ସମୀର ଦାସଙ୍କ ସମେତ ୩ ବିଧାୟକଙ୍କ ଟିକେଟ୍‌ କାଟିଲା ବିଜେଡି

ଭୁବନେଶ୍ୱର, ୧୭।୪: ପଞ୍ଚମ ପର୍ଯ୍ୟାୟ ବିଧାନସଭା ତାଲିକାରେ ବିଜେଡି ଆଜି ଆଉ ୯ ଜଣ ବିଧାୟକ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି। ଏଥିରେ ପୂର୍ବତନ ମନ୍ତ୍ରୀ ସମୀର ଦାସଙ୍କ ନାଁ ନାହିଁ। ଏଥିସହ ବିଜେଡି ନିମାପଡ଼ାରେ ପ୍ରାର୍ଥୀ ବଦଳାଇଛି। ସମୀର ଦାସଙ୍କ ସ୍ଥାନରେ ଦିଲୀପ ନାୟକଙ୍କୁ ଦଳ ପ୍ରାର୍ଥୀ କରିଛି। କୁଚିଣ୍ଡାରେ କିଶୋର ନାୟକଙ୍କୁ ମଧ୍ୟ ଟିକେଟ୍‌ ଦେଲାନି ବିଜେଡି। କିଶୋରଙ୍କ ଜାଗାରେ ରାଜେନ୍ଦ୍ର ଛତ୍ରିଆଙ୍କୁ ସୁଯୋଗ ମିଳିଛି। ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକାଙ୍କ ଟିକେଟ୍‌ ମଧ୍ୟ କଟିଛି। ପୂର୍ଣ୍ଣଚନ୍ଦ୍ରଙ୍କ ଜାଗାରେ ଲକ୍ଷ୍ମୀପ୍ରିୟା ନାୟକଙ୍କୁ ବିଜେଡି ପ୍ରାର୍ଥୀ କରିଛି।