ବିକିନ ପିନ୍ଧା ମଡେଲଙ୍କ ଫଟୋକୁ ପସନ୍ଦ କରି ଚର୍ଚ୍ଚାରେ ପୋପ୍‌

ଜେରୁଜେଲମ,୨୫।୧୨: ଖ୍ରୀଷ୍ଟିଆନଙ୍କ ଧାର୍ମିକ ନେତା ଭାବରେ ବିବେଚିତ ପୋପ୍‌ ଫ୍ରାନ୍ସିସଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଏଥର ପୋପ୍‌ ଫ୍ରାନ୍ସିସଙ୍କ ଆକାଉଣ୍ଟରୁ ଜଣେ ମଡେଲରଙ୍କ ଫଟୋକୁ ପସନ୍ଦ କରାଯାଇଛି। ଏହାଦ୍ୱାରା ପୋପ୍‌ ଫ୍ରାନ୍ସିସ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ୍ସ-ରେଟେଡ ମଡେଲର ଫଟୋ ପସନ୍ଦ କରୁଥିବା ଅଭିଯୋଗ ହୋଇଛି। ଇନଷ୍ଟାଗ୍ରାମରେ ମାରଗଟ ଫକ୍ସ ନାମକ ମଡେଲ ଦାବି କରିଛନ୍ତି ଯେ ପୋପ୍‌ ଫ୍ରାନ୍ସିସ ତାଙ୍କ ଫଟୋକୁ ପସନ୍ଦ କରିଛନ୍ତି। ତାଙ୍କ ମତ ପ୍ରମାଣ କରିବାକୁ ମଡେଲ ଏକ ସ୍କ୍ରିନସଟ ମଧ୍ୟ ଶେୟାର କରିଛି। ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ ପୋପ୍‌ ଫ୍ରାନ୍ସିସଙ୍କ ଅଫିସିଆଲ ଆକାଉଣ୍ଟରୁ ବିକିନି ମଡେଲର ଫଟୋ ଲାଇକ୍‌ କରାଯାଇଥିଲା, ଯାହାକୁ ନେଇ ବିତର୍କ ହୋଇଥିଲା। କଳା ସ୍ବିମ୍‌ଶୁଟ ପିନ୍ଧି ମଡେଲ ମାରଗଟ ଟୁଇଟ୍‌ କରି କହିଛନ୍ତି ଯେ, ପୋପ୍‌ ମୋ ଫଟୋକୁ ପସନ୍ଦ କରିଛନ୍ତି, ଅର୍ଥାତ୍‌ ମୁଁ ସ୍ବର୍ଗକୁ ଯାଉଛି। ମଡେଲ ପୋପଙ୍କ ଯାଞ୍ଚ ହୋଇଥିବା ଆକାଉଣ୍ଟର ଏକ ଫଟୋ ମଧ୍ୟ ଶେୟାର କରିଛଛି। ମଡେଲର ଦାବି ପରଠାରୁ ଏହି ଫଟୋ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ଏହି ଘଟଣାକୁ ଅନେକ ଲୋକ ସମାଲୋଚନା କରୁଛନ୍ତି। ପୋପ୍‌ ଫ୍ରାନ୍ସିସଙ୍କ ଆକାଉଣ୍ଟରୁ ଏଭଳି ଫଟୋ ଲାଇକ୍‌ କରାଯିବା ଗତ ମାସେ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ଘଟଣା। ମିଡିଆ ରିପୋର୍ଟ ଅନୁଯାୟୀ, ଭାଟିକାନ ଘଟଣା ସମ୍ପର୍କରେ ଇନଷ୍ଟାଗ୍ରାମ ସ୍ପଷ୍ଟୀକରଣ ମାଗିଛି। ତେବେ ଏହି ଫଟୋ କେବେ ପସନ୍ଦ ହେଲା ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ।

Share