୬ ଜଣ କୁଚିଆ ମଦ ବେପାରୀଙ୍କୁ ୧୧୦ ଦଫାରେ କୋର୍ଟ ଚାଲାଣ

ବଲାଙ୍ଗୀର ଅଫିସ,୩।୨: ବଲାଙ୍ଗୀର ସହରରେ ଅପରାଧିମାନଙ୍କ ସଂଖ୍ୟା ଓ କୁଚିଆ ମଦ ବେପାରୀଙ୍କ ସଂଖ୍ୟା ଦିନ କୁ ଦିନ ବଢିବାରେ ଲାଗିଛି ା ପୋଲିସ ଶୁକ୍ରବାର ୬ ଜଣ ପେସାଦାର କୁଚିଆ ମଦ ବେପାରୀଙ୍କୁ ୧୧୦ ଦଫାରେ କୋର୍ଟ ଚାଲାଣ କରିଛି। ଏହି ୬ ଜଣ କୁଚିଆ ମଦ ବେପାରୀ ପୂର୍ବରୁ ଗିରଫ ହୋଇ ଜେଲ ଯାଇଥିଲେ। ତେବେ ବାରମ୍ବାର ଗିରଫ ହୋଇ ଜେଲ ଗଲେ ମଧ୍ୟ ଜାମିନରେ ବାହାରି ପୁଣି ମଦ ବେପାର କରୁଥିଲେ। ତେବେ ଏଭଳି କୁଚିଆ ମଦ ବେପାରୀମାନଙ୍କୁ ସାବାଡ କରିବା ପାଇଁ ବଲାଙ୍ଗୀର ଏସପି ନିତିନ କୁଶଲକରଙ୍କ ନିର୍ଦ୍ଦେଶକ୍ରମେ ୧୧୦ ସିଆରପିସି ଦଫାରେ ଗିରଫ କରିଯାଇଛି ବୋଲି ଏସଡିପିଓ ତୋଫାନ ବାଗ ଶୁକ୍ରବାର ଟାଉନ ଥାନାରେ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।