ଧାନ ରୋଇବା ବେଳେ ବଜ୍ରପାତ, ବିଲରେ ଘଟିଲା ଏମିତି…

ପାତ୍ରପୁର,୯।୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ତହସିଲ ତଣ୍ଡିପୁର ଗ୍ରାମରେ ରବିବାର ବଜ୍ରପାତ ଘଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ମହିଳା ଜଣକ କୁନ୍ତୀ ସେଠୀ(୪୫) ଓ ଆହତ ମହିଳା ଜଣକ ଝୁଲଣା ବେହରା।

ମିଳିଥିବା ସୂଚନା ମୁତାବକ ଅପରାହ୍ନରେ କୁନ୍ତୀ ଏବଂ ଝୁଲଣା ଜମିକୁ ଧାନ ରୋଇବା ପାଇଁ ଯାଇଥିବା ବେଳେ ବଜ୍ରପାତ ଘଟିଥିଲା। ଗୁରୁତର ଅବସ୍ଥାରେ ସେମାନଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ କୁନ୍ତୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ଜରଡ଼ା ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଥିଲା। ଝୁଲଣାଙ୍କ ଚିକିତ୍ସା ଜାରି ରହିଥିବା ଜଣାପଡିଛି।