ଚାଷୀଙ୍କ ପରିବା, ଲାଭ ଖାଉଛନ୍ତି ବ୍ୟବସାୟୀ

ବରଗଡ଼ ଅଫିସ୍‌,୩।୭ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଏକ କୃଷିଭିତ୍ତିକ ଜିଲା। ଜିଲାରେ ଧାନ ଭଳି ଲଙ୍କାଠାରୁ ଆରମ୍ଭ କରି କୋବି, ବାଇଗଣ, ଟମାଟୋ, ପୋଟଳ, ଜହ୍ନି, କଖାରୁ, ଭେଣ୍ଡି, କଲରା, କାକୁଡ଼ି ଆଦି ପରିବା ଚାଷ ହୋଇଥାଏ। ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଚାଷୀମାନେ ଅଦା ଚାଷ ମଧ୍ୟ କରିଥାନ୍ତି। କିନ୍ତୁ ଚାଷୀ ବହୁଳ ଏହି ଜିଲାରେ ଶୀତଳ ଭଣ୍ଡାର ନାହିଁ । ଫଳରେ ଅମଳ ପରିବା ସୁରକ୍ଷିତ ରଖିବା ଚାଷୀଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡ଼େ। ଅମଳ ପରିବାକୁ କିଆରୀରୁ କିଏ ସିଧାସଳଖ ବଜାରକୁ ନେଇଥାନ୍ତି, ଆଉ କେଉଁ ଚାଷୀଙ୍କ ପରିବା କିଆରୀକୁ ଜିଲା ବାହାରୁ ବ୍ୟବସାୟୀ ପହଞ୍ଚତ୍ଥାନ୍ତି। ସଂରକ୍ଷଣ ବ୍ୟବସ୍ଥା ନ ଥିବା ଯୋଗୁ ଚାଷୀମାନେ ଅମଳ ପରିବାକୁ କମ୍‌ ଦରରେ ବିକ୍ରି କରିବାକୁ ବାଧ୍ୟ ହୋଇଥାନ୍ତି। ଏପରିକି ବିଭିନ୍ନ ସମୟରେ ପରିବା ଦର ଏତେ ତଳକୁ ଖସିଯାଇଥାଏ ଯେ, ଚାଷୀ କେତେବେଳେ ପରିବାର କିଆରୀରେ ଟ୍ରାକ୍ଟର ମଡ଼ାଇ ଦିଏ ତ ଆଉ କେତେବେଳେ ଅମଳ ପରିବାକୁ ବଜାରରେ ଢ଼ାଳି ଦେଇ ଘରକୁ ଫେରିଥାଏ। କିନ୍ତୁ ଏଭଳି ଦିନ ଆସିଥାଏ, ଚାଷୀ ଯେଉଁ ପରିବାକୁ ଶସ୍ତାରେ ବିକି ଦେଇଥାନ୍ତି, କିଛିଦିନ ପରେ ସେହି ପରିବା ଦର ଆକାଶ ଛୁଆଁ ହୋଇପଡ଼େ ଏବଂ ଚାଷୀଙ୍କ ଲାଭ ସମ୍ପୃକ୍ତ ବ୍ୟବସାୟୀଙ୍କ ହାତକୁ ଚାଲି ଯାଇଥାଏ। ବରଗଡ଼ ଜିଲାରେ ବର୍ତ୍ତମାନ ଏଭଳି ସ୍ଥିତି ଉପୁଜିଛି । ପ୍ରାୟ ସବୁ ପରିଦା ଦର ଏତେ ମହଙ୍ଗା ହୋଇଛି ଯେ ଗରିବ, ମଧ୍ୟବିତ୍ତ ଲୋକେ ସେଥିରେ ହାତ ମାରିବା ମୁସ୍କିଲ ହୋଇପଡ଼ିଛି । ଟମାଟୋ କିଲୋ ଶହେ ତଳକୁ ଖସିବାର ନାଁ ନେଉ ନ ଥିବାବେଳେ ଅଦା କିଲୋ ପ୍ରତି ୩ଶହ ଟପି ସାରିଲାଣି। ସେହିପରି ଫୁଲକୋବି ୮୦, ବାଇଗଣ ୪୦ରୁ ୬୦, ଜହ୍ନି ୬୦, କଲରା ୬୦ରୁ ୮୦, ପୋଟଳ ୬୦ରୁ ୮୦, ଭେଣ୍ଡି ୬୦ ଟଙ୍କାରେ ବିକ୍ରି ହେଉଛି। ଅନ୍ୟ ପରିବା ଦର ସେଭଳି କମ୍‌ ନୁହେଁ । ଏଭଳି ସ୍ଥଳେ ଯେଉଁ ଚାଷୀ ଶସ୍ତାରେ ପରିବା ବିକିଥିଲେ, ଆଜି ସେହି ଚାଷୀଙ୍କ କିଆରୀରେ ଆଉ ସେହି ପରିବା ନ ଥିବା ଯୋଗୁ ଚାଷୀଙ୍କୁ ମଧ୍ୟ ମହଙ୍ଗାରେ ପରିବା କିଣିବାକୁ ପଡ଼ୁଛି। ପରିବା ସଂରକ୍ଷଣ ପାଇଁ ଯଦି ଜିଲାର ବିଭିନ୍ନ ସ୍ଥାନରେ ଶୀତଳ ଭଣ୍ଡାର ଥାଆନ୍ତା, ଆଜି ପରିବା ଦର ଏଭଳି ଆକାଶଛୁଆଁ ହୋଇ ନ ଥାନ୍ତା ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି ।

 

ସଂରକ୍ଷଣ ବ୍ୟବସ୍ଥା ନ ଥିବାରୁ କ୍ଷତି ସହୁଛୁ
ପୋଟଳ, ଝୁଲେର ପରିବା ଚାଷ କରିଛି। ବର୍ତ୍ତମାନ ଅମଳ ହେଉଛି। କଲରା ଚାଷ ମଧ୍ୟ କରିଛି। ତାହା ଅମଳ ହେବାକୁ ଆଉ କିଛିଦିନ ଲାଗିବ। ଅମଳ ପରିବା ସବୁକୁ ବେପାରୀ ପାଖରେ ବିକ୍ରି କରୁଛୁ। ପୋଟଳ କିଲୋ ପ୍ରତି ୪୦ଟଙ୍କା ଏବଂ ଝୁଲେର କିଲୋ ପ୍ରତି ୯୦ଟଙ୍କାରେ ବେପାରୀମାନେ ଆମଠାରୁ କିଣୁଛନ୍ତି। କିନ୍ତୁ ଆମଠାରୁ କିଣିବା ପରେ ପୋଟଳ କିଲୋ ପ୍ରତି ୬୦ ଏବଂ ଝୁଲେର କିଲୋ ପ୍ରତି ୧୨୦ଟଙ୍କାରେ ସେମାନେ ବିକୁଛନ୍ତି। ଶୀତଳ ଭଣ୍ଡାରଟିଏ ନ ଥିବା ଯୋଗୁ ଆମ ଲାଭ ବେପାରୀ ଉଠାଉଛନ୍ତି ।
-ମହାଦେବ ମହାପାତ୍ର, ଚାଷୀ, କଲାପାଣି
କଳାବଜାର ନିୟନ୍ତ୍ରଣରେ ପ୍ରଶାସନ ଫେଲ୍‌
ଚାଷୀମାନେ ଯେତେବେଳେ ପରିବା ଉତ୍ପାଦନ କରୁଛନ୍ତି, ସେତେବେଳେ ପରିବା ଦର ୧ଟଙ୍କା, ୨ଟଙ୍କା ରହୁଛି। ଏଭଳି ସ୍ଥିତିରେ ବରଗଡ଼ କେନ୍ଦପାଲିର ଜଣେ ଚାଷୀ ଖଏନୁ ବଗର୍ତ୍ତି ଆତ୍ମହତ୍ୟା କରିଥିବାର ନଜର ରହିଛି। ସେତେବେଳେ ବିଧାନସଭା ଗୃହ କମିଟି ମୃତକଙ୍କ ଘରକୁ ଆସିଥିଲେ ଏବଂ ଜିଲାରେ ଶୀତଳ ଭଣ୍ଡାର ନିର୍ମାଣ ସପକ୍ଷରେ ମତ ରଖିଥିଲେ। କିନ୍ତୁ ଏପର୍ଯ୍ୟନ୍ତ ଜିଲାରେ ସରକାରୀ ଶୀତଳ ଭଣ୍ଡାର ନାହିଁ। ତାହା ନ ଥିବା ଯୋଗୁ ପରିବା ବିକ୍ରିରେ ମଧ୍ୟ କଳାବଜାର ଚାଲିଛି ଏବଂ ଏହା ନିୟନ୍ତ୍ରଣ କରିବାରେ ପ୍ରଶାସନ ଫେଲ୍‌ ମାରିଛ।
-ହର ବଣିଆଁ, ଚାଷୀ, ସରକଣ୍ଡା
ଶୀତଳ ଭଣ୍ଡାର ପାଇଁ ରହିଛି ରିହାତି
ଜିଲାରେ ସରକାରୀ ଶୀତଳ ଭଣ୍ଡାର ନାହିଁ। କୁରୁଆଁରେ ଜଣେ ଚାଷୀଙ୍କ ଘରୋଇ ଶୀତଳ ଭଣ୍ଡାର ରହିଛି। ତେବେ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ସରକାରୀ ଯୋଜନା ରହିଛି। ନିୟନ୍ତ୍ରିତ ବଜାର କମିଟି ଗୁଡ଼ିକ ଚାହିଁଲେ ଶୀତଳ ଭଣ୍ଡାର ଗୁଡ଼ିକ ବଜାରରେ କରିପାରିବେ। ସେହିପରି ଚାଷୀମାନେ ମଧ୍ୟ ଚାହିଁଲେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଶୀତଳ ଭଣ୍ଡାର ନିର୍ମାଣ କରିପାରିବେ। ଏଥିପାଇଁ ସରକାର ସ୍ବତନ୍ତ୍ର ରିହାତି ବ୍ୟବସ୍ଥା କରିଛନ୍ତି । କିନ୍ତୁ ଶୀତଳ ଭଣ୍ଡାର ପାଇଁ ଚଳିତବର୍ଷ କେହି ଆବେଦନ କରିନାହାନ୍ତି ।
-ଅଶୋକ କୁମାର ଅମାତ, ମୁଖ୍ୟ ଜିଲା କୃଷି ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri