କର୍ଡନ ଭିତରେ ରହିବେ ସୀମିତ ସଂଖ୍ୟକ ପାସ୍‌ଧାରୀ

ପୁରୀ ଅଫିସ,୮ା୬: ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ଆସନ୍ତା ୨୦ ତାରିଖରେ ରଥଯାତ୍ରା ହେବାକୁ ଯାଉଥିବା ବେଳେ ସମସ୍ତ ନୀତିକାନ୍ତି, ଦର୍ଶନ ବ୍ୟବସ୍ଥା, ଯାତାୟାତ ଆଦି ଯେପରି ଶୃଙ୍ଖଳିତ ଭାବେ ହେବ ସେ ନେଇ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି। ବୁଧବାର ଏସ୍‌ପିଙ୍କ କାର୍ଯ୍ୟାଳୟରେ ପୋଲିସ ପ୍ରଶାସନ ଏବଂ ଶ୍ରୀମନ୍ଦିର ଛତିଶା ନିଯୋଗ ସେବାୟତଙ୍କ ମଧ୍ୟରେ ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏସ୍‌ପି କନୱର ବିଶାଲ ସିଂ ଅଧ୍ୟକ୍ଷତା କରିଥିଲେ। ଚଳିତବର୍ଷର ଘୋଷଯାତ୍ରା କିପରି ଶୃଙ୍ଖଳିତ ଭାବେ ସମ୍ପନ୍ନ ହେବ ସେନେଇ ଆଲୋଚନା କରାଯାଇଥିଲା। ଶୃଙ୍ଖଳିତ ଦର୍ଶନ, ନୀତି ପାଇଁ ଯାତାୟାତ ସମୟରେ ଯେପରି ସେବକଙ୍କୁ କୌଣସି ସମସ୍ୟା ନ ହେବ, ଗତବର୍ଷର ତ୍ରୁଟି ଯେପରି ଚଳିତବର୍ଷ ପୁନରାବୃତ୍ତି ନ ହେବ ସେଥିପ୍ରତି ଗୁରୁତ୍ୱ ଦିଆଯାଇଥିଲା। ବୈଠକରେ ସେବାୟତମାନେ ସେମାନଙ୍କ ମତ ରଖିଥିଲେ।
ବୈଠକ ପରେ ଏସ୍‌ପି ସୂଚନା ଦେଇ କହିଛନ୍ତି, ମହାପ୍ରଭୁଙ୍କ ଆର୍ଶୀବାଦରୁ ସ୍ନାନଯାତ୍ରା ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଛି। ଆଗକୁ ରଥଯାତ୍ରା ପାଇଁ ଆମେ ପ୍ରସ୍ତୁତ ରହିଛୁ। ସେବାୟତଙ୍କ ସହଯୋଗରେ ସ୍ନାନଯାତ୍ରା ପରି ରଥଯାତ୍ରା ମଧ୍ୟ ସୁରୁଖୁରୁରେ ସମ୍ପନ୍ନ ହେବ ବୋଲି ଆଶା ରଖିଛୁ। ସେବାୟତମାନେ ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯିବ। ସମସ୍ତଙ୍କ ସହଯୋଗରେ ଘୋଷଯାତ୍ରା ଶୃଙ୍ଖଳିତ ଭାବେ ସମ୍ପନ୍ନ ହେବ ବୋଲି ଆଶା ରହିଥିବା ସେ ପ୍ରକାଶ କରିଛନ୍ତି। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର କହିଛନ୍ତି, ରଥଯାତ୍ରା ସମୟରେ ଅତ୍ୟଧିକ ଲୋକ କର୍ଡନ ଭିତରେ ରହୁଛନ୍ତି। ତେଣୁ କର୍ଡନ ଭିତରେ ସୀମିତ ପାସ୍‌ଧାରୀ ରହିବା, ପହଣ୍ଡି ସମୟରେ ସୀମିତ ଘଣ୍ଟୁଆ, କର୍ଡନ ଭିତରେ ନୃତ୍ୟ ଶିଳ୍ପୀଙ୍କୁ ସୀମିତ ରଖିବା, ନୀତି ଶୃଙ୍ଖଳିତ କରାଯିବା ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ବୈଠକରେ ଆଲୋଚନା କରାଯାଇଛି। ସେହିପରି ବରିଷ୍ଠ ସେବକ ତଥା ଶ୍ରୀମନ୍ଦିର ଘଣ୍ଟୁଆ ନିଯୋଗ ସଭାପତି ଗୌରହରି ପ୍ରଧାନ କହିଛନ୍ତି, ଘୋଷଯାତ୍ରା ସମୟରେ ମହାପ୍ରଭୁଙ୍କ ନୀତି ପାଇଁ ନିୟୋଜିତ ଥିବା ସେବାୟତଙ୍କ ଯାତାୟାତ ଲାଗି ସ୍ବତନ୍ତ୍ର ପାସ୍‌ ବ୍ୟବସ୍ଥା, ପାର୍କିଂସ୍ଥାନ, ପୋଲିସ ପକ୍ଷରୁ ସହଯୋଗ ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମଝି ରାସ୍ତାରେ ଓଲୋଟିଲା ଯାତ୍ରା ପାର୍ଟି ଟ୍ରକ

ଧାମନଗର,୪।୪( ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଭଣ୍ଡାରି ପଦି ଛକ ନିକଟସ୍ଥ ଏସଡିପିଓ ଅଫିସ ସାମ୍ନାରେ ଧାମନଗର ଭଦ୍ରକ  ମୁଖ୍ୟ ରାସ୍ତାରେ ଶନିବାର ଅପରାହ୍ନରେ ଏକ…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ବ୍ଲକସ୍ତରୀୟ ପ୍ରବେଶ ଉତ୍ସବରେ ଖଡ଼ିଛୁଇଁଲେ ଶିଶୁ

କର୍ଲାମୁଣ୍ଡା:୪।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଶନିବାର ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri