ଲିଲି, କପିଳେଶ୍ୱର ଯୁଗ୍ମ ବ୍ଲକ ଟପ୍ପର୍‌

କର୍ଲାମୁଣ୍ଡା,୨ା୫(ପ୍ରଦୀପ କୁମାର ସାହୁ): ଶନିବାର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ କଲାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ତେରେଶିଙ୍ଗା ନୋଡାଲ ହାଇସ୍କୁଲ ଛାତ୍ରୀ ଲିଲି ଗହୀର ଓ କର୍ଲାମୁଣ୍ଡା ରତନ ଭୋଇ ପଞ୍ଚାୟତ ସମିତି ହାଇସ୍କୁଲ ଛାତ୍ର କପିଳେଶ୍ୱର ବଗର୍ତ୍ତୀ ଯୁଗ୍ମ ଭାବେ ବ୍ଲକ ଟପ୍ପର୍‌ ହୋଇଛନ୍ତି। ଉଭୟେ ୫୪୦ ମାର୍କ ଅର୍ଥାତ୍‌ ୯୦ପ୍ରତିଶତ (ଏ-୧) ନମ୍ୱର ରଖଛନ୍ତି।

ଏନେଇ ଉଭୟଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ବ୍ଲକରେ ମୋଟ ୮୨୬ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ୮୦୧ ଜଣ ଉତ୍ତୀର୍ଣ୍ଣ ହୋଇଥିବା ବ୍ଲକ ଶିକ୍ଷା ଅଧିକାରୀ ବାଞ୍ଛାନିଧି ପଣ୍ଡା ସୂଚନା ଦେଇଛନ୍ତି

Share