ବିପୁଳ ପରିମାଣର ଦେଶୀ ମଦ ଜବତ, ୨ ଗିରଫ

ଛେଣ୍ଡିପଦା,୯ା୯(ଅଜିତ ଧଳ): ଅନୁଗୋଳ ଜିଲା ଅବକାରୀ ବିଭାଗ ପକ୍ଷରୁ ନକଲି ବିଦେଶୀ ମଦ ତିଆରି ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବରପାଇ ଛେଣ୍ତିପଦା ଥାନା ମଛକୁଟା ଗ୍ରାମରେ ଚଢ଼ାଉ କରି ବିପୁଳ ପରିମାଣରେ ନକଲି ଦେଶୀ ଓ ବିଦେଶୀ ମଦ ଜବତ କରିବା ସହିତ ନକଲି ବିଦେଶ ମଦ ପ୍ରସ୍ତୁତ ପାଇଁ ବ୍ୟବହୃତ ସାମଗ୍ରୀ ଏବଂ ଏଥିରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ୨ ଜଣ ହେଲେ ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ଗୁଡିଡିହ ଗ୍ରାମର ବିପିନ କୁମାର ସାହୁ ଓ ମାଛକୁଟା ଗ୍ରାମର ଚିକୁ ବେହେରା।

ପ୍ରକାଶ ଯେ, ଅନୁଗୋଳ ଅବକାରୀ ବିଭାଗ ଛେଣ୍ତିପଦା ଥାନା ମଛକୁଟା ଅଞ୍ଚଳରେ ବେଆଇନ ନକଲି ବିଦେଶୀ ମଦ ପ୍ରସ୍ତୁତ କରି ସେଗୁଡ଼ିକୁ ଚାଲାଣ କରାଯାଉଥିବା ଖବର ପାଇ ଅନୁଗୋଳ ଅବକାରୀ ବିଭାଗ ଏକ ଟିମ୍‌ ଗଠନ କରି ମଛକୁଟା ଗ୍ରାମରେ ଚଢାଉ କରିଥିଲେ। ଅବକାରୀ ନିରୀକ୍ଷକ ରମ୍ଭା ବାଗ ଓ ଉପନିରୀକ୍ଷକ ସନ୍ତୋଷ କୁମାର ସାହୁଙ୍କ ସମେତ ଅବକାରୀ ବିଭାଗର କର୍ମଚାରୀମାନେ ପ୍ରଥମେ ମାଛକୁଟା ଗ୍ରାମର ଚିକୁ ବେହେରାଙ୍କ ଘରେ ଚଢ଼ାଉ କରି କିଛି ବିଦେଶୀ ମଦ ଜବତ କରିବା ସହିତ ଏହି ବେଆଇନ ନକଲି ବିଦେଶୀ ମଦ ପ୍ରସ୍ତୁତ କରୁଥିବା ମାଷ୍ଟରମାଇଣ୍ଡ ମ୍ପର୍କରେ ଜାଣିବାକୁ ପାଇଥିଲେ। ଏହା ପରେ ଅବକାରୀ ବିଭାଗ ଉକ୍ତ ମାଷ୍ଟରମାଇଣ୍ତ ଜଣଙ୍କ ଢେଙ୍କାନାଳ ଜିଲା ମୋଟଙ୍ଗା ଥାନ ଗୁଡିଡିହି ଗ୍ରାମର ବିପିନ କୁମାର ସାହୁ। ସେ ଏକ ଲୁଗା ବ୍ୟସାୟ ନାମରେ ମାଛକୁଟା ଗ୍ରାମରେ ଏକ ଦୋକାନ କରି ସେଠାରେ ନକଲି ମଦ ବିକ୍ରି କରୁଥିବା ଚଢ଼ାଉ ବେଳେ ଜାଣିବାକୁ ପାଇଥିଲେ। ଏନେଇ ଅବକାରୀ ବିଭାଗ ସେଠାରେ ଚଢ଼ାଉ କରି ସେମାନଙ୍କ ନିକଟରୁ ୧୧.୧୬୦ଲିଟର ବିଦେଶୀ ମଦ,୯୦୦ଟି ବିଦେଶୀ ମଦ ଠିପି। ଏକ ମାରୁତି ଓ୍ବାଗନର କାର ୪ଟି ଜାରକିନରେ ଥିବା ୧୫୦ ଲିଟର ଦେଶୀ ମଦ ଓ ଏକ ସିଲମେଶିନକୁ ଅବକାରୀ ବିଭାଗ ଜବତ କରିବା ସହିତ ଏହି ନକଲି ମଦ କାରବାରରେ ସମ୍ପୃକ୍ତ ବିପିନ ଓ ଚିକୁକୁ ଗିରଫ କରିଥିଲେ। ଏ ନେଇ ଅବକାରୀ ଥାନା କେସ୍‌ ନଂ ୧୫୪/୨୩ରେ ଅବକାରୀ ବିଭାଗ ଏକ ମାମଲା ରୁଜୁ କାରିବା ସହିତ ସେମାନଙ୍କୁ କୋର୍ଟ ଚାଲାଣ କରିଥିଲେ।