Posted inଜାତୀୟ

କୂଅରେ ପଡ଼ି ସିଂହୀ-ସିଂହ ମୃତ…

ଅହମଦାବାଦ,୭।୧ : ଗୁଜରାଟର ଆମରେଲି ଜିଲାର ଗିର ଜଙ୍ଗଲ ବିଭାଗରେ ଏକ କୂଅରେ ଖସି ପଡ଼ିବା ପରେ ସିଂହୀ-ସିଂହଙ୍କର ମୃତ୍ୟୁ ହୋଇଛି। ବନ ବିଭାଗର ଜଣେ ଅଧିକାରୀ କହିଛନ୍ତି, ପାଣିରେ ବୁଡିଯିବା କାରଣରୁ ଉଭୟଙ୍କର ମୃତ୍ୟୁ ହୋଇଛି।

ଉପ ବନ ସଂରକ୍ଷକ ରାଜଦୀପସିଂହ ଜାଲା କହିଛନ୍ତି ଯେ ଶୁକ୍ରବାର ସକାଳେ ଖମ୍ବ ତାଲୁକାର କୋଟଡା ଗ୍ରାମରେ ସିଂହୀ-ସିଂହ ଖୋଲା କୂଅରେ ପଡ଼ିଯାଇଥିଲେ। ଚାଷୀ ଏ ବିଷୟରେ ବନ ବିଭାଗକୁ ସୂଚନା ଦେଇଥିଲେ। ଜାଲା କହିଛନ୍ତି ଯେ ବନ ବିଭାଗ ଟିମ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଉଭୟ ପାଣିରେ ବୁଡି ଯାଇଥିଲେ। ଏହା ପରେ ସେମାନଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି।

ଜାଲା କହିଛନ୍ତି ଯେ ଏଭଳି ଘଟଣାକୁ ଏଡାଇବା ପାଇଁ ଖୋଲାକୂଅକୁ ନିରନ୍ତର ସୁରକ୍ଷା ଦିଆଯାଉଛି। ୨୦୦୭-୦୮ପରଠାରୁ ଆମରେଲି ଏବଂ ଗିର ସୋମନାଥ ଜିଲାର ୧୧,୭୪୮ କୂଅରେ ଯେପରି ପ୍ରଣୀମାନେ ନ ପଡ଼ିବେ ସେଥିପାଇଁ ସୁରକ୍ଷିତ କରାଯାଇଛି। ସେ କହିଛନ୍ତି, ଆମରେଲିରେ ୮,୯୬୨ କୂଅ ଏବଂ ଗିର ସୋମନାଥରେ ୨,୭୮୨ କୂଅ ଉପରେ ବାଡ଼ ନିର୍ମିତ କରାଯାଇଛି।

ରାଜ୍ୟସଭାରେ ଏକ ଉତ୍ତରରେ ତତ୍କାଳୀନ ବନ ମନ୍ତ୍ରୀ କିରିଟ ସିଂ ରାଣା ଗତ ବର୍ଷ ମାର୍ଚ୍ଚରେ କହିଥିଲେ ଯେ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ଦୁଇ ବର୍ଷ ମଧ୍ୟରେ ମୋଟ ୨୮୩ ସିଂହଙ୍କର ମୃତ୍ୟୁ ଘଟିଛି। ଏଥିମଧ୍ୟରୁ ୨୧ଙ୍କର କୂଅରେ ପଡ଼ିଯିବା ତଥା ଟ୍ରେନ ଏବଂ ଯାନବାହାନରେ ଧକ୍କା ହେବା ଯୋଗୁ ଅସ୍ବାଭାବିକ ମୃତ୍ୟୁ ଘଟିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସକୁ ଝଟ୍‌କା, ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଅରବିନ୍ଦର ସିଂ

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଟିକେଟ ବଣ୍ଟନ ନେଇ ଦିଲ୍ଲୀ କଂଗ୍ରେସରେ ଖୋଲାଖୋଲି ଭାବେ ଅସନ୍ତୋଷ ପ୍ରକାଶ ପାଇଛି। ସଦ୍ୟତମ ମାମଲାରେ ଦିଲ୍ଲୀ କଂଗ୍ରେସ...

ଫସିଗଲେ ଅଭିନେତା ସାହିଲ

ମୁମ୍ବାଇ,୨୮।୪: ମହାଦେବ ଅନଲାଇନ ବେଟିଂ ଆପ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁମ୍ବାଇ ପୋଲିସ ବର୍ତ୍ତମାନ ଠକେଇ ଏବଂ ଜୁଆର ବିଭିନ୍ନ ବିଭାଗରେ ଆପର ପ୍ରମୋଟରଙ୍କ...

ଭାରତୀୟ ମସଲାକୁ ଆମେରିକାର ସନ୍ଦେହ

ଏମ୍‌ଡିଏଚ୍‌ ଏବଂ ଏଭରେଷ୍ଟ ଭଳି ଭାରତୀୟ ମସଲାରେ କ୍ୟାନ୍‌ସର ସୃଷ୍ଟିକାରୀ କେମିକାଲ ମିଶୁଥିବା କହି ହଂକଂ ଓ ସିଙ୍ଗାପୁର କିଛିଦିନ ହେଲା ଏହାର ବିକ୍ରି ଉପରେ...

ବିଶ୍ୱର ୧୫ ଉତ୍ତପ୍ତ ସହର ମଧ୍ୟରେ ଅନୁଗୋଳ, ଭୁବନେଶ୍ୱର

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)ଜଳୁଛି ସାରା ଓଡ଼ିଶା। ପଶ୍ଚିମା ଓ ଉତ୍ତର-ପଶ୍ଚିମା ଶୁଷ୍କ ବାୟୁ ପ୍ରବାହ ଯୋଗୁ ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।...

‘EVM ଉପରେ ପ୍ରଶ୍ନ ଉଠାଇଥିବାରୁ କଂଗ୍ରେସ କ୍ଷମା ମାଗିବା ଉଚିତ୍‌’

ଗୋଆ,୨୭ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କହିଛନ୍ତି, ଇଲେକ୍ଟ୍ରୋନିକ ଭୋଟିଂ ମେଶିନ (ଇଭିଏମ୍‌)ର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇ କଂଗ୍ରେସ ଦେଶକୁ କ୍ଷମା ମାଗିବା ଉଚିତ୍‌।...

କାଶୀ, ଅଯୋଧ୍ୟା ପରେ ଆମେ ମଥୁରା ଆଡ଼କୁ ଯିବୁ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୨୭ା୪: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଣି ଥରେ କଂଗ୍ରେସ ଏବଂ ସମାଜବାଦୀ ପାର୍ଟିକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଏହି ଲୋକମାନେ ରାମ ଏବଂ...

ହେମନ୍ତ ସୋରେନ୍‌ଙ୍କୁ ବଡ଼ ଝଟ୍‌କା, ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ବି ମିଳିଲା ନାହିଁ ଜାମିନ୍‌

ରାଞ୍ଚି,୨୭।୪: ଜମି ଦୁର୍ନୀତି ମାମଲାରେ ଜେଲରେ ଥିବା ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ବଡ଼ ଝଟ୍‌କା। ତାଙ୍କୁ ନିଜ ବଡ଼ବାପା ରାଜାରାମ ସୋରେନଙ୍କ ଅନ୍ତିମ...

ପୁଣି ଆହତ ହେଲେ ମମତା ବାନାର୍ଜୀ, ହେଲିକପ୍ଟର ଚଢ଼ିବା ବେଳେ ଗୋଡ଼ ଖସିଲା…

କୋଲକାତା,୨୭।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଆହତ ହୋଇଛନ୍ତି । ଦୁର୍ଗାପୁରରେ ହେଲିକପ୍ଟର ଚଢିବା ସମୟରେ ଗୋଡ ଖସିଯିବା ଯୋଗୁ ସେ ପଡିଯାଇଥିଲେ ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri