ୍ଭ କରିଛି।
ଆଗାମୀ ପ୍ରବନ୍ଧକାରଙ୍କ ପ୍ରତି କ’ଣ ସନ୍ଦେଶ ଦେବେ?
ମୋର ସେତେ ବିଜ୍ଞତା ନାହିଁ ଯେ ମୁଁ କିଛି ସନ୍ଦେଶ ଦେବି। ତେବେ ଆମେ ଆମର ସାଧନାକୁ ଜାରି ରଖିବା ଦରକାର। ସାହିତ୍ୟକୁ ଏକ ପ୍ରତ୍ୟାଶା ନ ଭାବି ଏକ ଅନ୍ବେଷଣ ଭାବେ ଗ୍ରହଣ କରିବା ଦରକାର। ଯେତେ ବେଶି ଆମେ ସାହିତ୍ୟ ପଢିବା, ସେତେ କମ୍‌ ଲେଖିବାର ଆବଶ୍ୟକତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri