ବଜ୍ରପାତ ନେଲା ମହିଳାଙ୍କ ଜୀବନ, ୪ ଗୁରୁତର

ରିଆମାଳ, ୨୦ା୬(ବଦ୍ରିନାରାୟଣ ଅଗ୍ରୱାଲା)- ଦେବଗଡ଼ ଜିଲା ରିଆମାଳ ବ୍ଲକ୍‌ କୁଣ୍ଢେଇଗୋଳା ଥାନା କରଲଗା ପଞ୍ଚାୟତ ଅନ୍ତର୍ଗତ ବରଖୋଳ ଗ୍ରାମରେ ଶନିବାର ବଜ୍ରପାତ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି।

ସୂଚନା ଅନୁସାରେ, ବରଖୋଳ ଗ୍ରାମରେ ଏକ ଅନ୍ତେଷ୍ଟିକ୍ରୀୟା ଭୋଜି ଖାଇ ଲୋକମାନେ ଫେରୁଥିବାବେଳେ ବଜ୍ରପାତ ସହ ଘଡଘଡି ହୋଇଥିଲା। ବଜ୍ରପାତରେ ସାବିତ୍ରୀ ମୁଣ୍ଡା(୫୫)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ପାଖରେ ଥିବା ବାସନ୍ତୀ ବାଲମୁଚ (୨୭), ରାଇମୁନି ମୁଣ୍ଡା (୨୮), ସୀମା ମୁଣ୍ଡା(୨୫), ମାନି ଗାଗରାଇ(୩୫) ଗୁରୁତର ହୋଇଥିଲେ। ଚିକିତ୍ସାଲାଗି ସେମାନଙ୍କୁ ଛେଣ୍ଡିପଦା ମେଡିକାଲକୁ ନିଆଯାଇଛି। ସେହିପରି ମୃତଦେହ ବ୍ୟବଚ୍ଛେଦ ପାଇଁ ଛେଣ୍ଡିପଦାରେ ରଖାଯାଇଛି। ଅନ୍ୟ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଅନୁଗୋଳ ପଠାଯାଇଛି।

Share