ବାପା ଲଗାଇଥିବା ଲିଚୁ, ଆମ୍ବ ଏବେ…

ଖଜୁରିପଡ଼ା,୧୨ା୫ ( ବିଦୁର ବେହେରା): ବାପା ଲଗାଇଥିବା ଲିଚୁ ଏବଂ ଆମ୍ବ ଏବେ ଆମ ପରିବାରକୁ ରୋଜଗାର ଦେଉଛି। ଲିଚୁ ଓ ଆମ୍ବ ବିକ୍ରି କରି ବେଶ ଦୁଇ ପଇସା ଅର୍ଜନ କରି ଆମ ପରିବାର ହସ ଖୁସିରେ ଚାଲିଛି ବୋଲି କହିଛନ୍ତି ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଦଳ ପଡ଼ା ପଞ୍ଚାୟତର ଲମ୍ବା ବାଡ଼ି ଗ୍ରାମର ଲଲିନି କାନ୍ତ କହଁର। ବୟସ ୫୨ ବର୍ଷ।

ପରିବାର କହିଲେ ସ୍ତ୍ରୀ ଓ ଝିଅ ପୁଅ ୪ଜଣ ସଦଶ୍ୟ। ପୁଅ ଉଦିତ ନାରାୟଣ କହଁର ଏବେ ଗ୍ରାଜୁଏଶନ ପଢି ଭୁବନେଶ୍ୱରଠାରେ କମ୍ପ୍ୟୁଟର ପାଠପଡୁଛି। ଘରକୁ ଆସିଲେ ଚାଷ କାମରେ ସାହାଯ୍ୟ କରନ୍ତି। ଝିଅ ପଢ଼ା ସାରି ଏକ ସଂସ୍ଥାରେ ଚାକିରି କରୁଛନ୍ତି। ଘର କାମରୁ ସମୟ ମଳିଲେ ସ୍ତ୍ରୀ ଲଳିତା ଚାଷ କାମରେ ସାହାଯ୍ୟ କରନ୍ତି। ଲଳିନିକାନ୍ତଙ୍କ କହିବା ଅନୁଯାୟୀ ତାଙ୍କ ବାପା ଚକ୍ର ମଣି କହଁର ୨ ଏକର ଜମିରେ ଲିଚୁ ଏବଂ ଆମ୍ବ ଗଛ ଲଗାଇଥିଲେ। ସେହି ଗଛରୁ ଲିଚୁ ଏବଂ ଆମ୍ବ ସଂଗ୍ରହ କରି ଫୁଲବାଣୀ ବଜାରରେ ଲିଚୁ କିଲୋ ୨୦୦ ଟଙ୍କାରେ ଏବଂ ଆମ୍ବ ୫୦ରୁ ୧୦୦ ଟଙ୍କା ଭିତରେ ବିକ୍ରି କରି ପରିବାରର ଗୁଜୁରାଣ ମେଣ୍ଟାଉଛନ୍ତି।

ଧାନ, ମାଣ୍ଡିଆ ସହିତ ପନିପରିବା ଚାଷ କରି ତାହା ମଧ୍ୟ ବଜାରରେ ନେଇ ବିକ୍ରି କରନ୍ତି। ଚାଷୀଙ୍କୁ ଚାଷ କ୍ଷେତ୍ରରେ ଆଗ୍ରହ କରିବା ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି। ତେଣୁ ଆଜିର ଯୁବପିଢ଼ି ଚାଷ ପ୍ରତି ଆଗ୍ରହ କରି ଚାଷ କଲେ ଭଲ ରୋଜଗାର କରିପାରନ୍ତେ। ସେ ସରକାରଙ୍କୁ ଅନୁରୋଧ କରି କହିଛନ୍ତି ଯେ, କୂପଟିଏ ଯୋଗାଇ ଦେଲେ ଚାଷ କରିବା ସମୟରେ ପାଣି ସମସ୍ୟା ରହନ୍ତା ନାହିଁ। ତାଙ୍କ ବାଡ଼ି ବଗିଚାର ଲିଚୁ ମିଠା ଓ ସୁଆଦିଆ ଥିବାରୁ ଗ୍ରାହକଙ୍କ ଭିଡ ଲାଗିଥାଏ। ଲିଚୁ ଫଳ ତାଙ୍କୁ ଅଞ୍ଚଳରେ ଏକ ସ୍ବତନ୍ତ୍ର ପରିଚୟ ଦେଉଛି ଏବଂ ଭଲ ରୋଜଗାର ବି ଦେଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri