ଗୁଣୁପୁର,୨୨।୫(ସୁଜାତା ପାଢ଼ୀ): କାଳବୈଶାଖୀ ପ୍ରଭାବରେ ରାୟଗଡ଼ା ଜିଲା ଗୁଣପୁର ଅଞ୍ଚଳରେ ଶୁକ୍ରବାର ଝଡ଼ତୋଫାନ ସହ ପ୍ରବଳ ବର୍ଷା ହୋଇଛି। ସେତିକିବେଳେ ଗୁଣପୁର ଓଭର ବ୍ରିଜ କୃଷି ବିଭାଗ କାର୍ଯ୍ୟାଳୟ ମୁଖ୍ୟ ରାସ୍ତା ପାର୍ଶ୍ୱ ଏକ ଗାଈଗୋଠ ଉପରେ ବଜ୍ରପାତ ପଡିଥିଲା। ଫଳରେ ୧୦ଟି ଗୋରୁଙ୍କ ମୃତ୍ୟୁ ଘଟିଛି।
ମୃତ ଗୋରୁ ସଉରା, ପ୍ରଧାନୀଗୁଡା ଏବଂ ଆଖପାଖ ଅଞ୍ଚଳର ବୋଲି ଜଣାପଡିଛି। ଅନ୍ୟପକ୍ଷେ ଗଛ ତଳେ ଜଣେ ବ୍ୟକ୍ତି ଠିଆ ହୋଇଥିବା ବେଳେ ସୌଭାଗ୍ୟ ବଶତଃ ସେ ବଞ୍ଚି ଯାଇଛନ୍ତି। ନିଜ ଗାଈଙ୍କୁ ହରାଇ ଚାଷୀମାନେ ନିରାଶ ହୋଇପଡିଥିବା ବେଳେ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି।