ମୁକ୍ତି ଆଶାରେ ପଣବନ୍ଦୀ

ଦୋହା/ଗାଜା ସିଟି/ ଜେରୁଜେଲମ୍‌,୨୨ା୧୧: ଅକ୍ଟୋବର ୭ରେ ଯୁଦ୍ଧ ଆରମ୍ଭ ପରଠୁ ହମାସ୍‌ ଆତଙ୍କବାଦୀମାନେ ପଣବନ୍ଦୀ କରି ରଖିଥିବା ଲୋକଙ୍କୁ ଖୁବ୍‌ଶୀଘ୍ର ମୁକ୍ତ କରିପାରନ୍ତି। ଏନେଇ ହମାସ୍‌ ଓ ଇସ୍ରାଏଲ ମଧ୍ୟରେ କାତାର ମଧ୍ୟସ୍ଥତା କରୁଛି। ସନ୍ଧି ନିକଟତର ହୋଇଥିବା ହମାସ୍‌ ନେତା ଇସ୍‌ମାଇଲ ହାନିୟେ ସୂଚନା ଦେବା ପରେ ପଣବନ୍ଦୀଙ୍କ ମୁକ୍ତି ଆଶା ଉଜ୍ଜ୍ୱଳ ହୋଇଛି।
ଫାଇଟରମାନେ ସୀମାପାର ଆକ୍ରମଣରେ ୧,୨୦୦ ଇସ୍ରାଏଲୀଙ୍କୁ ହତ୍ୟା କରିଥିବାବେଳେ ଇସ୍ରାଏଲର ପ୍ରତିଆକ୍ରମଣରେ ପ୍ରାୟ ୧୩,୩୦୦ ପାଲେଷ୍ଟିନୀୟ ନିହତ ହେଲେଣି। ସେମାନଙ୍କ ମଧ୍ୟରେ ଅନେକ ହଜାର ଶିଶୁ ରହିଛନ୍ତି। ହମାସ୍‌ ଆତଙ୍କବାଦୀ ପ୍ରାୟ ୨୪୦ ଜଣଙ୍କୁ ପଣବନ୍ଦୀ କରିଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଛାଡ଼ିଦେଇଛନ୍ତି। ସମସ୍ତ ପଣବନ୍ଦୀଙ୍କୁ ତୁରନ୍ତ ମୁକ୍ତ କରି ଆଣିବା ପାଇଁ ଇସ୍ରାଏଲୀମାନେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ଉପରେ ଚାପ ପକାଉଛନ୍ତି। ସମସ୍ତଙ୍କୁ ନ ଛାଡ଼ିବା ପର୍ଯ୍ୟନ୍ତ ଅସ୍ତ୍ରବିରତି ଉପରେ ଇସ୍ରାଏଲ ଚିନ୍ତା କରିବ ନାହିଁ ବୋଲି ନେତାନ୍ୟାହୁ ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି। ଏଭଳି ସମୟରେ କାତାରର ମଧ୍ୟସ୍ଥତା ଆଶ୍ୱସ୍ତି ଆଣିଦେଇଛି। କାତାରରେ ହମାସ୍‌ର ଏକ ରାଜନୈତିକ ଅଫିସର ରହିଛି। ସେଠାରେ ଥିବା ହମାସ୍‌ ନେତା ହାନିୟେ ଏକ ଟେଲିଗ୍ରାମ ପୋଷ୍ଟ୍‌ରେ କହିଛନ୍ତି, ଆମେ ସନ୍ଧି ଉପରେ ଡିଲ୍‌ର ନିକଟତର ହୋଇଛୁ।
ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ମଧ୍ୟ ପଣବନ୍ଦୀଙ୍କ ମୁକ୍ତି ପାଇଁ ସହମତି ପ୍ରକାଶ ପାଇବାକୁ ଯାଉଛି ବୋଲି ସୋମବାର କହିଥିଲେ। ସୂତ୍ରରୁ ମିଳିଥିବା ସୂଚନାନୁସାରେ ସ୍ଥଳଭାଗରେ ୫ ଦିନ ପାଇଁ ଅସ୍ତ୍ରବିରତି କରାଯିବ। ଏଥିସହ ଦକ୍ଷିଣ ଗାଜାରେ ମଧ୍ୟ ଇସ୍ରାଏଲ ଏୟାର ଅପରେଶନ୍‌ ବନ୍ଦ କରିବ। ଏହା ବଦଳରେ ହମାସ୍‌ ୫୦ରୁ ୧୦୦ ପଣବନ୍ଦୀଙ୍କୁ ମୁକ୍ତ କରିବ। ଆଉ ଏକ ପାଲେଷ୍ଟିନୀୟ ଗୋଷ୍ଠୀକୁ ଇସ୍ରାଏଲ ମୁକ୍ତ କରିବ। ଇସ୍ରାଏଲୀ ଜେଲଗୁଡ଼ିକରେ ଥିବା ମହିଳା ଓ ଶିଶୁଙ୍କ ସମେତ ମୋଟ ୩୦୦ ପାଲେଷ୍ଟିନୀୟ ମୁକ୍ତ ହେବେ ବୋଲି ଡିଲ୍‌ରେ ଆପାତତଃ ଚୂଡ଼ାନ୍ତ ହୋଇଛି। ସଂଘର୍ଷ ଚାଲିଥିବାବେଳେ ଉଭୟ ପକ୍ଷର ଏହି ମାନବୀୟ ଅସ୍ତ୍ରବିରତିକୁ ଭାରତ ସ୍ବାଗତ କରିଛି। ଇତିମଧ୍ୟରେ ୨୬/୧୧ ମୁମ୍ବାଇ ଆକ୍ରମଣକାରୀ ପାକିସ୍ତାନର ଲଶ୍କର-ଇ-ତୋଇବା (ଏଲ୍‌ଇଟି)କୁ ଇସ୍ରାଏଲ ଆତଙ୍କବାଦୀ ସଙ୍ଗଠନ ଘୋଷଣା କରିଛି। ୬ ଇହୁଦୀଙ୍କ ସମେତ ୧୬୬ ଜଣଙ୍କ ଜୀବନ ଯାଇଥିବା ଏହି ଆକ୍ରମଣର ୧୫ ବର୍ଷ ପୂର୍ତ୍ତି ପୂର୍ବରୁ ଉକ୍ତ ପଦକ୍ଷେପକୁ ପ୍ରଶଂସା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ବର୍ଷର ଭାଣିଜୀଙ୍କୁ ସାଙ୍ଗଙ୍କ ସହ ମିଶି ଗଣବଳାତ୍କାର କଲେ ମାମୁ: ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ପାଟନା,୭।୪: ବିହାରର ପାଟନାରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଜଣେ ୨୨ବର୍ଷୀୟ ଯୁବକ ତାଙ୍କ ଦୁଇ ବନ୍ଧୁଙ୍କ ସହିତ ମିଶି ନିଜ ତିନି ବର୍ଷର ଭାଣିଜୀଙ୍କୁ ଗଣବଳାତ୍କାର…

ଶୁକ୍ର ନକ୍ଷତ୍ର ଗୋଚର: ମାଲାମାଲ ହେବେ ଏହି ୩ ରାଶି

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ସୋମବାର, ଏପ୍ରିଲ ୬, ୨୦୨୬ ରାତି ୧:୦୪ ସମୟରେ, ସୁଖ ଏବଂ ସମୃଦ୍ଧିର ଦାତା ଶୁକ୍ର ଅଶ୍ୱିନୀରୁ ଭରଣୀ ନକ୍ଷତ୍ରକୁ ଗମନ କରିଛନ୍ତି।…

ଏହି ଯୋଜନାରେ ଚାଷୀଙ୍କୁ ମିଳିବ ୩ ହଜାର ଟଙ୍କା ପେନସନ: କେବଳ କରିବାକୁ ପଡ଼ିବ ଏହି ଗୋଟିଏ କାମ

ନୂଆଦିଲ୍ଲୀ,୭।୪: ସାରା ଦେଶରେ ଚାଷୀମାନଙ୍କୁ ଆର୍ଥିକ ଭାବରେ ସଶକ୍ତ କରିବା ପାଇଁ, କେନ୍ଦ୍ର ଏବଂ ରାଜ୍ୟ ସରକାର ସେମାନଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା ପାଇଁ ବିଭିନ୍ନ…

ସ୍ବର୍ଗତ ତବଲା ବାଦକ ଲକ୍ଷ୍ମଣଙ୍କ ପରିବାରକୁ ଭେଟିଲେ ବିଧାୟକ

ଗଞ୍ଜାମ,୭।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ବିଶିଷ୍ଟ ତବଲା ବାଦକ ସ୍ବର୍ଗତ ଲକ୍ଷଣ କୁମାର ତରାଇଙ୍କ ପରିବାରଙ୍କୁ ଭେଟିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣ…

ଯାଜପୁରରେ ଯୁବକଙ୍କୁ ଗୁଳିମାଡ଼, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ

ଯାଜପୁର ସଦର,୭।୪(ସମର ବିଜୟ ଶରଣ ): ଯାଜପୁର ଥାନା ଅନ୍ତର୍ଗତ କାଳୀମେଘା ନିକଟର ଫୁଟିଲା ଗୁଳି । ଏହି ଗୁଳିକାଣ୍ଡରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି ।…

ପ୍ରମିଳାଙ୍କ ଘରେ ହଠାତ୍‌ ପହଞ୍ଚିଲେ ଯାଜପୁର ନେତା, ଉପସ୍ଥିତ ଅଛନ୍ତି ଏମାନେ ସବୁ…

ଭୁବନେଶ୍ୱର,୭।୪: ପ୍ରମିଳାଙ୍କ ସରକାରୀ ବାସଭବନରେ ଯାଜପୁର ନେତାଙ୍କ ମେଳିକୁ ନେଇ ରାଜନୀତିରେ ହଇଚଇ। ଭଦ୍ରକ ମଣ୍ଡଳ ଦମ୍ପତିଙ୍କୁ ସସପେଣ୍ଡ ପରେ ଯାଜପୁର ସଂଗଠନକୁ ନେଇ ବୈଠକ ଚାଲିଥିବା…

ଏମିତି ଖେଳ ଖେଳିଲା ଇରାନ, ପବନରେ ଉଡ଼ିଯିବ ଟ୍ରମ୍ପଙ୍କ ମଙ୍ଗଳବାର ବାଲା ଧମକ

ତେହରାନ,୭।୪: ସମ୍ଭାବ୍ୟ ଆମେରିକୀୟ ଆକ୍ରମଣ ବିରୁଦ୍ଧରେ ଇରାନ ତାର ଶକ୍ତି କେନ୍ଦ୍ରଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ଏକ ନୂତନ ରଣନୀତି ପ୍ରସ୍ତୁତ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ଗୋରୁ ବ୍ୟବସାୟୀଙ୍କ ଘରେ ଚଢାଉ: ଲକ୍ଷ ଲକ୍ଷ ଟଙ୍କା ସହ ଅଳଙ୍କାର ଜବତ

ଖଇରା,୭।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ବାହାନଗା ଅଞ୍ଚଳର ଜଣେ ଗୋରକ୍ଷକ କୃପାସିନ୍ଧୁ ବେହେରା ଗୋରୁ ବ୍ୟବସାୟୀଙ୍କ ଆକ୍ରମଣରେ ମୃତ୍ୟୁବରଣ କରିବା ପରେ ବାଲେଶ୍ବର ଏସପିଙ୍କ ଆକ୍ସନ ମୋଡ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri