୭ ଜିଲାରେ ବିଜୁଳି ସହ ଘଡ଼ଘଡ଼ି ବର୍ଷା

ଭୁବନେଶ୍ୱର,୩।୨(ବ୍ୟୁରୋ): ଆଜିଠାରୁ ରାଜ୍ୟରେ ବଦଳିବ ପାଗ । ବଙ୍ଗୋପସାଗରରୁ ଉଷ୍ମ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଓଡିଶା ମୁହାଁ ହେଉଛି । ଆଜି ଉତ୍ତର-ଆଭ୍ୟନ୍ତରୀଣ ଓଡ଼ିଶାର ୭ ଜିଲାକୁ ବିଜୁଳି ଘଡ଼ଘଡ଼ି ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଶୁକ୍ରବାର ମଧ୍ୟ ଉତ୍ତର ଓଡ଼ିଶାର ୧୩ ଜିଲାରେ ବିଜୁଳି ଘଡ଼ଘଡ଼ି ଏବଂ ୯ ଜିଲାରେ କୁଆପଥର ବର୍ଷା ପାଇଁ ଚେତାବନୀ ରହିଛି । ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲାରେ ବର୍ଷା ହେବା ନେଇ ସତର୍କ କରାଯାଇଛି। ସେହିପରି ଶୁକ୍ରବାର ପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର ଆଦି ଜିଲାରେ ମଧ୍ୟମ ଧରଣର ବର୍ଷା ହେବ। ପରେ ୫ ତାରିଖରୁ ରାଜ୍ୟରେ ପାଗ ବଦଳିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି।