ଜଙ୍ଗଲରେ ପ୍ରସ୍ତୁତ ହେଉଥିଲା ଦେଶୀ ମଦ: ଅତର୍କିତ ଚଢ଼ାଉ କରି ମଦ ପୋଚ୍‌ ଜବତ, ୪ଜଣଙ୍କ ନାମରେ ମାମଲା

ଦିଗପହଣ୍ଡି,୧୪।୫(ଅଶେଷ ନାଥ ମିଶ୍ର): ପ୍ରସ୍ତୁତ ହେଉଥିଲା ଅପମିଶ୍ରିତ ଦେଶୀ ମଦ। ପାଟ୍ରୋଲିଂ କରୁଥିବା ବେଳେ ଅତର୍କିତ ଚଢ଼ାଉ କରିଥିଲା ଦିଗପହଣ୍ଡି ପୋଲିସ। ଘଟଣାରେ ୮ ଶହ ଲିଟର ମହୁଆ ପୋଚ ଜବତ ହୋଇଥିବା ବେଳେ ୪ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତମାନେ ହେଲେ ତେଲିଆପଲ୍ଲୀ ଗ୍ରାମର ବଳରାମ ମଲ୍ଲିକ, ବୁଦ୍ଧିଆ ମଲ୍ଲିକ, ଏବଂ ଢେପାଗୁଡ଼ା ଗ୍ରାମର ଦେବରାଜ ମଲ୍ଲିକ ଏବଂ ରଞ୍ଜନ ମଲ୍ଲିକ।

ସୂଚନାନୁଯାୟୀ, ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଏସ୍‌ଆଇ ଜ୍ୟୋତି ରଞ୍ଜନ ବେହେରା ସଦଳବଳେ ଚୋରା ମଦ ଧରପଗଡ ପାଇଁ ପାଟ୍ରୋଲିଂ କରୁଥିବା ବେଳେ ଦିଗପହଣ୍ଡି ବ୍ଳକ କୋଟିନଡ଼ା ପଞ୍ଚାୟତ ତେଲିଆପଲ୍ଲୀ ଗ୍ରାମ ନିକଟ ଦୁର୍ଗମ ଜଙ୍ଗଲରେ ଚୋରା ଅପମିଶ୍ରିତ ଦେଶୀମଦ ପ୍ରସ୍ତୁତ ହେଉଥିବା ଖବର ପାଇଥିଲେ। ପୋଲିସ ଟିମ ଅତର୍କିତ ଚଢାଉ କରିଥିଲା। ପୋଲିସକୁ ଦେଖି ମଦ ପ୍ରସ୍ତୁତ କରୁଥିବା ଜଣେ ବ୍ୟକ୍ତି ଜଙ୍ଗଲ ମଧ୍ୟକୁ ଧାଇଁ ପଳାଇଥିଲେ। ତାଙ୍କୁ ଧରିବା ପାଇଁ ପୋଲିସ କର୍ମଚାରୀ ମାନେ ଉଦ୍ୟମ କରିଥଲେ ମଧ୍ୟ ସଫଳ ହୋଇ ନ ଥିଲେ। ପୋଲିସ ସେଠାରୁ ୨ ପ୍ଲାଷ୍ଟିକ ଡ୍ରମରେ ଥିବା ୪ ଶହ ଲିଟର ମହୁଆ ପୋଚ ଜବତ କରିଥିଲେ। ଘଟଣାସ୍ଥଳରେ ଜବତ ତାଲିକା ପ୍ରସ୍ତୁତ କରାଯିବା ପରେ ସେଗୁଡିକୁ ନଷ୍ଟ କରାଯାଇଥିଲା। ବଳରାମ ମଲ୍ଲିକ ଏବଂ ବୁଦ୍ଧିଆ ବିନା ଲାଇସେନ୍ସରେ ମଦକୁ ଅଧିକ ନିଶା ଯୁକ୍ତ କରିବା ନିମନ୍ତେ ରାଜ ପିଡ଼ିଆ, କେନ୍ଦୁପତ୍ର, ଜଙ୍ଗଲରୁ ସଂଗୃହିତ ବିଭିନ୍ନ ଗଛର ଚେରମୂଳି, ମହୁଲ ଗୁଡ଼ ପ୍ରଭୃତି ବ୍ୟବହାର କରି ଦେଶୀମଦ ପ୍ରସ୍ତୁତ କରୁଥିଲେ। ଏନେଇ ଏସ୍‌ଆଇ ଥାନାରେ ଏତଲା ଦେବାପରେ ଭାରପ୍ରାପ୍ତ ଆଇଆଇସି ତଥା ଡିଏସ୍‌ପି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୧୭୨/୨୫ ଅନୁଯାୟୀ ଅଭିଯୁକ୍ତ ଦ୍ବୟଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି। ସେହିପରି ଢେପାଗୁଡ଼ା ଗ୍ରାମ ନିକଟ ଜଙ୍ଗଲରେ ପୋଲିସ ଟିମ ଚଢ଼ାଉ କରି ୨ ପ୍ଲାଷ୍ଟିକ ଡ୍ରମରେ ମହଜୁଦ ଥିବା ୪ ଶହ ଲିଟର ଅପମିଶ୍ରିତ ମଦପୋଚ ଜବତ କରିଛନ୍ତି। ଏହି ମଦ ପ୍ରସ୍ତୁତିରେ ସମ୍ପୃକ୍ତ ଥିବା ଢେପାଗୁଡ଼ା ଗ୍ରାମର ଦେବରାଜ ମଲ୍ଲିକ ଏବଂ ରଞ୍ଜନ ମଲ୍ଲିକଙ୍କ ନାଁରେ ଥାନା ମାମଲା ନଂ.୧୭୩/୨୪ ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇଛି। ଖୁବ ଶୀଘ୍ର ଫେରାର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ଭାରପ୍ରାପ୍ତ ଆଇଆଇସି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri