ଓଡ଼ିଶାରେ ଏଥର ନିଅଣ୍ଟିଆ ବର୍ଷା

ଭୁବନେଶ୍ୱର, ୧୫।୪(ଅସମାପିକା ସାହୁ):ଚଳିତବର୍ଷ ଓଡ଼ିଶାରେ ନିଅଣ୍ଟିଆ ବର୍ଷା ହେବ। ଦେଶରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବାକୁ ଥିବାବେଳେ ଓଡ଼ିଶାରେ କିନ୍ତୁ କମ୍‌ ବର୍ଷା ହେବ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଏଭଳି ଆକଳନ କରିଛି।
ବିଭାଗ ପକ୍ଷରୁ ସୋମବାର ୨୦୨୪ ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା ପାଇଁ ଦୀର୍ଘମିଆଦୀ ଆକଳନ ଜାରି କରାଯାଇଛି। ଏହି ଆକଳନ ଅନୁସାରେ, ଚଳିତବର୍ଷ ଦେଶରେ ସ୍ବାଭାବିକଠାରୁ ଅଧିକ ଅର୍ଥାତ୍‌ ୨୦୨୪ ମୌସୁମୀ ଋତୁ(ଜୁନ୍‌ରୁ ସେପ୍ଟେମ୍ବର)ରେ ୧୦୬ ପ୍ରତିଶତ ବର୍ଷିବ। ପୂରା ଦେଶରେ ୮୭ ସେଣ୍ଟିମିଟରରୁ ଅଧିକ ବର୍ଷା ହେବ। ତେବେ ଓଡ଼ିଶା ସମେତ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗରେ ବି ନିଅଣ୍ଟିଆ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ତେବେ ଖୁବ୍‌ଶୀଘ୍ର ପାଣିପାଗରେ ଏଲ୍‌-ନିନୋ କଣ୍ଡିଶନ୍‌ ସରିବ। ମୌସୁମୀ ଋତୁ ଆରମ୍ଭର ଏହା କ୍ରମେ ଦୁର୍ବଳ ହେବାର ସମ୍ଭାବନା ରହିଛି। ମୌସୁମୀର ଦ୍ୱିତୀୟାର୍ଦ୍ଧ ବେଳକୁ ଲା-ନିନା ସକ୍ରିୟ ହେବ। ଲା-ନିନା କଣ୍ଡିଶନ ରହିଲେ ଭଲ ବର୍ଷା ହେବ। ପୂର୍ବରୁ ୨୨ବର୍ଷ ହେବ ମୌସୁମୀ ଋତୁରେ ଲା-ନିନା ସକ୍ରିୟ ରହିଛି। ତେଣୁ ସ୍ବାଭାବିକଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି। ତେବେ ଚଳିତବର୍ଷ କେବେ ମୌସୁମୀ କେରଳ ଛୁଇଁବ, ସେନେଇ ମେ’ ମାସରେ ତାହା ଆକଳନ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ଆଇଏମ୍‌ଡି ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଉତ୍ତର-ପଶ୍ଚିମ, ପୂର୍ବ ଏବଂ ଉତ୍ତର ପୂର୍ବ ରାଜ୍ୟର କିଛି ଅଞ୍ଚଳକୁ ବାଦ୍‌ ଦେଲେ ଦେଶର ଅଧିକାଂଶ ସ୍ଥାନରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଭାରତରେ ଭଲ ମୌସୁମୀ ବର୍ଷା କରାଉଥିବା ଲା-ନିନା ସ୍ଥିତି ଅଗଷ୍ଟ-ସେପ୍ଟେମ୍ବର ସୁଦ୍ଧା ସକ୍ରିୟ ହେବାର ସମ୍ଭାବନା ରହିଥିବା ସେ ସୂଚନା ଦେଇଛନ୍ତି। ସାଧାରଣତଃ ଜୁନ୍‌ ପହିଲା ବେଳକୁ ମୌସୁମୀ ବର୍ଷା କେରଳ ସ୍ପର୍ଶ କରିବା ସହ ସେପ୍ଟେମ୍ବର ଶେଷ ସପ୍ତାହରେ ପ୍ରତ୍ୟାବର୍ତ୍ତନ କରିଥାଏ। ଚଳିତ ବର୍ଷ ଦୀର୍ଘମିଆଦୀ ବର୍ଷାର ପରିମାଣ ହାରାହାରି ୧୦୬% ରହିବ ବୋଲି ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟର ସଚିବ ଏମ୍‌. ରବିଚନ୍ଦ୍ରନ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ କହିଛନ୍ତି। ଅପରପକ୍ଷେ ଓଡ଼ିଶା ପାଇଁ ସ୍ଥିତି ସେତେଟା ଆଶାଜନକ ନ ଥିବା ଆଇଏମ୍‌ଡି ରିପୋର୍ଟରୁ ଜଣାପଡ଼ିଛି। ଓଡ଼ିଶାରେ ହାରାହାରିଠାରୁ କମ୍‌ ବର୍ଷା ହେବାର ସମ୍ଭାବନା ବ୍ୟକ୍ତ କରାଯାଇଛି। ଅର୍ଥାତ୍‌ ଓଡ଼ିଶାରେ ନିଅଣ୍ଟିଆ ବର୍ଷା ହେବାର ଆଶଙ୍କା ରହିଥିବାରୁ ଚାଷୀଙ୍କ ପାଇଁ ସ୍ଥିତି ଚିନ୍ତାଜନକ ହେବ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ପ୍ରଶାନ୍ତ ମହାସାଗରୀୟ ଉତ୍ତାପ ଦ୍ୱାରା ସୃଷ୍ଟ ‘ଏଲ୍‌-ନିନୋ’ ପୃଥିବୀର ଅନେକ ଭାଗରେ ତାପମାତ୍ରା ବୃଦ୍ଧି, ମାତ୍ରାଧିକ ବୃଷ୍ଟିପାତ ଓ ମରୁ ଭଳି ସ୍ଥିତି ସୃଷ୍ଟି କରିଥାଏ। ଏଥିସହ ଏହା ପାଣିପାଗ ପରିବର୍ତ୍ତନରେ ପ୍ରମୁଖ ଭୂମିକା ନିର୍ବାହ କରେ। ହେଲେ ଏଲ୍‌-ନିନୋ ପ୍ରଭାବଜନିତ ସ୍ଥିତି ବିଶ୍ୱର ସବୁ ଅଞ୍ଚଳରେ ସମାନ ନୁହେଁ। ଏଥିରେ ଆଞ୍ଚଳିକ ଭୌଗୋଳିକ ସ୍ଥିତି ଓ ଜଳବାୟୁର ପ୍ରଭାବ ମଧ୍ୟ ରହିଥାଏ। ସେହିପରି ପ୍ରଶାନ୍ତ ମହାସାଗରରେ ତାପମାତ୍ରା ସ୍ବାଭାବିକଠାରୁ କମ୍‌ ରହିବା ଦ୍ୱାରା ପାଣିପାଗରେ ‘ଲା-ନିନା’ ସ୍ଥିତି ସୃଷ୍ଟି ହୋଇଥାଏ। ଏହାଦ୍ୱାରା ଅନୁକୂଳ ଜଳବାୟୁ ରହିବା ସହ ଭଲ ବର୍ଷା ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

ହରମୁଜରେ ଫସିଲା ପାକିସ୍ତାନର ତେଲ ଜାହାଜ, ଇରାନ କଲା ବଡ଼ ଘୋଷଣା

ତେହରାନ,୧୭।୩: ଇରାନ ପାକିସ୍ତାନର ବାଣିଜି୍ୟକ ତୈଳ ଟ୍ୟାଙ୍କରକୁ ହରମୁଜ ମଧ୍ୟରେ ଏହାର କ୍ଷେତ୍ରୀୟ ଜଳସୀମା ଦେଇ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ପାକିସ୍ତାନ ନ୍ୟାସନାଲ ସିପିଂ…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

୧୧ଟି ଜିଲାରେ ୨୩ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ; ସୃଷ୍ଟି ହେବ ୧୦ ହଜାରରୁ ଅଧିକ ନିଯୁକ୍ତି

ଭୁବନେଶ୍ୱର,୧୭।୩: ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri