Categories: ଜାତୀୟ

ଚୂନ ଖଣିରେ ବିସ୍ଫୋରଣ: ୧୦ ମୃତ

କଡ଼ାପା, ୯।୫: ଆନ୍ଧ୍ରପ୍ରଦେଶର କଡାପାରେ ଥିବା ଏକ ଚୂନପଥର ଖଣିରେ ଶନିବାର ସକାଳେ ବିସ୍ଫୋରଣ ଘଟି ୧୦ ଶ୍ରମିକ ପ୍ରାଣ ହରାଇଛନ୍ତି। କଳସପାଡୁ ବ୍ଲକ୍‌ର ମାମିଲାପାଲେ ଗ୍ରାମରେ ଥିବା ଉକ୍ତ ଖଣିରେ ବିସ୍ଫୋରଣ ସମୟରେ ୪୦ ଶ୍ରମିକ କାର୍ଯ୍ୟରତ ଥିଲେ। ଶ୍ରମିକମାନଙ୍କ ମୃତ୍ୟୁକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନମୋହନ ରେଡ୍ଡୀ ଦୁଃଖପ୍ରକାଶ କରିବା ସହ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇଦେବା ଲାଗି ଟିଡିପି ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌.ଚନ୍ଦ୍ରାବାବୁ ନାଇଡୁ ଦାବି କରିଛନ୍ତି।

Share