Categories: ଖେଳ

ବିଶ୍ୱକପ୍‌ରେ ହେଉଥିବା ଲାଇଟ୍‌ ଶୋ’କୁ ନେଇ ପ୍ରଶ୍ନ ଉଠାଇଲେ ମାକ୍ସଓ୍ବେଲ

ନୂଆଦିଲ୍ଲୀ,୨୬।୧୦: ଆଇସିସି ବିଶ୍ୱକପ୍‌ ସମୟରେ ଦର୍ଶକଙ୍କ ମନୋରଞ୍ଜନ ଲାଗି ଷ୍ଟାଡିୟମରେ ଡ୍ରିଙ୍କ ବ୍ରେକ୍‌ ସମୟରେ ଲାଇଟ୍‌ ଶୋ’ର ଆୟୋଜନ କରାଯାଉଛି। ହେଲେ ଅଷ୍ଟ୍ରେଲିଆର ଗ୍ଲେନ ମାକ୍ସଓ୍ବେଲ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଦର୍ଶକଙ୍କ ଲାଗି ଏହା ଭଲ ହେଲେ ଖେଳାଳିଙ୍କ ଲାଗି ଏହା ଭୟଙ୍କର ବୋଲି ବୁଧବାର ନେଦରଲ୍ୟାଣ୍ଡ ବିପକ୍ଷରେ ଶତକୀୟ ଇନିଂସ ଖେଳିବା ପରେ ସେ କହିଛନ୍ତି।

ମାକ୍ସଓ୍ବେଲ କହିଛନ୍ତି, ମୁଁ ଏଭଳି ବିଗ୍‌ ବ୍ୟାଶ ଲିଗ୍‌ରେ ଏଭଳି ଅନୁଭବ କରିଛି। ଏହି ସମୟରେ ପର୍ଥ ଷ୍ଟାଡିୟମରେ ବିଜୁଳି ଚାଲିଯାଇଥିଲା। ଲାଇଟ୍‌ ଶୋ’ ସମୟରେ ଅନ୍ଧାର ହୋଇଯିବା ପରେ ଯେତେବେଳେ ପୁଣିଥରେ ଲାଇଟ୍‌ ଆସିଥାଏ ତେବେ ଆଖି ଉପରେ ପ୍ରଭାବ ପଡେ। ଏପରିକି ମୁଣ୍ଡବିନ୍ଧା ହୋଇଥାଏ। ଶୋ’ ପରେ ପୁଣିଥରେ ସ୍ବାଭାବିକ ଅବସ୍ଥାକୁ ଫେରିବାକୁ କିଛି ସମୟ ଲାଗେ। ମୁଁ ଯେତେଦୂର ସମ୍ଭବ ଏହାକୁ ଅଣଦେଖା କରିବାକୁ ଚେଷ୍ଟା କରେ। ଏହା ଖେଳାଳିମାନଙ୍କ ଲାଗି ଏକ ଭୟଙ୍କର ବିଚାର। ପ୍ରଶଂସକଙ୍କ ଲାଗି ଭଲ ହୋଇଥିଲେ ହେଁ ଖେଳାଳିଙ୍କ ପାଇଁ ନୁହେଁ ବୋଲି ସେ କହିଛନ୍ତି।

Share