ତୀବ୍ର ଅବପାତରେ ପରିଣତ ହେଲା ଲଘୁଚାପ

ଭୁବନେଶ୍ୱର, ୧୩।୧୦(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ତୀବ୍ର ଅବପାତରେ ପରିଣତ ହୋଇଛି। ସୋମବାର ସନ୍ଧ୍ୟାସୁଦ୍ଧା ଏହା ଦକ୍ଷିଣ-ପୂର୍ବ ଦିଗରେ ବିଶାଖାପାଟଣାଠାରୁ ୨୫୦କିମି ଦୂରରେ ସକ୍ରିୟ ରହିଛି। ୬ କିମି ବେଗରେ ଗତି କରୁଥିବାବେଳେ ମଙ୍ଗଳବାର ସକାଳେ କାକିନାଡ଼ା ନିକଟରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ତେବେ ଏହି ସମୟରେ ପବନର ବେଗ ୫୫ରୁ ୬୦ କିମି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବରେ ଓଡ଼ିଶାର ଦକ୍ଷିଣ ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ହେବ। ବିଶେଷକରି ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ଗଜପତି, ଗଞ୍ଜାମ, ପୁରୀ, ଜଗତ୍‌ସିଂହପୁରରେ ବର୍ଷାର ପ୍ରକୋପ ଅଧିକ ରହିବ। ଏଥିପାଇଁ ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ସତର୍କ ରହିବାରୁ ସ୍ବତନ୍ତ୍ର ରିଲିଫ କମିଶନର (ଏସ୍‌ଆର୍‌ସି) ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମଙ୍ଗଳବାର ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରାଯାଇଛି। ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଛତ୍ରପୁରରେ ସର୍ବାଧିକ ୫୨.୬ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ପାରଳାଖେମୁଣ୍ଡିରେ ୪୫, ଗୋପାଳପୁରରେ ୩୪ମିମି ବର୍ଷା ହୋଇଛି। ସେହିପରି କୋରାପୁଟ, ରାୟଗଡ଼ା, ମାଲକାନଗିରି, ଗଜପତି, ଗଞ୍ଜାମ, ନବରଙ୍ଗପୁର, କନ୍ଧମାଳ, ପୁରୀ, ଖୋର୍ଦ୍ଧାରେ ମଧ୍ୟ ବର୍ଷା ହୋଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri