ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କଲେ ଲିଓନେଲ ମେସି: କହିଲେ- ଏହି କାରଣ ପାଇଁ…

ନୂଆଦିଲ୍ଲୀ, ୩୧।୮: ଫୁଟବଲ ଜଗତର ପ୍ରଶଂସକଙ୍କ ପାଇଁ ଆସିଛି ବଡ଼ ଖବର। ଆର୍ଜେଣ୍ଟିନାର ମହାନ ଫୁଟବଲର୍‌ ଲିଓନେଲ ମେସି ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କରିଛନ୍ତି। ଏଣିକି ସେ ଆର୍ଜେଣ୍ଟିନାର ଜର୍ସିରେ ମଇଦାନକୁ ଓହ୍ଲାଇବେ ନାହିଁ। ମେସି ନିଜର ଇନଷ୍ଟାଗ୍ରାମ ମାଧ୍ୟମରେ ଏହି ବଡ଼ ଘୋଷଣା କରିଛନ୍ତି। ସ୍ପେନ ବିପକ୍ଷ ବିଶ୍ୱକପ ଫାଇନାଲରେ ପରାଜୟର ଦୁଇ ଦିନ ପରେ ସେ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି। ତେବେ ତାଙ୍କ ପିତାଙ୍କ ମୃତ୍ୟୁ ମଧ୍ୟ ଏହି ଅନ୍ତିମ ନିଷ୍ପତ୍ତିକୁ ପ୍ରଭାବିତ କରିଥିବା ମେସି ଜଣାଇଛନ୍ତି।

ସନ୍ନ୍ୟାସକୁ ନେଇ ମେସି ଲେଖିଛନ୍ତି, ଫାଇନାଲ ପରେ ଏତେ ସମୟ ବିତିଯିବା ଏବଂ ଅନେକ ଚିନ୍ତା-ବିଚାର କରିବା ପରେ ମୁଁ ସମସ୍ତଙ୍କୁ ଜଣାଇବାକୁ ଚାହୁଁଛି ଯେ, ମୁଁ ଜାତୀୟ ଦଳରୁ ସନ୍ନ୍ୟାସ ନେଉଛି। ଏହା ଏପରି ଏକ ନିଷ୍ପତ୍ତି, ଯାହା ମୋତେ ବହୁତ ଦୁଃଖ ଦେଇଛି ଏବଂ ଆଜି ବି ମୋ ମନକୁ ଗଭୀର ଭାବେ ଆଘାତ କରୁଛି। କିନ୍ତୁ ମୁଁ ବୁଝୁଛି ଯେ, ଏହା ହିଁ ଏହି ନିଷ୍ପତ୍ତି ନେବାର ସଠିକ୍‌ ସମୟ।

ମେସି ଆହୁରି କହିଛନ୍ତି, ମୁଁ ଶପଥ କରି କହୁଛି ଯେ, ମୁଁ ମୋର ସବୁକିଛି ଦେଇଛି। କେବଳ ଗତ କିଛି ବର୍ଷ ମଧ୍ୟରେ ନୁହେଁ, ଯେତେବେଳେ ଆମେ ସବୁକିଛି ଜିତିଥିଲୁ, ତା’ ପୂର୍ବରୁ ମଧ୍ୟ ମୁଁ ମୋର ସର୍ବସ୍ବ ଦେଇଛି। ମୁଁ ସବୁବେଳେ ଏହି ଜର୍ସି ପାଇଁ ଲଢ଼ିଛି ଏବଂ ମୋର ସମସ୍ତ ଶକ୍ତି ଲଗାଇଛି, ଯାହାଦ୍ୱାରା ଆପଣମାନଙ୍କୁ ଖୁସି ଦେଇପାରିବି ।

ଆର୍ଜେଣ୍ଟିନା ପାଇଁ ଦୀର୍ଘ ବର୍ଷ ଧରି ଖେଳିଥିବା ମେସିଙ୍କ ଅବସର ଫୁଟବଲ୍‌ ପ୍ରଶଂସକଙ୍କୁ ଭାବବିହୱଳ କରିଛି। ତାଙ୍କ ନେତୃତ୍ୱରେ ଆର୍ଜେଣ୍ଟିନା ଅନେକ ବଡ଼ ସଫଳତା ହାସଲ କରିଛି। ଦେଶ ପାଇଁ ଖେଳିବା ସମୟରେ ମେସି ବିଶ୍ୱ ଫୁଟବଲ୍‌ରେ ନିଜର ଏକ ବିଶେଷ ପରିଚୟ ସୃଷ୍ଟି କରିଥିଲେ। ତାଙ୍କ ଘୋଷଣା ପରେ ଆର୍ଜେଣ୍ଟିନା ଫୁଟବଲ୍‌ ଦଳରେ ଏକ ଯୁଗର ଅନ୍ତ ଘଟିଥିବା ଭଳି ମନେ କରାଯାଉଛି।

 

Odisha’s No.1 Odia Daily

Share