ପହିଲାରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର,୨୭।୮(ବ୍ୟୁରୋ): ଆସନ୍ତା ୧ରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଲିଙ୍ଗରାଜ ମନ୍ଦିର। କୋଭିଡ୍‌ ଗାଇଡଲାଇନ୍‌ ଅନୁସାରେ ଦର୍ଶନ କରିପାରିବେ ଭକ୍ତ। ଏ ନେଇ ବିଏମ୍‌ସି ପକ୍ଷରୁ ଜାରି ହୋଇଛି ମାର୍ଗଦର୍ଶିକା।

ଭକ୍ତଙ୍କୁ ଦର୍ଶନ ପାଇଁ ଟିକାର ଉଭୟ ଡୋଜ ପ୍ରମାଣପତ୍ର ଦେଖାଇବାକୁ ପଡିବ। ଗର୍ଭଗୃହରେ ଭକ୍ତଙ୍କ ଦର୍ଶନକୁ ବାରଣ କରାଯାଇଛି। ଦିନକୁ କେବଳ ୧୦୦ ଲୋକଙ୍କ ପାଇଁ ଦର୍ଶନ ଅନୁମତି ରହିଛି। ସେବାୟତ ମାନେ ଶ୍ରଦ୍ଧାଳୁଙ୍କ ଠାରୁ ଭୋଗ ଗ୍ରହଣ କରିପାରିବେ ନାହଁ। ଦର୍ଶନ ବେଳେ ଭକ୍ତଙ୍କ ପାଇଁ ମାସ୍କ ଏବଂ ସାମାଜିକ ଦୂରତା ନିୟମ ବାଧ୍ୟତାମୂଳକ କରାଯାଇଛି। ରୋଗାକ୍ରାନ୍ତ, ବୟସ୍କ, ଗର୍ଭବତୀ ମହିଳା ଏବଂ ୧୮ ବର୍ଷରୁ କମ୍‌ ବୟସର ପିଲାଙ୍କ ପାଇଁ ପ୍ରବେଶ ମନା।