ଚାଓମିନ୍‌ ଖାଇବାକୁ ପସନ୍ଦ କି? ଖାଇବା ପୂର୍ବରୁ ଦେଖନ୍ତୁ ଏହି ଭିଡିଓ

ଆଜିକାଲି ଯୁବପିଢି ଚାଇନିଜ୍‌ ଖାଦ୍ୟ ଖାଇବାକୁ ମନ ବଳାଉଛନ୍ତି। ଚାଇନିଜ୍‌ ଖାଦ୍ୟ ମଧ୍ୟରେ ଚାଓମିନ୍‌ ସର୍ବପ୍ରଥମେ ଆସେ। ଏହାକୁ ଖାଇବାକୁ ପିଲା ଠାରୁ ଯୁବ ପର୍ଯ୍ୟନ୍ତ ସମସ୍ତେ ଭଲ ପାଆନ୍ତି। ନିକଟରେ ଏକ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିଲା ପରେ ଆପଣ ଚାଓମିନ୍‌ ଖଶଇବା ପୂର୍ବରୁ ୧୦୦ଥର ଭାବିବେ। ଏହି ଭିଡିଓରେ ଏକ ଦୋକାନରେ ଚାଓମିନ୍‌ରେ ଧଳା କୀଟ ବୁଲୁଥିବା ଦେଖାଯାଉଛି। ଏହି ଭିଡିଓ ଅଧିକ ଭାଇରାଲ ହେବାରେ ଲାଗିଛ। ଯଦି ଆପଣ ଚାଓମିନ୍‌ ଖାଇବାକୁ ମଧ୍ୟ ଭଲ ପାଆନ୍ତି ତେବେ ଆପଣଙ୍କୁ ଏହି ଭିଡିଓ ଦେଖିବା ଜରୁରୀ। ପରବର୍ତ୍ତୀ ସମୟରେ ଚାଓମିନ୍‌ ଖାଇବା ପୂର୍ବରୁ ଆପଣ ନିଶ୍ଚିତ ଭାବରେ ଏହାକୁ ଯାଞ୍ଚ କରିବେ।
Sandeep_jalndhriya ନାମକ ଜଣେ ୟୁଜର୍ସ ଇନଷ୍ଟାଗ୍ରାମରେ ଚାଓମିନ୍‌ର ଏହି ଭିଡିଓ ୍ଶେୟାର କରିଛନ୍ତ। ମସଲା ଏବଂ ସସରେ ଭର୍ତି ହୋଇଥିବା ଏହି ଚାଓମିନ୍‌ ପ୍ରଥମ ଦେଖାରେ ସ୍ବାଦିଷ୍ଟ ମନେହୁଏ, କିନ୍ତୁ ପରେ ପ୍ରକୃତ ଘଟଣା ପଦାକୁ ଆସେ।

Share