୨୦୨୧ରେ ହାତକୁ ଦୁଇହାତ ହେବେ ଏସବୁ ଯୋଡ଼ି: ତାଲିକା ଶୀର୍ଷରେ…

ବମ୍ବେ: ବଲିଉଡ୍‌ରେ ଏବେ ଚାଲିଛି ବିବାହ ସିଜନ। ଗୋଟିଏ ପରେ ଗୋଟିଏ ସେଲିବ୍ରିଟି ବିବାହ ବନ୍ଧନରେ ଆବଦ୍ଧ ହେଉଛନ୍ତି। କରୋନା ମହାମାରୀ ଯୋଗୁ ବେଶ୍‌ ପ୍ରଭାବିତ ହୋଇଥିଲା ୨୦୨୦। ଲକ୍‌ଡାଉନ୍‌ ଯୋଗୁ ସମସ୍ତ ଉତ୍ସବ ଉପରେ କଟକଣା ଲାଗିଥିଲା। ହେଲେ ଏବେ ସ୍ଥିତି ବଦଳିଛି। କଟକଣା କୋହଳ ପରେ ଅନେକ ଯୋଡ଼ି ହାତକୁ ଦୁଇ ହାତ ହୋଇଛନ୍ତି। ହେଲେ ଏଭଳି କିଛି କଳାକାର ଅଛନ୍ତି ଯେଉଁମାନେ ଚଳିତ ବର୍ଷ ବିବାହ କରିପାରନ୍ତି। ଏହି ତାଲିକା ଶୀର୍ଷରେ ରହିଛନ୍ତି ଋଚା ଚଡ୍ଢା-ଅଲୀ ଫଜଲ। ଋଚା ଓ ଅଲୀଙ୍କ ବିବାହ ଗତ ଏପ୍ରିଲରେ ହୋଇଥାନ୍ତା। ମାତ୍ର ସବୁ ଭଣ୍ଡୁର କରିଦେଇଥିଲା କରୋନା। ମହାମାରୀ ଯୋଗୁ ସେମାନଙ୍କ ବିବାହକୁ କିଛି ଦିନ ଗଡ଼ାଇ ଦିଆଯାଇଥିଲା।

ବରୁଣ ଧଓ୍ବନ ପ୍ରେମିକା ନତାଶା ଦଲାଲଙ୍କ ହାତ ଧରିବେ ବୋଲି କୁହାଯାଉଛି। ଉଭୟ ନିର୍ବନ୍ଧ କରିସାରିଛନ୍ତି। ଏଣୁ ଶୀଘ୍ର ପ୍ରଶଂସକଙ୍କୁ ଖୁସି ଖବର ଶୁଣାଇପାରନ୍ତି।

ଅଭିନେତା ରଣବୀର କପୁର ପ୍ରେମିକା ଆଲିଆ ଭଟ୍ଟଙ୍କୁ ବିବାହ କରିପାରନ୍ତି। ଦୀର୍ଘଦିନ ଧରି ଉଭୟ ଉଭୟଙ୍କୁ ଡେଟ୍‌ କରୁଛନ୍ତି। ସେମାନଙ୍କ ସମ୍ପର୍କକୁ ପରିବାରର ସହମତି ମିଳିସାରିଛି। ଯଦି ସବୁକିଛି ଠିକ୍‌ ଚାଲେ ତେବେ ଚଳିତ ବର୍ଷ ବିବାହ ବନ୍ଧନରେ ସେମାନେ ଆବଦ୍ଧ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ସେହିଭଳି ବଲିଉଡ୍‌ର ଚର୍ଚ୍ଚିତ ରୋମାଣ୍ଟିକ୍‌ ଯୋଡି ଅର୍ଜୁନ କପୁର-ମଲାଇକା ଅରୋରା, ସୁସ୍ମିତା ସେନ୍‌-ରୋହମନ ସଲ ମଧ୍ୟ ବିବାହ ବନ୍ଧନରେ ଆବଦ୍ଧ ହୋଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ବିରଞ୍ଚିଙ୍କ ଏଏସଆଇକୁ ପଦୋନ୍ନତି: କଠିନ ପରିଶ୍ରମ ଆଣିଦେଲା ସଫଳତା

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଆରକ୍ଷୀ କାର୍ଯ୍ୟାଳୟରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ବିରଞ୍ଚି ନାରାୟଣ ପଲେଇଙ୍କ ପଦୋନ୍ନତି ହୋଇଛି। କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ମାଙ୍ଗାନିଜ ବୋଝେଇ ୩ ଡମ୍ପରକୁ ମାଡ଼ି ବସିଲା ବନ ବିଭାଗ

ଯୋଡ଼ା,୨୭ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସେକ୍ସନର ବୈତରଣୀ କ ସଂରକ୍ଷିତ ଜଙ୍ଗଲ ନିକଟ ତିରିଂ ପାହାଡ଼ ନିକଟରୁ ବନ ବିଭାଗ ଚଢ଼ାଉ କରି ଚୋରାଚାଲାଣ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri