Posted inଫୁରସତ

ସାହିତ୍ୟ ମୋ ପ୍ରେମ ଓ ବଞ୍ଚିବାର ଆଶ୍ରା

ସ୍କୁଲ ବୟସରୁ ସେ ବିଭିନ୍ନ ଘଟଣାକୁ ନେଇ ଗପ ଲେଖିବା ଆରମ୍ଭ କରିଥିଲେ । ଯାହା ତାଙ୍କୁ ସମୟକ୍ରମେ ଜଣେ ଭଲ ସାହିତି୍ୟକାର ପରିଚୟ ଦେଲା। ଅଧ୍ୟାପିକା ଭାବେ ଶିକ୍ଷାଦାନକୁ ସେ ବୃତ୍ତିଭାବେ ଗ୍ରହଣ କରିଥିବା ବେଳେ ଗଳ୍ପ ଓ ଉପନ୍ୟାସ ଲେଖିବାର ନିଶା ତାଙ୍କୁ ଦେଇଛି ସ୍ବତନ୍ତ୍ର ପରିଚୟ। ସେ ହେଲେ ମହାଶ୍ୱେତା ସାହୁ। ମାତା- ଚିତ୍ରରେଖା ସାହୁ, ପିତା-ବିଦ୍ୟାଧର ସାହୁ।   ବର୍ତ୍ତମାନ ସେ ରାଉରକେଲା ସୁଶୀଳାବତୀ ସରକାରୀ ମହିଳା ମହାବିଦ୍ୟାଳୟ ଓଡ଼ିଆ ବିଭାଗରେ ଅଧ୍ୟାପିକା। ସେ କୁହନ୍ତି, ଲକ୍ଷ୍ମୀଧର ମ୍ୟୁନିସିପାଲ  ଉଚ୍ଚବିଦ୍ୟାଳୟରୁ ସ୍କୁଲ ଶିକ୍ଷା ପରେ ରମାଦେବୀ ମହିଳା ମହାବିଦ୍ୟାଳୟରୁ ସ୍ନାତକ ଓ ପରେ ଓଡ଼ିଆ ଭାଷା ସାହିତ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ହାସଲ କରିଥିଲି। କିନ୍ତୁ ୯ମ ଶ୍ରେଣୀରେ ପଢୁଥିବା ବେଳେ ମୋର ପାରିପାର୍ଶ୍ୱିକ ପରିସ୍ଥିତି  ମୋତେ ଲେଖାଲେଖି ପାଇଁ ପ୍ରେରଣା ଦେଇଥିଲା। ସତକଥା କହିଲେ ମୁଁ ଲେଖେ ନାହିଁ, ମୋ ଦ୍ୱାରା ଲେଖା ହୁଏ। ଲାଗେ ଯେମିତି ଗଳ୍ପ ଲେଖିଲା ବେଳେ  କିଛି ଗୋଟେ ଅଦୃଶ୍ୟ ସତ୍ତା ମୋତେ ଆକ୍ତାମାକ୍ତା କରେ। ସେତେବେଳେ ମୋ ଭିତରେ ମୁଁ ହୋଇ ରହେ ନାହିଁ। ୧୯୯୪ ମସିହାରୁ ମୋର ସାହିତ୍ୟ ସାଧନା ଆରମ୍ଭ।
୨୦୦୦ମସିହାରେ ସୁଚରିତାକୁ ପ୍ରଥମେ ଗୋଟିଏ ଗଳ୍ପ ‘ରୀନା’ ଦେଇଥିଲି। ତାହା ପୂଜା ସଂଖ୍ୟାରେ ପ୍ରକାଶିତ ହୋଇଥିଲା। ଏହି ଲେଖାକୁ ନେଇ ପଦ୍ମଶ୍ରୀ ରମାକାନ୍ତ ରଥ ଏକ ଚିଠି ଦେଇଥିଲେ। ଯେଉଁଥିରେ ମୁଁ ବହୁତ ଉତ୍ସାହିତ ହୋଇଥିଲି। ପୁଣି ଗଳ୍ପକୁ ନେଇ ଏକ ପୁରସ୍କାର ପାଇବାର ଦୁଇଦିନ ପୂର୍ବରୁ  ଗାଳ୍ପିକ ବିଜୟକୃଷ୍ଣ ମହାନ୍ତି ମୋତେ  ଦେଖିବାକୁ ଚାହିଁଲେ ମୁଁ  କିଏ ? ସେତେବେଳକୁ ସେ ଜାଣନ୍ତି ନାହିଁ ଯେ ମୁଁ ଜଣେ ଛାତ୍ରୀ ବୋଲି  କିନ୍ତୁ ତାଙ୍କୁ ଯେତେବେଳେ  ଭେଟିବାକୁ ଗଲି ସେ ତାଙ୍କ ଚେୟାରରୁ ଉଠି ଆସି  ମୋ ହାତ ଧରି  ଭୋ…ଭୋ ହୋଇ କାନ୍ଦି ପକାଇଥିଲେ।  କୋହ ଓ ବାଷ୍ପରୁଦ୍ଧ କଣ୍ଠରେ କହିଲେ ସତ କହିଲ ମା’ ରୀନା କ’ଣ ଫେରାଇ ନେବନି …।  ଜାଣ ମୋ ଘରେ ରୀନା ଗୋଟେ ଅଛି। ସେଦିନ ତାଙ୍କର ଲୁହ ଦେଖି  ମୋ ଲୁମ ଟାଙ୍କୁରି ଯାଇଥିଲା। ସେ କହିଲେ ଏ ଗପ ଚୟନ କରିବା ବେଳେ ପଢି ବହୁତ କାନ୍ଦିଲି। ପରେ ବ୍ରହ୍ମୋତ୍ରୀ ମହାନ୍ତି, ତାଙ୍କ ପତ୍ନୀ ମଧ୍ୟ  କହିଲେ ଏହି ଗପ ପଢି ମୁଁ କାନ୍ଦି ପକାଇଲି। ତେବେ ପ୍ରତ୍ୟୁତ୍ତରରେ ମୁଁ କ’ଣ କହିବି ଜାଣିପାରି ନ ଥିଲି। ଏହାଥିଲା ମୋ ଗଳ୍ପ ଲେଖାର ସ୍ବତନ୍ତ୍ରତା । ଏଯାଏ ପ୍ରାୟ ଶତାଧିକ ଗଳ୍ପ ଲେଖିସାରିଲିଣି। ଗଳ୍ପ ନେଇ ପ୍ରକାଶିତ ହୋଇଥିବା ପୁସ୍ତକ ମଧ୍ୟରେ-ବିଶାଦ ବୃତ୍ତର ରାଜପୁତ୍ର, ପ୍ରେମିକା, ଅବ୍ୟକ୍ତ ନୀରବତା, ପୁନଶ୍ଚ ବଳୀଦତ୍ତ, ଏବଂ ଅବଶିଷ୍ଟ, ଯେତେସବୁ ପାରିପାର୍ଶ୍ୱିକ ଆଦି ଅନ୍ତର୍ଭୁକ୍ତ। କବିତାରେ ମାଟିର ଝରକା,  ଉପନ୍ୟାସ ମଧ୍ୟରେ- ଦର୍ପଣର ଛାଇ, ପାପୁଲିଏ କ୍ଷତ, ରକ୍ତଝୋଟି, ଅନ୍ଧାରର ଇନ୍ଦ୍ରଧନୁ, ସିଲହଟ୍‌ରେ ସକାଳ, ଈଶ୍ୱର ମରି ଯିବାପରେ, ମର୍ଡର, ମଗ୍ନ ମାଟିର ବାସ୍ନା, ଧୂସର ଯନ୍ତ୍ରଣା ଆଦି ରହିଛି । ସେହିପରି ପ୍ରବନ୍ଧଭାବେ- ସାହିତ୍ୟ ମନୀଷା, ପ୍ରତିଯୋଗିତା ଓଡ଼ିଆ ଭାଷା ସାହିତ୍ୟ ଓ ବ୍ୟାକରଣ ଆଦି ରହିଛି।
ସାହିତ୍ୟ ସାଧନା ପାଇଁ ମୋତେ  ରବି ପଟ୍ଟନାୟକ ସ୍ମୃତି ଗଳ୍ପ ପୁରସ୍କାର, ଓଡ଼ିଶା ବହିମେଳା ୪ର୍ଥ ଗାଳ୍ପିକ ପୁରସ୍କାର,  ଲେଖାଲେଖି ଯୁବ ଗାଳ୍ପିକ ପୁରସ୍କାର, ଦୁର୍ଗାମାଧବ ସ୍ମୃତି ଗଳ୍ପ ସମ୍ମାନ, କାଦମ୍ବିନୀ ଗଳ୍ପ ଉନ୍ମେଷ ପୁରସ୍କାର, ଗିରିଜା ଶଙ୍କର  ପ୍ରବନ୍ଧ ସ୍ମୃତି ପୁରସ୍କାର,  ସୁଚିତ୍ରା ସମ୍ମାନ, କଳିଙ୍ଗ ଲିଟରାରି ଯୁବପୁରସ୍କାର, କଥାକଳିକା ଯୁବ ଗାଳ୍ପିକ ଆଦି ଅନେକ ପୁରସ୍କାର ଓ ସମ୍ମାନ ମିଳିଛି। ସାହିତ୍ୟ ମୋ ପାଇଁ ସହଜାତ, ପ୍ରେମ ଓ ବଞ୍ଚତ୍ବାର ଆଶ୍ରା। ନିଜକୁ ଏଥିରେ ହଜାଇବା ବେଳେ ସାହିତ୍ୟ ମୋତେ ଖୋଜି ଆଣିଛି ତା’ ଆଡ଼କୁ।
 -ବନବିହାରୀ ବେହେରା।

Enter your email to get our daily news in your inbox.

All Right Reserved By Dharitri.Com

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପ୍ରଥମ ରୋଜଗାର ଟଙ୍କା ବାପା-ବୋଉ ହାତକୁ ବଢାଇ ଦେବାର ସତ୍‌ ସାହସ ନ ଥିଲା: ପରେ ମୋ ପଇସାରେ ବାପାଙ୍କ ଲୋନ୍‌ କ୍ଲିଅର କରିଥିଲି

ଏତେ ବର୍ଷ ପରେ ନିଜ ପହିଲି ରୋଜଗାରର ପୁଲକ ବିଷୟରେ କିଛି ଲେଖିବାକୁ ଆରମ୍ଭ କଲା ବେଳେ ଟିକେ ଭାବପ୍ରବଣ ହୋଇ ଉଠୁଛି ମନ। ଦୃଶ୍ୟପଟ୍ଟରେ ଭାସି…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

ଏହି ଗାଁରେ ଦୁଇ ମହଲା ଘର ତିଆରି କରିବାକୁ ଡରନ୍ତି ଗ୍ରାମବାସୀ, କାରଣ ଜାଣିଲେ…

ଭାରତରେ ଅନେକ ଗାଁ ରହିଛି। ଗାଁରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ବି ଶୁଣିବାକୁ ମିଳେ। ପ୍ରତ୍ୟେକ ଗାଁର ନିଜସ୍ବ ପରମ୍ପରା ଏବଂ ସଂସ୍କୃତି ଅଛି। ଏପରି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri