୬୪ ଗାଁ ଚିହ୍ନଟରେ ସୀମିତ ସୁନାମି ମୁକାବିଲା

କେନ୍ଦ୍ରାପଡ଼ା,୨୮ା୪ (ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲା ପ୍ରାକୃତିକ ବିପର୍ଯ୍ୟୟପ୍ରବଣ। ଏହି ଜିଲାକୁ ପ୍ରତିବର୍ଷ ବନ୍ୟା, ବାତ୍ୟା ସହିତ ସୁନାମି ଭୟ ରହିଛି। ଏପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜିଲା ପ୍ରଶାସନ ପକ୍ଷରୁ ଜନଜୀବନ ସୁରକ୍ଷା ପାଇଁ ଲୋକମାନଙ୍କୁ ସ୍ଥାନାନ୍ତର କରାଯିବା ସାଧାରଣ କଥା ହୋଇଛି। ସମୁଦ୍ର ତଟକ୍ଷୟ ପାଇଁ ସାତଭାୟାର ୫୭୧ ପରିବାର ୮ କି.ମି. ଦୂର ବଗପାଟିଆକୁ ସ୍ଥାନାନ୍ତର ହୋଇଛନ୍ତି। ବରାହିପୁର, ମଗରକନ୍ଦା, ଅଢ଼ସଲ, ଚାରିଘରିଆର ୧୪୮ ପରିବାର ଦୀର୍ଘଦିନ ଧରି ଆବେଦନ ପତ୍ର ଜିଲା ପ୍ରଶାସନକୁ ଦେଇଥିଲେ ମଧ୍ୟ ଅଦ୍ୟାବଧି ସ୍ଥାନାନ୍ତର ପାଇଁ ପ୍ରକ୍ରିୟା ଆରମ୍ଭ ହେଉନାହିଁ। ଏହି ପ୍ରାକୃତିକ ବିପର୍ଯ୍ୟୟକୁ ରୋକୁଥିବା ହେନ୍ତାଳ ବଣ ସୃଷ୍ଟି ଓ ସାମୁଦ୍ରିକ ପ୍ରାଚୀର ନିର୍ମାଣକୁ ଗୁରୁତ୍ୱ ଦେବାକୁ ରାଜ୍ୟ ଓ କେନ୍ଦ୍ର ସରକାର, ଜିଲା ପ୍ରଶାସନକୁ ପରିବେଶବିତ, ବୁଦ୍ଧିଜୀବୀମାନେ ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ଅଭିଯୋଗ ହୋଇଛି।
ଏ ସମ୍ପର୍କରେ ସାମାଜିକ କର୍ମୀ ପ୍ରତାପ କୁମାର ପାଢ଼ୀ, ଡା. ପି.ଏନ୍‌. ଗୌରାଙ୍ଗ, ପରିବେଶବିତ୍‌ ଲକ୍ଷ୍ମୀଧର ସ୍ବାଇଁ, ସମରେନ୍ଦ୍ର ମାହାଳି ପ୍ରମୁଖ କହିଛନ୍ତି, ୨୦୦୪ ଡିସେମ୍ବରରେ ଇଣ୍ଡୋନେସିଆ ସମେତ ଭାରତର ତାମିଲନାଡୁ, ଆଣ୍ଡାମାନ ନିକୋବର, କେରଳ, ପଣ୍ଡିଚେରୀ ଓ ଆନ୍ଧ୍ର ଉପକୂଳରେ ସୁନାମିର ପ୍ରଭାବ ପଡିଥିଲା। ଏହାର ଭୟାବହତାକୁ ଦୃଷ୍ଟିରେ ରଖି ମୁକାବିଲା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ପ୍ରଥମ ପଦକ୍ଷେପ ସ୍ବରୂପ ଦେଶ ବ୍ୟାପୀ ସୁନାମିପ୍ରବଣ ଅଞ୍ଚଳ ଚିହ୍ନଟ କରାଯାଇଥିଲା। ଓଡ଼ିଶାରେ ଓସ୍‌ଡମା ପକ୍ଷରୁ ଏହି ଚିହ୍ନଟ କାର୍ଯ୍ୟ ହୋଇଥିବା ବେଳେ କେନ୍ଦ୍ରାପଡ଼ା ଜିଲାରେ ସ୍ଥାନୀୟ ଜଙ୍ଗଲ ବିଭାଗ ସହଯୋଗରେ ତଟବର୍ତ୍ତୀ ମହାକାଳପଡ଼ା ଓ ରାଜନଗର ବ୍ଲକ ଅଞ୍ଚଳର ୬୪ ଗ୍ରାମକୁ ସୁନାମିପ୍ରବଣ ବୋଲି ଓସ୍‌ଡମା ଚିହ୍ନଟ କରିଥିଲା। ସୁନାମୀର ମୁକାବିଲା ପାଇଁ ତଟାଞ୍ଚଳରେ ସାମୁଦ୍ରିକ ପ୍ରାଚୀର ଓ ହେନ୍ତାଳ ବଣ ସୃଷ୍ଟି କରିବାକୁ ସେ ସମୟରେ ପ୍ରସ୍ତାବ ରହିଥିବା ବେଳେ ଏହାର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ା ଉପାନ୍ତ ଅଞ୍ଚଳର ପ୍ରାୟ ୨ ଲକ୍ଷ ଅଧିବାସୀ ବନ୍ୟା ଓ ସାମୁଦ୍ରିକ ଝଡ଼ ପରି ପ୍ରାକୃତିକ ବିପର୍ଯ୍ୟୟର ଶିକାର ହେଉଥିବା ବେଳେ ସୁନାମିକୁ ନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବିଭିନ୍ନ ସାମୁଦ୍ରିକ ଝଡ ସମୟରେ ସମୁଦ୍ର ଜୁଆର ଜିଲାର ତଟାଞ୍ଚଳ ଡେଇଁ ପ୍ରାୟ ୩ କି.ମି. ଅଞ୍ଚଳକୁ ମାଡିଆସୁଛି। କୌଣସି କାରଣରୁ ସୁନାମି ଆସିଲେ ତଟାଞ୍ଚଳ କ୍ଷୟକ୍ଷତିକୁ ରୋକିବା ସମ୍ଭବ ହେବ ନାହିଁ ା ଏହାର ପ୍ରକୋପକୁ କିଛି ମାତ୍ରାରେ ହେନ୍ତାଳ ବଣ କମ୍‌ କରିପାରେ ା ଓଡ଼ିଶାର ତଟବର୍ତ୍ତୀ ଅଞ୍ଚଳର ଭିତ୍ତିଭୂମି ତଦାରଖ ପାଇଁ ୨୦୦୬ରେ ଗୋଆ ଜାତୀୟ ସାମୁଦ୍ରିକ ଗବେଷଣା କେନ୍ଦ୍ରର ବୈଜ୍ଞାନିକ ଡ. ଟି.ଜି. ଜଗତାପ, ଡ. ବି.ସି. ଇନଗୋଲିଓ, ଡ. କେ. ମୁସା ପ୍ରମୁଖ କେନ୍ଦ୍ରାପଡ଼ା ଜିଲା ଗସ୍ତ କରିଥିଲେ।

ଭିତରକନିକା ଗସ୍ତରେ ଆସି ତଟାଞ୍ଚଳରେ ଥିବା ହେନ୍ତାଳ ଜଙ୍ଗଲ ଦେଖିବା ପରେ ଏହା ସାମୁଦ୍ରିକ ପ୍ରାଚୀର ଭାବେ ସର୍ବୋତ୍କୃଷ୍ଟ ବୋଲି ସନ୍ତୋଷ ପ୍ରକାଶ କରିଥିଲେ ା ଭିତରକନିକାର ବ୍ୟାପକ ହେନ୍ତାଳ ବଣ ସୁନାମି ପ୍ରଭାବରୁ ମୁକ୍ତ କରିପାରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିବା ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ତଟବର୍ତ୍ତୀ ସ୍ଥାନରେ ହେନ୍ତାଳ ବଣ ଓ ଆବଶ୍ୟକ ମୁତାବକ ସୁରକ୍ଷା ପ୍ରାଚୀର କରିବାକୁ ପରାମର୍ଶ ଦେଇଥିଲେ। ଇତିମଧ୍ୟରେ ଏହି ଗସ୍ତକୁ ୧୮ ବର୍ଷ ବିତିଥିଲେ ମଧ୍ୟ କେନ୍ଦ୍ରାପଡ଼ା ଜିଲାର ସୁନାମି ମୁକାବିଲା କେବଳ ୬୪ ଗ୍ରାମ ଚିହ୍ନଟରେ ସୀମିତ ହୋଇଛି ା ତଟାଞ୍ଚଳକୁ ହେନ୍ତାଳ ଜଙ୍ଗଲ ପରିପୂର୍ଣ୍ଣ କରି ସୁନାମି ଓ ସାମୁଦ୍ରିକ ଝଡ଼ରୁ ସୁରକ୍ଷା ଦେବା ପାଇଁ କୌଣସି ଦୃଢ଼ ପଦକ୍ଷେପ ନିଆଯାଇନାହିଁ ା ଅପରପକ୍ଷେ ତଟାଞ୍ଚଳରେ ଥିବା ହେନ୍ତାଳବଣର ଦ୍ରୁତ ଅବକ୍ଷୟ ହୋଇଛି ା ଏହି ତଟକ୍ଷୟ ପାଇଁ ସାତଭାୟାର ୫ ରାଜସ୍ବ ଗ୍ରାମ ଜିଲା ମାନଚିତ୍ରରୁ ଲିଭିଯାଇଛି ା ତଟାଞ୍ଚଳରେ କ୍ରମବର୍ଦ୍ଧିଷ୍ଣୁ ଚିଙ୍ଗୁଡି ଘେରି ତଟଦେଶର ପ୍ରାକୃତିକ ପରିବେଶକୁ ଉଜାଡି ଦେଇଛି। ସୁନାମି ଆତଙ୍କରେ ଆତଙ୍କିତ ଜିଲାର ପ୍ରାୟ ୨ ଲକ୍ଷ ଅଧିବାସୀ ମକଡ୍ରିଲ ଓ ଅସୁରକ୍ଷିତ ବାତ୍ୟା ଆଶ୍ରୟସ୍ଥଳ ଭରସାରେ ରହିଥିବା ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି ା ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲ କହିଛନ୍ତି, ହେନ୍ତାଳବଣ ସୃଷ୍ଟିକୁ ଜିଲା ପ୍ରଶାସନ ଅଧିକ ଗୁରୁତ୍ୱ ଦେଇଛି ା ପେଣ୍ଠଠାରେ ଜିଓ ସିନ୍ଥେଟିକ ଟିଉବ ୱାଲ୍‌ ନିର୍ମାଣ ହୋଇଛି ା ଏଥିସହିତ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇଁ ସ୍ଥାନୀୟ ଜନସାଧାରଣଙ୍କୁ ସଚେତନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri