ଏମ୍‌ଆର୍‌ପିଠାରୁ ଅଧିକ ଦାମ୍‌ରେ ବିକ୍ରି ହେଉଛି ମଦ

ଭୁବନେଶ୍ୱର,୩୧।୭(ବ୍ୟୁରୋ): ରାଜ୍ୟରେ ସର୍ବନିମ୍ନ ଖୁଚୁରା ମୂଲ୍ୟ(ଏମ୍‌ଆର୍‌ପି)ଠାରୁ ଅଧିକ ଦରରେ ମଦ ବିକ୍ରି ହେଉଛି। ଏପରି କି ମଦ ଦୋକାନୀମାନେ ଗ୍ରାହକଙ୍କୁ ରସିଦ୍‌ ଦେଉନାହାନ୍ତି। ଶନିବାର ପ୍ରଶ୍ନକାଳରେ ବିଜେଡି ସଭ୍ୟ ଅରବିନ୍ଦ ଢାଲିଙ୍କ ମୂଳ ପ୍ରଶ୍ନର ଉତ୍ତରରେ ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଏକଥା ସ୍ବୀକାର କରିଛନ୍ତି ।
ମୂଳ ପ୍ରଶ୍ନକର୍ତ୍ତା ପଚାରିଥିଲେ ଯେ ରାଜ୍ୟରେ ଯେଉଁ ଦେଶୀ ଓ ବିଦେଶୀ ମଦ ବିକ୍ରି କରାଯାଉଛି, ତାହା ଏମ୍‌ଆରପିଠାରୁ ଅଧିକ ଦାମରେ ବିକ୍ରି ହେଉଛି। ଏ ଖବର ସରକାରଙ୍କ ଦୃଷ୍ଟିକୁ ଆସିଛି କି? ଅବକାରୀ ମନ୍ତ୍ରୀ କହିଛନ୍ତି ଯେ ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ୩୧ଟି ଏଭଳି ମାମଲା(ଏମ୍‌ଆର୍‌ପିରୁ ଅଧିକ ଦରରେ ବିକ୍ରି) ରୁଜୁ କରାଯାଇଛି ଓ ସେଥିରୁ ମାତ୍ର ୮ଟି ମାମଲା ଫଇସଲା ହୋଇଛି ଏବଂ ବାକି ୨୩ଟି କେସ୍‌ ବିଚାରାଧୀନ ରହିଛି।
ଭାଜପା ସଭ୍ୟ ବିଷ୍ଣୁ ଚରଣ ସେଠୀ ମଧ୍ୟ କହିଲେ, ୧୦ ଟଙ୍କାର ଜିନିଷ କିଣିଲେ ରସିଦ ମିଳୁଛି। ମଦ କିଣିଲେ ରସିଦ ମିଳୁନି। ରସିଦ ଦେବା ବ୍ୟବସ୍ଥା ଅଛି କି ନାହିଁ। ବିଜେଡି ସଭ୍ୟ ଅନନ୍ତ ଦାସ କହିଲେ, ଚନ୍ଦନେଶ୍ୱର, ଦୀଘାରେ ଲୋକେ ଦିନରାତି ସର୍ବତ, ପଇଡ଼ ପିଇଲା ଭଳି ମଦ ପିଉଛନ୍ତି। ପୋଲିସବାଲା ଦେଖୁଛନ୍ତି। କିଛି କରୁନାହାନ୍ତି। ଏହାକୁ ବନ୍ଦ କରିବେ କି? ମନ୍ତ୍ରୀ କହିଲେ, ଅନ୍ୟ ସାମଗ୍ରୀ ଭଳି ମଦ କିଣିଲେ ରସିଦ ବ୍ୟବସ୍ଥା ରହିଛି। ତେବେ ରସିଦ ନେବେ କି ନାହିଁ ତାହା ଗ୍ରାହକଙ୍କ ଉପରେ ନିର୍ଭର କରୁଛି। ରାଜ୍ୟରେ ଦେଶୀ ଓ ବିଦେଶୀ ମଦ ଦୋକାନଗୁଡ଼ିକରେ ଏମ୍‌ଆର୍‌ପିଠୁ ଅଧିକ ଦାମରେ ମଦ ବିକ୍ରି ହେଉଥିବାର ଖବର ସରକାରଙ୍କ ଦୃଷ୍ଟିକୁ ଆସିଛି। ଅଚାନକ ଦୋକାନଗୁଡ଼ିକ ପରିଦର୍ଶନ ସମୟରେ କିମ୍ବା ଅଧିକ ଦାମରେ ବିକ୍ରିର କୌଣସି ଅଭିଯୋଗ ଆସିବା ମାତ୍ରେ ତାହାର ତଦନ୍ତ ଜିଲା ସ୍ତରରେ ଓ ଆବଶ୍ୟକସ୍ଥଳେ ଡିଭିଜନ ଓ ରାଜ୍ୟସ୍ତରୀୟ ସ୍କ୍ବାଡ୍‌ ଦ୍ୱାରା କରାଯାଇଥାଏ। ଅଭିଯୋଗର ସତ୍ୟାସତ୍ୟ ନିର୍ଦ୍ଧାରଣ ପରେ ସମ୍ପୃକ୍ତ ଲାଇସେନ୍ସଧାରୀଙ୍କ ବିରୋଧରେ ଗୁରୁତର ଅନିୟମିତତା ରିପୋର୍ଟ(ଏସ୍‌ଆଇଆର) ଦରଜ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ ବୋଲି ମନ୍ତ୍ରୀ କହିଛନ୍ତି।
୨୦୨୧-୨୨ରେ ରାଜ୍ୟରେ ଏମ୍‌ଆର୍‌ପିଠାରୁ ଅଧିକ ଦରରେ ମଦ ବିକ୍ରି ସମ୍ପର୍କିତ ୨୯ଟି ମାମଲା ହୋଇଛି। ଏଥିରେ ୨୯ଲକ୍ଷ ଟଙ୍କା ଜରିମାନା ଆଦାୟ ହୋଇଛି। ସେହିପରି ୨୦୨୨-୨୩ ଆର୍ଥିକ ବର୍ଷର ଜୁନ୍‌ ମାସ ଶେଷ ସୁଦ୍ଧା ମୋଟ ୩୧ଟି ଏମ୍‌ଆରପି ଉଲ୍ଲଂଘନ କେସ୍‌ରେ ୮ଲକ୍ଷ ଟଙ୍କା ଜରିମାନା ଆଦାୟ ହୋଇଛି। ଦୀଘାରେ ପଶ୍ଚିମବଙ୍ଗରୁ ମଦ ପିଇ ଲୋକେ ସେଠାରେ ବସୁଛନ୍ତି। ପଶ୍ଚିମବଙ୍ଗରୁ ମାଦକ ଦ୍ରବ୍ୟ ଚୋରା ଚାଲାଣ ହେଉଛି। ମାତ୍ର ସେଠାକାର ପୋଲିସ ଆମ ରାଜ୍ୟର ପୋଲିସକୁ ସହଯୋଗ କରୁନାହାନ୍ତି ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

ଲକ୍ଷପତି ଦିଦି, ମହିଳାଙ୍କୁ ୩ ହଜାର ଟଙ୍କା ସହ ମିଳିବ ୨ ଲକ୍ଷ ଚାକିରି, ବଡ଼ ଘୋଷଣା କଲା ଭାଜପା

ଗୁଆହାଟୀ,୩୧।୩: ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା) 2026 ଆସାମ ବିଧାନସଭା ନିର୍ବାଚନ ପାଇଁ ଏହାର ଇସ୍ତାହାର ପ୍ରକାଶ କରିଛି, ଯେଉଁଥିରେ ସମାନ ନାଗରିକ ସଂହିତା (UCC)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri