ମଦ ଦୋକାନ ଉଠିଲା, ଢାବାରେ ବିକ୍ରି ବଢ଼ିଲା

ଯାଜପୁର,୧୧ା୭(ହର୍ଷବର୍ଦ୍ଧନ ବେହେରା):ଧନଜୀବନର ସୁରକ୍ଷା ଏବଂ ନିରାପଦ ଗମନାଗମନ ପାଇଁ କେନ୍ଦ୍ର ସରକାର ବିପୁଳ ଅର୍ଥ ବ୍ୟୟବରାଦ କରି ଜାତୀୟ ରାଜପଥ(ଏନ୍‌ଏଚ୍‌) ନିର୍ମାଣ କରିଛନ୍ତି ା ଏହାର ମରାମତି ଏବଂ ରକ୍ଷଣାବେକ୍ଷଣ ପାଇଁ ମଧ୍ୟ ବିପୁଳ ଅର୍ଥ ବ୍ୟବସ୍ଥା ହେଉଛି। କିନ୍ତୁ କେତେକ ବିଭାଗୀୟ ଅଧିକାରୀ, ଯନ୍ତ୍ରୀ ଓ ଠିକାଦାରଙ୍କ ସାଲିସ ଯୋଗୁ ଏହି ରାଜପଥ ନିର୍ମାଣରେ ବ୍ୟାପକ ତ୍ରୁଟି ଓ ଅନିୟମିତତା ଦେଖାଦେଇଛି ା ଏଥିପାଇଁ ଜାତୀୟ ରାଜପଥ ମରଣପଥ ସାଜିଛି ା ଏହାସହ ନିଶା ସେବନ କରି ଗାଡ଼ି ଚାଳନା ଦୁର୍ଘଟଣାର ଅନ୍ୟତମ କାରଣ ହୋଇଛି ବୋଲି ଅଭିଯୋଗ ହୋଇ ଆସୁଛି ା ତେଣୁ ଗତ ୨୦୧୬ରେ ଜାତୀୟ ରାଜପଥ ପାର୍ଶ୍ୱରୁ ମଦଦୋକାନଗୁଡିକୁ ୫୦୦ ମିଟର ଦୂରକୁ ସ୍ଥାନାନ୍ତର କରାଯାଇଛି। ଏହି କ୍ରମରେ ମଦ ଦୋକାନ ବନ୍ଦ ହୋଇଛି ସତ ହେଲେ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଢାବାରେ ବେଆଇନ ମଦ ବିକ୍ରୀ ଅଣାୟତ ହୋଇଛି। କଟକ, ଯାଜପୁର, ବାଲେଶ୍ୱର, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, କେନ୍ଦ୍ରାପଡ଼ା ଆଦି ଜିଲା ଦେଇ ଯାଇଥିବା ୧୬, ୨୦, ୫୩ ଓ ୫୫ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଅଧିକାଂଶ ଢାବାରେ ବେଆଇନ ମଦ ବିକ୍ରୀ ଚାଲିଥିବା ଅଭିଯୋଗ ହେଉଛି। ଫଳରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଦୁର୍ଘଟଣା ନିୟନ୍ତ୍ରଣ ହେବା ପରିବର୍ତ୍ତେ ଆହୁରି ବଢିବାରେ ଲାଗିଛି।
ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଜିଲାଗୁଡିକରେ ପ୍ରାୟ ୧୦%ରୁ ଉର୍ଦ୍ଧ୍ୱ ଦୁର୍ଘଟଣା ଜନିତ ମୃତ୍ୟୁ ବଢିବାରେ ଲାଗିଛି। ରାଜ୍ୟରେ ଦୁର୍ଘଟଣାଜନିତ ମୃତ୍ୟୁହାର ହ୍ରାସ କରିବାକୁ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି। ପ୍ରଶାସନ ପକ୍ଷରୁ ନିୟମିତ ବ୍ୟବଧାନରେ ଜିରୋ ଟଲୋରେନ୍ସ ଡେ ପାଳନ କରିବାକୁ ନିଷ୍ପତ୍ତି ହୋଇଛି। ଏହି ଦିନ ପରିବହନ ଅଧିକାରୀ ଏବଂ ପୋଲିସ ଦ୍ରୁତ ଗାଡି ଚାଳନା, ମଦ୍ୟପାନ କରି ଗାଡି ଚାଳନା, ଭୁଲ ସାଇଡ୍‌ରେ ଗାଡି ଚଳାଇବା, ମୋବାଇଲ ବ୍ୟବହାର, ହେଲମେଟ ନ ପିନ୍ଧିବା ଏବଂ ସିଟ୍‌ବେଲ୍ଟ ନ ଲଗାଇବା ଇତ୍ୟାଦି ଉପରେ କଠୋର ପଦକ୍ଷେପ ଗ୍ରହଣ କରାଯାଉଛି। ଆରଟିଓମାନେ ପୋଲିସ ଅଧିକାରୀମାନଙ୍କ ସହ ଏହାର ପରିଚାଳନା କରୁଛନ୍ତି। ସମସ୍ତ ଆରଟିଓ ପ୍ରତ୍ୟେକ ମାସ ଜିରୋ ଟଲୋରେନ୍ସ ଡେ ପାଳନ ଏବଂ ନିଆଯାଇଥିବା ପଦକ୍ଷେପ ଉପରେ ରିପୋର୍ଟ ପ୍ରଦାନ କରୁଛନ୍ତି। ଏହାବାଦ୍‌ ୨୦୨୩ ଏପ୍ରିଲ ୧ ରୁ ୭ ତାରିଖ ପର୍ଯ୍ୟନ୍ତ ଜିରୋ ଫାଟାଲିଟି ଉଇକ ବା ଶୂନ୍ୟ ଦୁର୍ଘଟଣାଜନିତ ମୃତ୍ୟୁ ସପ୍ତାହ ଭାବେ ପାଳନ କରିବାକୁ ନିଷ୍ପତ୍ତି ହୋଇଛି। ଏହି ସପ୍ତାହରେ ଯେମିତି କୌଣସି ଦୁର୍ଘଟଣା ଜନିତ ମୃତ୍ୟୁ ନ ହେବ ସେଥିପ୍ରତି ସମସ୍ତ ପ୍ରକାର ଉଦ୍ୟମ ହେଉଛି। ଏଥିପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ରାଜପଥରେ ଆମ୍ବୁଲାନ୍ସ ନିୟୋଜିତ ହେବା ସହ ଟ୍ରମା କେୟାର ସେଣ୍ଟର କର୍ତ୍ତୃପକ୍ଷ ତପତ୍ର ରହୁଛନ୍ତି। ନିର୍ମାଣ, ଏନ୍‌ଏଚ୍‌ଏଆଇ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଆବଶ୍ୟକ ସୂଚନା, ଦ୍ରୁତ ଗାଡି ଚାଳନା ବୋର୍ଡ, ନିର୍ମାଣଧୀନ ରାସ୍ତା ନିକଟରେ କର୍ମଚାରୀ ନିୟୋଜନ ଇତ୍ୟାଦି ପଦକ୍ଷେପ ଗ୍ରହଣ ହେଉଛି। ତଥାପି ରାଜପଥ କଡରେ ଥିବା ଢାବାଗୁଡିକରେ ଗାଡ଼ି ଚାଳକମାନେ ଖାଇବା ବାହାନାରେ ମଦ୍ୟପାନ କରି ଗାଡ଼ି ଚାଳନା କରୁଥିବାରୁ ଦୁର୍ଘଟଣାକୁ ନିୟନ୍ତ୍ରଣ କରିବାରେ ପ୍ରଶାସନ ବିଫଳ ହେଉଥିବା ମତ ପ୍ରକାଶ ପାଉଛି। ଏଠାରେ ୫୫ ନମ୍ବର ଜାତୀୟ ରାଜପଥର ଅନୁଗୋଳଠାରୁ ରେଢାଖୋଲ ରାସ୍ତାର ରେଳଓ୍ବେ ଫାଟକ ନିକଟରେ ଥିବା ଏକ ଢାବାକୁ ଉଦାହରଣ ଭାବେ ନିଆଯାଇପାରେ। ଅବକାରୀ ଆଇନ ଅନୁସାରେ ସେହି ନିକଟରେ ଥିବା ଲାଇସେନ୍ସପ୍ରାପ୍ତ ମଦ ଦୋକାନକୁ ଉଠାଇ ନିଆଯାଇଥିବାବେଳେ ଉକ୍ତ ଢାବାରେ ଦୈନିକ ୧୦୦୦ରୁ ଊର୍ଦ୍ଧ୍ୱ ବୋତଲ ମଦ ବିକ୍ରୀ ହେଉଛି। ସ୍ଥାନୀୟ କେତେକ ପୋଲିସ ଓ ଅବକାରୀ ବିଭାଗ ଅଧିକାରୀମାନେ ମାସିକ ଚାନ୍ଦା ନେଇ ଉକ୍ତ ବେଆଇନ ଢାବାକୁ ସୁରକ୍ଷା ଦେଇ ଆସୁଛନ୍ତି। ଫଳରେ ୫୫ ନମ୍ବର ଜାତୀୟ ରାଜପଥ ସମେତ ଅନ୍ୟାନ୍ୟ ରାସ୍ତାରେ ଦୁର୍ଘଟଣା ବଢ଼ି ଚାଲିଛି ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

Under 19 World Cup 2026: ଷଷ୍ଠ ଥର ପାଇଁ ଭାରତ ଚାମ୍ପିୟନ, ୧୭୫ ରନ୍‌ର ଇନିଂସ ଖେଳି ଇଂଲଣ୍ଡର ଆଶାକୁ ଧୂଳିସାତ କଲେ…

ହରାରେ, ୬।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି।…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri