ବତିଘରେ ଇଂରେଜଙ୍କ କମାଣ ମୂକସାକ୍ଷୀ ପାଲଟିଛି

ମହାକାଳପଡ଼ା,୧୨ା୮(ଡି.ଏନ୍‌.ଏ.): ପୂର୍ବ ଉପକୂଳ ବଙ୍ଗୋସାଗର ସଂଲଗ୍ନ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବତିଘର ରହିଛି। ବିଗତଦିନରେ କୁଜଙ୍ଗ ରାଜାଙ୍କ ଶାସନ ଅଧୀନରେ ଏହା ଥିଲା ନିର୍ଜନ ଦ୍ୱୀପ। ଏହି ନିର୍ଜନ ଦ୍ୱୀପ ବ୍ରିଟିଶ ଶାସକ ଗୋରା ସାହେବମାନେ ଚତୁଃପାର୍ଶ୍ୱସ୍ଥ ଜଳ ରାଶି ମଝିରେ ଏକ ଘଞ୍ଚ ଅରଣ୍ୟ ପରିପୂର୍ଣ୍ଣ ଥିବା ବିଶାଳ ଚୋରାବାଲି ସ୍ତୂପ ବା ଢିପକୁ ୧୮୩୦ରେ ଆବିଷ୍କାର କରିଥିବା କୁହାଯାଇଛି। ଏହି ନିର୍ଜନ ଦ୍ୱୀପଟିର ପ୍ରାକୃତିକ ପରିବେଶ, ମନୋଲୋଭା ଦୃଶ୍ୟ ଅତ୍ୟନ୍ତ ସୁନ୍ଦର ହୋଇଥିବାରୁ ଇଂରେଜ ଶାସକମାନେ ସୁରକ୍ଷିତ ଭାବେ ଉପନିବେଶ ସ୍ଥାପନ ଆରମ୍ଭ କରିଥିଲେ। ନଦୀ, ନାଳଘେରା ଘଞ୍ଚ ଅରଣ୍ୟରେ ଏହି ଚୋରାବାଲି ସ୍ତୂପ ଦ୍ୱୀପରେ ୧୮୩୬ରେ ବ୍ରିଟିଶ ମୁଖ୍ୟଯନ୍ତ୍ରୀ ଫଲ୍ସ ସାହେବଙ୍କ ଦ୍ୱାରା ସୁଉଚ୍ଚ ୧୩୦ ଫୁଟ୍‌ ଟାୱାର (ଲାଇଟ ହାଉସ୍‌) ନିର୍ମାଣ ହୋଇଥିଲା। ପରବର୍ତ୍ତୀ ସମୟରେ ୨୦ ଫୁଟ୍‌ ଉଚ୍ଚତା କମ୍‌ କରାଯାଇଥିଲା। ତେବେ ଅଦ୍ୟାବଧି ୩୯ ମିଟର ବା ୧୧୦ ଫୁଟ ଉଚ୍ଚତା ରଖାଯାଇଛି ବୋଲି କୁହାଯାଉଛି। ଏହି ନିର୍ମାଣରେ ବଡ଼ ବଡ଼ ଇଟା, ପଥର ସହ ଚୂନଗୁଡ଼ ଓ ଲାଖ ମିଶ୍ରଣରେ ଗୃହ ନିର୍ମାଣ କରାଯାଇଥିଲା। ପରବର୍ତ୍ତୀ ସମୟରେ ୧୮୩୮ ମସିହାରେ ନିର୍ମାଣ ଗୃହ କାର୍ଯ୍ୟ ସମୂର୍ଣ୍ଣ ହୋଇ ଲାଇଟ୍‌ ଜଳିବା କାର୍ଯ୍ୟକାରୀ ହୋଇଥିଲା। ମୁଖ୍ୟଯନ୍ତ୍ରୀ ଫଲ୍ସ ସାହେବଙ୍କ ନାମାନୁସାରେ ଫଲ୍ସ ପଏଣ୍ଟ ବା ବତିଘର ଭାବେ ନାମିତ ହୋଇଥିଲା। ସମୁଦ୍ରର ଏହି ଜଳପଥ ଦେଇ ବଡ଼ ବଡ଼ ବିଦେଶୀ ଜାହାଜ ଚଳାଚଳ ସମୟରେ ବାଟବଣା ନ ହେବା ପାଇଁ ସୁଉଚ୍ଚ ଲାଇଟ୍‌ ହାଉସ ନିର୍ମାଣ କରାଯାଇଥିବା କୁହାଯାଇଛି। ଏହାର ଉପର ଅଗ୍ର ଭାଗରେ ରାତ୍ରି କାଳରେ ପେଟ୍ରୋ ମାକ୍ସ (ଫ୍ଲାସ ଚକ୍ରି ) ଲାଇଟ୍‌ ସ୍ଥାପନ କରାଯାଇ ଦିଗ ନିର୍ଣ୍ଣୟ ରୂପେ ଚକ୍ରି ବୁଲୁଥିଲା।
ସୂଚନାଯୋଗ୍ୟ, ବଙ୍ଗୋପସାଗର କୂଳ ସନ୍ନିକଟରେ ନିର୍ମାଣ ହୋଇଥିବା ସୁଉଚ୍ଚ ଫଲ୍ସ ପଏଣ୍ଟ ବା ବତିଘର ସର୍ବୋଚ୍ଚ ଶିଖରରେ ଦଣ୍ଡାୟମାନ ହେଲେ ପୁରୀ ଶ୍ରୀମନ୍ଦିରର ପତିତପାବନ ବାନା ଦୃଶ୍ୟମାନ ହେଉଥିବା ଶୁଣିବାକୁ ମିଳେ। ତେବେ ପତିତପାବନ ବାନା ଦୃଶ୍ୟ ନ ହେବା ପାଇଁ ପରବର୍ତ୍ତୀ ସମୟରେ ଇଂରେଜ ଶାସକମାନେ ନିର୍ମିତ ହୋଇଥିବା ଉକ୍ତ ବତିଘର ଶୀର୍ଷ ଭାଗ ଉପର (୨୦ ଫୁଟ୍‌) ଭାଙ୍ଗି ଦେଇଥିବା ଅଞ୍ଚଳର ବହୁ ପୁରୁଖା ଲୋକମାନଙ୍କ ନିକଟରୁ ଶୁଣିବାକୁ ମିଳେ। ଅପରପକ୍ଷରେ ଏହି ଦ୍ୱୀପରେ ବ୍ରିଟିଶ ଶାସନ ସମୟରେ କେତେକ କମାଣ, ତୋପ ମୂକସାକ୍ଷୀ ପାଲଟିଛି। ନିକଟ ଖୋଳାନଦୀରେ ଏକ କମାଣ ପାଣିରେ ବୁଡ଼ି ରହିଥିବା ଓ ଅନ୍ୟ ଏକ ତୋପ ଫଲ୍ସ ପଏଣ୍ଟ ପରିସରରେ ଥିବା ଜଙ୍ଗଲରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିଲା। ଏହି ତୋପକୁ ବତିଘର ଦାୟିିତ୍ୱରେ ଥିବା ଭାରପ୍ରାପ୍ତ ଅଧିକାରୀ ଜୟନ୍ତ କୁମାର ଚାଟାର୍ଜୀ ୨୦୧୫ ମସିହାରେ ଉଦ୍ଧାର କରିଥିଲେ। ଏହାକୁ ବତିଘରଠାରେ ସଂରକ୍ଷିତ ରଖାଯାଇଛି। ଏହି ଫଲ୍ସ ପଏଣ୍ଟ ବା ବତିଘରକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ମିଳିଲେ ବହୁ ଦେଶବିଦେଶର ପର୍ଯ୍ୟଟକମାନଙ୍କ ଆଗମନ ହୋଇପାରନ୍ତା ବୋଲି ସାମାଜିକ କର୍ମୀ ସୁବାସ ଚନ୍ଦ୍ର ସ୍ବାଇଁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri