ଲିସିଚାଂସ୍କ ସହରକୁ କବଜା କଲା ରୁଷିଆ, ୨୦୦୦ ୟୁକ୍ରେନ ସେନାଙ୍କୁ ବି ଘେରିଲା

କ୍ୱିଭ/ମସ୍କୋ, ୨୫ ।୬: ରୁଷିଆ-ୟୁକ୍ରେନ ଯୁଦ୍ଧକୁ ୪ ମାସ ପୂରଣ ହୋଇଥିଲେ ବି ଏବେବି ରୁଷିଆ ପକ୍ଷରୁ ଲାଗାତାର ଭାବେ ୟୁକ୍ରେନ ଉପରେ ଆକ୍ରମଣ ଜାରି ରହିଛି । ରୁଷିଆ ସେନା ପୂର୍ବ ଲୁହାଂସ୍କ ଅଞ୍ଚଳର ରଣନିତିକ ଦୃଷ୍ଟିକୋଣରୁ ମହତ୍ୱପୂର୍ଣ୍ଣ ସହର ଲିସିଚାଂସ୍କ ସହରକୁ ଶୁକ୍ରବାର କବଜା କରିଥିବା ୟୁକ୍ରେନ୍ ସୂଚନା ଦେଇଥିବା ବେଳେ ମସ୍କୋ ପକ୍ଷରୁ ବି ଏହି ଦାବି କରାଯାଇଛି । ଏହାସହ ୮୦ ବିଦେଶୀ ସେନାଙ୍କ ସହ ୨୦୦୦ ୟୁକ୍ରେନ ସେନାକୁ ବି ରୁଷିଆ ସେନା ଘେରି ରହିଥିବା ମସ୍କୋ ଦାବି କରିଛି ।
ୟୁକ୍ରେନ କବଜାରେ ଥିବା ଶେଷ ଅଞ୍ଚଳ ଲୁହାଂସ୍କକୁ ରୁଷିଆ ଲିସିଚାଂସ୍କ ଉପରେ କବଜା କରିବା ପେ ତିନି ପଟରୁ ଘେରି ନେଇଛି । କ୍ଷେତ୍ରୀୟ ପ୍ରଶାସନର ପ୍ରବକ୍ତା ଏହି ଖବରକୁ ନେଇ ଟିପ୍ପଣି କରିବାକୁ ମନା କରି ଦେଇଛନ୍ତି । ହିରସ୍କୋ ଓ ଅନ୍ୟ ଅଞ୍ଚଳ ଏହା ପୂର୍ବରୁ ଆକ୍ରମଣକାରୀ ସେନାଙ୍କ କବଜାକୁ ଆସିଯାଇଥିବା କୁହାଯାଉଛି । କ୍ଷେତ୍ରୀୟ ପ୍ରଶାସନର ପ୍ରବକ୍ତା କହିଛନ୍ତି ସମ୍ପୂର୍ଣ୍ଣ ହିରସ୍କେ ଅଞ୍ଚଳ ରୁଷିଆର କବଜାରେ ରହିଛି ।

Share