Categories: ଜାତୀୟ

ମଦ ନୀତି: ଦିଲ୍ଲୀର ୨୫ରୁ ଅଧିକ ସ୍ଥାନରେ ଇଡିର ଚଢାଉ

ନୂଆଦିଲ୍ଲୀ,୧୪।୧୦: ଦିଲ୍ଲୀ ସରକାରଙ୍କ ନୂତନ ଅବକାରୀ ନୀତି ସମ୍ପର୍କରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଶୁକ୍ରବାର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଇଡି ଦିଲ୍ଲୀର ୨୫ରୁ ଅଧିକ ସ୍ଥାନରେ ସର୍ଚ୍ଚ ଅପରେଶନ କରିଥିବା ଜଣାପଡିଛି। ଏପରି କି ଅଧିକାରୀମାନେ ମଦ ବ୍ୟବସାୟୀଙ୍କ ବାସଭବନରେ ମଧ୍ୟ ଚଢ଼ାଉ କରିଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ଇଡି ଅଧିକାରୀମାନେ ଦିଲ୍ଲୀ-ଏନ୍‌ସିଆର ସମେତ ବେଙ୍ଗାଲୁରୁ, ହାଇଦ୍ରାବାଦ, ଚେନ୍ନାଇ ସହିତ ଦେଶର ବିଭିନ୍ନ ସ୍ଥାନରେ ଚଢାଉ କରିଛନ୍ତି। ଅକ୍ଟୋବର ୭ରେ ଦିଲ୍ଲୀ, ପଞ୍ଜାବ ଓ ହାଇଦ୍ରାବାଦର ୩୫ଟି ସ୍ଥାନରେ ଇଡି ଚଢାଉ କରିଥିଲା।
ସୂଚନାଯୋଗ୍ୟ, ଉପରାଜ୍ୟପାଳ ନୂଆ ଅବକାରୀ ନୀତିରେ କଥିତ ଦୁର୍ନୀତିର ଯାଞ୍ଚ ସିବିଆଇ ଦ୍ବାରା କରିବାକୁ ସୁପାରିସ କରିଥିଲେ। ମୁଖ୍ୟ ସଚିବ ଗତ ଜୁଲାଇ ୮ରେ ନିଜର ରିପୋର୍ଟ ଏଲଜିଙ୍କୁ ପଠାଇଥିଲେ, ଯେଉଁଥିରେ ସେ ଗତ ବର୍ଷ ଲାଗୁ କରାଯାଇଥିବା ଅବକାରୀ ନୀତିରେ ଭୁଲ ଥିବାର ଅଭିଯୋଗ ହୋଇଥିଲା।

Share