Categories: ଫୁରସତ

ଛୁଆକୁ କ’ଣ ଶିକ୍ଷା ଦେଉଛି ସିଂହୀ, କୁହନ୍ତୁ ତ..

ମା’ ଓ ଶିଶୁ ମଧ୍ୟରେ ସମ୍ପର୍କ ନିବିଡ଼। ମଣିଷ ହେଉ ଅବା ପଶୁ ନିଜର ଜନ୍ମିତ ଶିଶୁ ପାଇଁ ସମସ୍ତେ ହୋଇ ଉଠନ୍ତି ବ୍ୟାକୁଳ। ମା’ ଶିଶୁର ପ୍ରଥମ ଶିକ୍ଷକ ବୋଲି ମଧ୍ୟ କୁହାଯାଏ। ପିଲାଟିଏ ମା’ଠାରୁ ପ୍ରାରମ୍ଭିକ ଶିକ୍ଷା ଗ୍ରହଣ କରିଥାଏ। ଏବେ ଛୁଆ ସହ ସିଂହୀର ଏକ ଫଟୋ ଭାଇରାଲ ହେଉଛି। ଏହାକୁ ଆଇଏଫ୍‌ଏସ୍‌ ପରଓ୍ବିନ୍‌ କାସଓ୍ବାନ୍‌ ଶେୟାର କରିଛନ୍ତି।

ଫଟୋରେ ଉଭୟ ମା’ ଏବଂ ସିଂହଛୁଆକୁ ବସିଥିବାର ଦେଖାଯାଉଛି। ଏପରି ମନେ ହେଉଛି ଯେପରି ମା’ ସିଂହୀ କିଛି କହିବା ପରି ମନେ ହେଉଛି। ଏହାକୁ ଶେୟାର କରିବା ସମୟରେ ଆଇଏଫ୍‌ଏସ୍‌ ପରଓ୍ବିନ୍‌ ଏକ ପ୍ରଶ୍ନ ପଚାରିଛନ୍ତି। ଚିନ୍ତାକର ସେମାନେ କାହା ବିଷୟରେ କଥା ହେଉଛନ୍ତି କି? ୧୦ ଅଗଷ୍ଟରେ ପଡ଼ିଥିବା ବିଶ୍ୱ ସିଂହ ଦିବସ ଉପରେ କି? ଏହାର ଉତ୍ତରରେ ଲୋକମାନେ ଭିନ୍ନ ମତ ରଖୁଛନ୍ତି।

Share