ମିଛକୁ ପସନ୍ଦ

ଇଆନ ବୁରୁମା

 

ଆମେରିକାକୁ ଧୋକା ଦେବା ଏବଂ ଆମେରିକୀୟମାନଙ୍କୁ ସେମାନଙ୍କ ଭୋଟ୍‌ ଅଧିକାରରୁ ବଞ୍ଚତ୍ତ କରିବା ପାଇଁ ଷଡ଼ଯନ୍ତ୍ର କରିବାର ଚାରିଟି ଆପରାଧିକ ମାମଲାରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଅଭିଯୁକ୍ତ କରାଯାଇଛି। ଫ୍ଲୋରିଡ଼ା ଫେଡେରାଲ କୋର୍ଟରେ ଗୁପ୍ତଚର ଆଇନର ଉଲ୍ଲଂଘନ ସମେତ ଟ୍ରମ୍ପ୍‌ ୪୦ଟି ଅଭିଯୋଗର ସମ୍ମୁଖୀନ ହୋଇଛନ୍ତି । ନ୍ୟୁୟର୍କରେ ଏକ ସେକ୍ସ ସ୍କାଣ୍ଡାଲକୁ ଦବାଇ ଦେବା ଅଭିଯୋଗରେ ତାଙ୍କ ବିରୋଧରେ ବି ୩୪ଟି ଗମ୍ଭୀର ଅପରାଧ ମାମଲା ରହିଛି। ଏସବୁ ସତ୍ତ୍ୱେ ରାଷ୍ଟ୍ରପତି ପାଇଁ ପରବର୍ତ୍ତୀ ରିପବ୍ଲିକାନ ପ୍ରାର୍ଥୀ ହେବା ସକାଶେ ଟ୍ରମ୍ପ୍‌ଙ୍କ ଆଭିମୁଖ୍ୟ ଅକାଟ୍ୟ ମନେହୁଏ। ନିକଟରେ ହୋଇଥିବା ଏକ ସର୍ଭେ ଅନୁଯାୟୀ, ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଫ୍ଲୋରିଡ଼ାର ରାଜ୍ୟପାଳ ରୋନ ଡିସାଣ୍ଟିସ୍‌ଙ୍କଠାରୁ ୩୭ ପ୍ରତିଶତ ପଏଣ୍ଟ ଆଗରେ ଅଛନ୍ତି। ଆମେରିକାର ଏହି ପୂର୍ବତନ ରାଷ୍ଟ୍ରପତିଙ୍କ ବିରୋଧରେ ଏଭଳି ମାମଲା ହେବା କିମ୍ବା ଦୋଷୀ ସାବ୍ୟସ୍ତ ହେବା ଭଳି ସ୍ଥିତିକୁ ନେଇ ତାଙ୍କ ସମର୍ଥକମାନେ ବିବ୍ରତ ଥିବା ମନେ ହେଉନାହିଁ। ସେ କିଛି ଭୁଲ୍‌ କରିଛନ୍ତି ବୋଲି ତାଙ୍କର କୌଣସି କଠୋରପନ୍ଥୀ ସମର୍ଥକ ଭାବୁନାହାନ୍ତି, ଯାହା ଏକ ଅଜବ କଥା। ତା’ଠାରୁ ଆହୁରି ଅଜବ ଘଟଣା ହେଉଛି, ତାଙ୍କ ସପକ୍ଷରେ ୪୩% ରିପବ୍ଲିକାନ୍‌ଙ୍କର ଅନୁକୂଳ ଭାବନା ରହିଛି। ଏହା ନିଃସନ୍ଦେହ ଯେ, ଡିସାଣ୍ଟିସ୍‌ ତାଙ୍କ ନିଜ ଦକ୍ଷତା ଓ ଆମତ୍ବିଶ୍ୱାସକୁ ନେଇ ଅଧିକ ଅସହଜ ଥିବା ଜଣାପଡ଼ୁଛନ୍ତି ଓ ଟ୍ରମ୍ପ୍‌ଙ୍କଠାରୁ ଆଗକୁ ବଢ଼ିବାରେ ବିଫଳ ହେଉଛନ୍ତି। କିନ୍ତୁ କ୍ରିସ୍‌ କ୍ରୀଷ୍ଟି ଜଣେ ସମାନ୍ୟ ଆକର୍ଷକ ରାଜନୀତିଜ୍ଞ ଭାବେ ତାଙ୍କ ଉଦାରବାଦୀ ଛବି ଉପସ୍ଥାପନ କରି ମଧ୍ୟ କମ୍‌ ସଫଳତା (ଏବେ ମାତ୍ର ୨% ପଏଣ୍ଟ) ପାଇଛନ୍ତି। ଟ୍ରମ୍ପ୍‌ଙ୍କ ସମର୍ଥନର ଦୃଢ଼ତାରୁ କ’ଣ ବୁଝାପଡ଼ୁଛି? ତାଙ୍କର ଯୁକ୍ତିଗୁଡ଼ିକ ମୁଖ୍ୟ ପ୍ରସଙ୍ଗ ହେବାର ସମ୍ଭାବନା ନାହିଁ, କାରଣ ସେ ଅଳ୍ପ କିଛି ସୁସଙ୍ଗତ ଯୁକ୍ତି କରନ୍ତି। ସେ କ’ଣ ଭାବନ୍ତି କିମ୍ବା ତାଙ୍କ ଚିନ୍ତାଧାରା କ’ଣ ତାହା କ୍ୱଚିତ ସ୍ପଷ୍ଟ ହୁଏ। ସେ ବାସ୍ତବତା ପ୍ରତି ଉଦାସୀନ ରହନ୍ତି କିମ୍ବା ତାହାକୁ ଅବମାନନା କରନ୍ତି। କିନ୍ତୁ ସେ ଯେତେ ମିଛ କହୁଛନ୍ତି, ତାଙ୍କ ସମର୍ଥକମାନେ ତାଙ୍କୁ ଅଧିକ ପସନ୍ଦ କରୁଥିବା ପରି ଲାଗୁଛି, ଯେପରି ତାଙ୍କର ମିଥ୍ୟା ପାହାଡ଼ ସତ୍ୟକୁ ଜାଣିବାର କ୍ଷମତାକୁ ଦୁର୍ବଳ କରିଦେଇଛି। କେବଳ ଟ୍ରମ୍ପ୍‌ଙ୍କ ସମର୍ଥକ ନୁହନ୍ତି, ଅନେକ ଲୋକ ଇଣ୍ଟରନେଟ୍‌ ଚାଳିତ ଭୁଲ୍‌ ତଥ୍ୟ ଭିତରେ ଏକ ଆରାମଦାୟକ ସ୍ଥାନ ଖୋଜନ୍ତି, ଯାହା ଫକ୍ସ ନ୍ୟୁଜ୍‌ ତଥା ଅନ୍ୟାନ୍ୟ ମନୋରଞ୍ଜନଭିତ୍ତିକ ସଂସ୍ଥାଗୁଡ଼ିକରେ ସାମ୍ବାଦିକ ଭାବେ ପରିଚିତ ଡିଲରମାନଙ୍କ ଦ୍ୱାରା ବୃଦ୍ଧି ପାଉଛି।
ଟ୍ରମ୍ପ୍‌ବାଦୀମାନେ ଅତ୍ୟନ୍ତ ନିରାଶବାଦରେ ବୁଡ଼ି ରହିଛନ୍ତି। ରିପବ୍ଲିକାନ୍‌ ପାର୍ଟିର ୮୯% ସଦସ୍ୟ ଭାବନ୍ତି ଯେ, ଆମେରିକା ଏବେ ନିମ୍ନଗାମୀ ହେଉଛି। ଏପରିକି ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଶାସନରେ ଅର୍ଥ ବ୍ୟବସ୍ଥା ଅତ୍ୟନ୍ତ ଦୃଢ଼ ଥିବାବେଳେ ସେମାନେ ଏଭଳି ଚନ୍ତା କରୁଛନ୍ତି। ଟ୍ରମ୍ପ୍‌ଙ୍କ ସପକ୍ଷବାଦୀମାନେ ଭୟାତୁର କୁଳୀନ ବର୍ଗ, ମନ୍ଦବୁଦ୍ଧିସମ୍ପନ୍ନ ପ୍ରବାସୀ, ପ୍ରଭାବ ବିସ୍ତାର କରୁଥିବା କ୍ଷତିକାରକ ଅନ୍ତଃରାଷ୍ଟ୍ରୀୟ ନିବେଶକଙ୍କ ଗୋଷ୍ଠୀଙ୍କ ଦ୍ୱାରା ଏକ ଆସନ୍ନ ବିପର୍ଯ୍ୟୟ ସୃଷ୍ଟି ହେବା ବିଷୟରେ କହୁଛନ୍ତି। ଟ୍ରମ୍ପ୍‌ ଏହି ଷଡ଼ଯନ୍ତ୍ରକାରୀ ଭାବନାଗୁଡ଼ିକୁ ପ୍ରଭାବିତ କରି ଲୋକଙ୍କୁ ନିଜ ପକ୍ଷକୁ ନେବାରେ ଧୁରନ୍ଧର। ଏହା ସହଜରେ ଏକ ପ୍ରତିଶୋଧାମତ୍କ ହିଂସା ଉସୁକାଇପାରେ। ଦେଖିବାକୁ ଗଲେ ଏଭଳି ଅତ୍ୟଧିକ ଭୟ ବା ଚିନ୍ତାର ଅନେକ କାରଣ ଅଛି। ଅନେକ ଆମେରିକୀୟ ଶିଳ୍ପ କର୍ମଚାରୀ ବିଶ୍ୱ ଅର୍ଥନୀତିରେ ନିଜକୁ ପଛରେ ରହିଯାଇଥିବା ଅନୁଭବ କରନ୍ତି। ସାମାଜିକ ଓ ଜନସଂଖ୍ୟାଗତ ପରିବର୍ତ୍ତନଗୁଡ଼ିକର ଏକ ଧାରା ଯଥା ଅଧିକ ଅଣଶ୍ୱେତାଙ୍ଗ ନାଗରିକ, କମ୍‌ ଧର୍ମୀୟ ଅଧିକାର, ଗଭୀର ଲିଙ୍ଗଗତ ନିୟମ ଏବଂ ଯୌନ ଓ ଜାତିଗତ କ୍ରମ ପ୍ରତି ଆହ୍ବାନ ଲୋକଙ୍କୁ ବିସ୍ମିତ କରିଦେଇଛି। ସେମାନେ ସେହି ନେତାଙ୍କୁ ପୂଜା କରୁଛନ୍ତି, ଯିଏ ସେମାନଙ୍କୁ ନିଜ ଦେଶ ଫେରାଇବାକୁ ପ୍ରତଶ୍ରୁତି ଦେଇଛନ୍ତି।
ଟ୍ରମ୍ପ୍‌ଙ୍କ ଜନନାୟକବାଦ ଯୋଜନାର ସବୁଠାରୁ ସଫଳ ଏବଂ ସବୁଠାରୁ ଉଦ୍‌ବେଗଜନକ ବିଷୟ ହେଉଛି ତାଙ୍କ ଉପରେ ହୋଇଥିବା ଆକ୍ରମଣକୁ ତାଙ୍କ ସମସ୍ତ ସମର୍ଥକଙ୍କ ଉପରେ ଆକ୍ରମଣ ବୋଲି ଉପସ୍ଥାପନ କରିବା। ଏବକାର ଅଭିଯୋଗଗୁଡ଼ିକୁ ନେଇ ତାଙ୍କ ଅଭିଯାନ ଷ୍ଟାଲିନ୍‌ଙ୍କ ସୋଭିଏଟ ୟୁନିଅନ ଏବଂ ନାଜି ଜର୍ମାନୀର ଅତ୍ୟାଚାର ସହିତ ତୁଳନା କରିଥିଲା। ଜୁନ ମାସରେ ତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ହେବା ପରେ ସେ ତାଙ୍କ ସମର୍ଥକଙ୍କୁ କହିଥିଲେ, ‘- ଶେଷରେ ସେମାନେ ମୋ ପଛରେ ପଡ଼ିନାହାନ୍ତି, ବରଂ ତୁମ ପଛରେ ପଡ଼ିଯାଇଛନ୍ତି- ଏବଂ ମୁଁ କେବଳ ସେମାନଙ୍କୁ ଅଟକାଇବାକୁ ରହିଛି।’ ମନେରଖିବାକୁ ହେବ, ଇତିହାସ ନିଜକୁ ସେହିଭଳି ଭାବେ କେବେ ବି ପୁନରାବୃତ୍ତି କରେ ନାହିଁ। ଅନ୍ୟ ସମୟ ଏବଂ ସ୍ଥାନ ସହିତ ତୁଳନା କରିବା ବି ସର୍ବଦା ବିପଜ୍ଜନକ। କିନ୍ତୁ ଅତୀତର କିଛି ବିଷୟ ଆମକୁ ବର୍ତ୍ତମାନକୁ ଭଲ ଭାବରେ ବୁଝିବାରେ ସାହାଯ୍ୟ କରିପାରିବ। ହାନ୍ନା ଆରେଣ୍ଡ ‘ଦି ଅରିଜିନ ଅଫ୍‌ ଟୋଟାଲିଟାରିଆନଜମ’୍‌ ପୁସ୍ତକରେ ଏକ ଯୁକ୍ତିଯୁକ୍ତ ବିଷୟ ଉଲ୍ଲେଖ କରିଥିବା ମନେହୁଏ। ସେ କହିଛନ୍ତି, ଲଗାତର ମିଛ କହିବା ଏକଚ୍ଛତ୍ରବାଦ ଓ ଅତ୍ୟାଚାରର ପ୍ରଥମ ପାହାଚ। ତାଙ୍କ ଶବ୍ଦରେ, ସେମାନେ କ୍ଷମତା ହାସଲ କରିବା ଏବଂ ସେମାନଙ୍କର ସିଦ୍ଧାନ୍ତ ଅନୁଯାୟୀ ଏକ ବିଶ୍ୱ ପ୍ରତିଷ୍ଠା କରିବା ପୂର୍ବରୁ, ନିଜ ହାତରେ ସବୁ କ୍ଷମତା ରଖିବା ପାଇଁ କରୁଥିବା ଆନ୍ଦୋଳନ ଏକ ସ୍ଥାୟୀ ମିଛ ଦୁନିଆ ଗଠନ କରେ। ୧୯୩୨ରେ ଯେତେବେଳେ ନାଜିମାନେ ଜର୍ମାନୀ ଗଣତନ୍ତ୍ରକୁ ଧ୍ୱଂସ କରିବାକୁ ଯାଉଥିଲେ ଉଦାରବାଦୀ ରାଜନେତା ଥିଓଡର୍‌ ହେସ ଏକ ମନ୍ତବ୍ୟ ଦେଇଥିଲେ, ଯାହା ଆଜିର ଦିନରେ ସୂଚାଇବା ଅଧିକ ପ୍ରାସଙ୍ଗିକ ମନେହୁଏ। ସେ ନାଜିମାନଙ୍କ ବିଷୟରେ କହିଥିଲେ ଯେ, ଚମତ୍କାର ପ୍ରଚାର ପ୍ରସାର ଉଭୟ ହିରୋ ଏବଂ ସାଧୁଙ୍କୁ ଏକାସାଙ୍ଗରେ ଧରି ରଖିଥିଲା। ତେବେ ଆମେରିକା ଏବେ ନାଜି ଜର୍ମାନୀ ସମୟର ରିପବ୍ଲିକ ନୁହେଁ। ଇରାକ ଏବଂ ଆଫଗାନିସ୍ତାନରେ ବିପର୍ଯ୍ୟସ୍ତ ଯୁଦ୍ଧ ହୋଇଛି, କିନ୍ତୁ ପ୍ରଥମ ବିଶ୍ୱଯୁଦ୍ଧ ପରେ ଜର୍ମାନମାନଙ୍କୁ ଦଣ୍ଡିତ କରୁଥିବା ଭର୍ସେଲ ଚୁକ୍ତି ସହିତ ଏହା ସମାନ ନୁହେଁ। ୧୯୩୦ ଦଶନ୍ଧି ଭଳି ନିକଟ ଅତୀତରେ କୌଣସି ଅର୍ଥନୈତିକ ମାନ୍ଦାବସ୍ଥା ନାହିଁ। ବୋଧହୁଏ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ଟ୍ରମ୍ପ୍‌ ଧର୍ମୀୟ ମୌଳବାଦୀଙ୍କୁ ନେଇ ପରିସ୍ଥିତିକୁ ଦେଖି ସୁବିଧା ଅନୁସାରେ ସୁପ୍ରିମ୍‌କୋର୍ଟରେ ପରିବର୍ତ୍ତନ କରିବାରେ ସଫଳ ହେବା ସତ୍ତ୍ୱେ ହିଟ୍‌ଲରଙ୍କ ପରି ଅଧିକାଂଶ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ କାବୁ କରିପାରିନାହାନ୍ତି। କିଛି ଶ୍ୱେତାଙ୍ଗ ଯୁବକ ବର୍ତ୍ତମାନ ଚରମ ଦକ୍ଷିଣପନ୍ଥୀ ପ୍ରତି ଆକର୍ଷିତ ହେଉଥିବା ଅନୁଭବ କରାଯାଉଛି, କିନ୍ତୁ ନାଜିମାନଙ୍କ ପାଖରେ ଥିବା ଛାତ୍ର ସମର୍ଥନ ଭଳି ଟ୍ରମ୍ପ୍‌ଙ୍କ ପାଖରେ କିଛି ନାହିଁ।
ଯଦି ରିପବ୍ଲିକାନ୍‌ ପାର୍ଟି ଟ୍ରମ୍ପ୍‌ଙ୍କୁ ଏହାର ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ମନୋନୀତ କରେ, ତେବେ ସେ ସମ୍ଭବତଃ ତାଙ୍କ ରିପବ୍ଲିକାନ୍‌ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରାସ୍ତ କରିବା ଅପେକ୍ଷା ଡେମୋକ୍ରାଟିକ୍‌ ପାର୍ଟି ପ୍ରାର୍ଥୀ ବାଇଡେନ୍‌ଙ୍କୁ ହରାଇବା କଷ୍ଟସାଧ୍ୟ ହେବ। କିନ୍ତୁ ଜେଲକୁ ଯିବା ପରିବର୍ତ୍ତେ ହ୍ବାଇଟ୍‌ ହାଉସ୍‌କୁ ଫେରିବାକୁ ଇଚ୍ଛା କରୁଥିବା ଜଣେ ପ୍ରାର୍ଥୀଙ୍କୁ ରୋକିବା ପାଇଁ ଜଣେ ଦୁର୍ବଳ ୮୧ ବର୍ଷୀୟଙ୍କୁ ଭୋଟ୍‌ ଦେବାକୁ ଯଥେଷ୍ଟ ଲୋକଙ୍କୁ ପ୍ରବର୍ତ୍ତାଯାଇପାରିବ କି ନାହିଁ ତାହା ଦେଖିବାକୁ ବାକି ରହିଲା।
ପ୍ରତିଷ୍ଠିତ ଲେଖକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?