ରାଜଧାନୀରେ ମଦର ମାହୋଲ: ୭ ଦିନରେ ୩୨ କୋଟି ଟଙ୍କାର ମଦ ପିଇଲେ ଭୁବନେଶ୍ୱରବାସୀ

ନୂଆଦିଲ୍ଲୀ,୧।୧: ନୂଆବର୍ଷ ସ୍ୱାଗତ ଉତ୍ସବକୁ ନେଇ ସାରା ରାଜଧାନୀ ଚଳଚଞ୍ଚଳ ଥିବାବେଳେ, ମଦ ବିକ୍ରି କ୍ଷେତ୍ରରେ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଅବକାରୀ ବିଭାଗର ସୂଚନା ଅନୁଯାୟୀ, ବର୍ଷର ଶେଷ ସାତ ଦିନ ଅର୍ଥାତ୍ ବଡ଼ଦିନ (ଡିସେମ୍ବର ୨୫) ଠାରୁ ‘ଜିରୋ ନାଇଟ୍‌’ (ଡିସେମ୍ବର ୩୧) ମଧ୍ୟରେ ରାଜଧାନୀବାସୀ ପ୍ରାୟ ୩୨ କୋଟି ଟଙ୍କାର ମଦ ପିଇଛନ୍ତି।

ଏହି ସମୟରେ ପ୍ରାୟ ୨.୫ ଲକ୍ଷ ଲିଟର ବିଦେଶୀ ମଦ ବିକ୍ରି ହୋଇଛି। ବିଦେଶୀ ମଦ ସହ ତାଳ ଦେଇ ପ୍ରାୟ ୧.୫ ଲକ୍ଷ ଲିଟର ଦେଶୀ ମଦ ମଧ୍ୟ ବିକ୍ରି ହୋଇଥିବା ଜଣାପଡ଼ିଛି।ଏହା ବ୍ୟତୀତ ଯୁବପିଢ଼ିଙ୍କ ମଧ୍ୟରେ ବିୟର୍‌ର ଚାହିଦା ବେଶ୍ ଅଧିକ ରହିଥିଲା। ଏହି ସମୟ ମଧ୍ୟରେ ପ୍ରାୟ ୧ ଲକ୍ଷ ୭୮ ହଜାର ଲିଟର ବିୟର୍ ବିକ୍ରି ହୋଇଛି।

ଉତ୍ସବର ମାହୋଲ ଯୋଗୁଁ ସହରର ବିଭିନ୍ନ କ୍ଲବ୍, ପବ୍, ଏବଂ ଅଫ୍-ସପ୍‌ ଗୁଡ଼ିକରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ବିଶେଷ କରି ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ମଦର ଚାହିଦା ଆକାଶଛୁଆଁ ହୋଇଥିଲା। ଟିକସ ଆଦାୟ ଏବଂ ରାଜସ୍ୱ ଦୃଷ୍ଟିକୋଣରୁ ଅବକାରୀ ବିଭାଗ ପାଇଁ ଏହା ଏକ ବଡ଼ ସଫଳତା ବୋଲି ବିବେଚନା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରେଷ୍ଠ ବିଧାୟକ ଚୟନ କମିଟି ଗଠନ: ବାଛିବେ ୬ ସଦସ୍ୟ, ଜଣେ ସାମ୍ବାଦିକ ସାମିଲ

ଭୁବନେଶ୍ୱର,୨୭।୫: ଓଡ଼ିଶା ବିଧାନସଭାର ଶ୍ରେଷ୍ଠ ବିଧାୟକଙ୍କ ଚୟନ ପାଇଁ କମିଟି ଗଠନ ହୋଇଛି। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ୬ ଜଣ ସଦସ୍ୟଙ୍କୁ ନେଇ ଏହି କମିଟି ଗଠନ କରାଯାଇଛି।…

OAS ପରୀକ୍ଷାରେ ୪୫ତମ ସ୍ଥାନ ଅଧିକାର କଲେ କେନ୍ଦ୍ରାପଡ଼ା ଝିଅ: ବିଜୟନଗରରେ ଉତ୍ସବ ମାହୋଲ

ମହାକାଳପଡ଼ା, ୨୭।୫ (ପ୍ରତାପ ଚନ୍ଦ୍ର ସ୍ୱାଇଁ): ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ଅଞ୍ଚଳ ବିଜୟନଗର ଗ୍ରାମର…

ଓଡ଼ିଶା ପୋଲିସରେ ବଡ଼ ନିଯୁକ୍ତି ନେଇ ଘୋଷଣା: ପୂରଣ ହେବ ଏତେ ପଦବୀ

ଭୁବନେଶ୍ୱର, ୨୭।୫: ଓଡ଼ିଶା ପୋଲିସରେ ବଡ଼ ନିଯୁକ୍ତି ନେଇ ଘୋଷଣା। ୭୬୬୪ ପଦବୀ ପୂରଣ ପାଇଁ ଓ ସରକାରଙ୍କ ଗୃହ ବିଭାଗ ଦ୍ୱାରା OUSSSCକୁ ଚିଠି ଲେଖାଯାଇଛି।…

ଆଜି ଢିଙ୍କିଆ ଯିବେ ମୁଖ୍ୟମନ୍ତ୍ରୀ, ଓଡ଼ିଶାର ଶିଳ୍ପ ଉନ୍ନତିରେ ଏକ ବଡ଼ ପଦକ୍ଷେପ

ଭୁବନେଶ୍ୱର,୨୭।୫:  ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବୁଧବାର ଜଗତସିଂହପୁର ଜିଲାର ଢିଙ୍କିଆ ଗସ୍ତ କରିବେ। ସେଠାରେ ଜେଏସ୍‌ଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ।ଏହି କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ…

ରାଜଧାନୀରେ ଏନ୍‌କାଉଣ୍ଟର୍: ଡ୍ରଗ୍ସ ଡିଲ୍‌ ବେଳେ ବାଜିଲା ଗୁଳି , କୁଖ୍ୟାତ ଡ୍ରଗ୍ସ ମାଫିଆ ପପୁନ୍ ମାଝୀ ଗୁରୁତର

ଭୁବନେଶ୍ୱର,୨୭।୫:ରାଜଧାନୀରେ ଏନ୍‌କାଉଣ୍ଟର। ସକାଳୁ ସକାଳୁ ବାଜିଲା ଗୁଳି। ରାଜଧାନୀରେ କମିଶନରେଟ୍‌ ପୋଲିସ୍‌ ଓ କୁଖ୍ୟାତ ଡ୍ରଗ୍ସ ମାଫିଆ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଡ୍ରଗ୍ସ ମାଫିଆ…

ଜିଦିରୁ ବଢ଼ୁଛି ଉତ୍ତେଜନା

ଇରାନ୍‌ ସହ ଶାନ୍ତିଚୁକ୍ତି ବିଳମ୍ବ ହେବା ଦେଖି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କ୍ଷୁବ୍ଧ ହୋଇ ତେହରାନ ଉପରେ ପୁନଶ୍ଚ ଆକ୍ରମଣ କରିବେ ବୋଲି କିଛିଦିନ ହେବ…

ପୁଣି ବଢିଲା ଲୋକଙ୍କ ଚିନ୍ତା: ଜାରି ହେଲା ପେଟ୍ରୋଲ- ଡିଜେଲର ନୂଆ ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ…

ନୂଆଦିଲ୍ଲୀ, ୨୭।୫: ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର କ୍ରମାଗତ ବୃଦ୍ଧି ପାଉଥିବା ମୂଲ୍ୟ ସାଧାରଣ ଲୋକଙ୍କ ଚିନ୍ତାକୁ ବୃଦ୍ଧି କରିଛି। ଗତ ଦୁଇ ସପ୍ତାହ ମଧ୍ୟରେ…

OAS ପରୀକ୍ଷାରେ କମାଲ୍‌ କଲେ ଦେବଗଡର ପିୟୁଷ: ଦ୍ୱିତୀୟ ପ୍ରଚେଷ୍ଟାରେ ହାସଲ କଲେ ସଫଳତା

ଦେବଗଡ଼, ୨୭।୫(ଶଶାଙ୍କ ଶେଖର ଝାଙ୍କର): ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓସିଏସ ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି । ଦେବଗଡ ସହରର ପିୟୁଷ ସାହୁ ୪୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri