ଓଡ଼ିଶାରେ ଏଥର ନିଅଣ୍ଟିଆ ବର୍ଷା

ଭୁବନେଶ୍ୱର, ୧୫।୪(ଅସମାପିକା ସାହୁ):ଚଳିତବର୍ଷ ଓଡ଼ିଶାରେ ନିଅଣ୍ଟିଆ ବର୍ଷା ହେବ। ଦେଶରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବାକୁ ଥିବାବେଳେ ଓଡ଼ିଶାରେ କିନ୍ତୁ କମ୍‌ ବର୍ଷା ହେବ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଏଭଳି ଆକଳନ କରିଛି।
ବିଭାଗ ପକ୍ଷରୁ ସୋମବାର ୨୦୨୪ ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା ପାଇଁ ଦୀର୍ଘମିଆଦୀ ଆକଳନ ଜାରି କରାଯାଇଛି। ଏହି ଆକଳନ ଅନୁସାରେ, ଚଳିତବର୍ଷ ଦେଶରେ ସ୍ବାଭାବିକଠାରୁ ଅଧିକ ଅର୍ଥାତ୍‌ ୨୦୨୪ ମୌସୁମୀ ଋତୁ(ଜୁନ୍‌ରୁ ସେପ୍ଟେମ୍ବର)ରେ ୧୦୬ ପ୍ରତିଶତ ବର୍ଷିବ। ପୂରା ଦେଶରେ ୮୭ ସେଣ୍ଟିମିଟରରୁ ଅଧିକ ବର୍ଷା ହେବ। ତେବେ ଓଡ଼ିଶା ସମେତ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗରେ ବି ନିଅଣ୍ଟିଆ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ତେବେ ଖୁବ୍‌ଶୀଘ୍ର ପାଣିପାଗରେ ଏଲ୍‌-ନିନୋ କଣ୍ଡିଶନ୍‌ ସରିବ। ମୌସୁମୀ ଋତୁ ଆରମ୍ଭର ଏହା କ୍ରମେ ଦୁର୍ବଳ ହେବାର ସମ୍ଭାବନା ରହିଛି। ମୌସୁମୀର ଦ୍ୱିତୀୟାର୍ଦ୍ଧ ବେଳକୁ ଲା-ନିନା ସକ୍ରିୟ ହେବ। ଲା-ନିନା କଣ୍ଡିଶନ ରହିଲେ ଭଲ ବର୍ଷା ହେବ। ପୂର୍ବରୁ ୨୨ବର୍ଷ ହେବ ମୌସୁମୀ ଋତୁରେ ଲା-ନିନା ସକ୍ରିୟ ରହିଛି। ତେଣୁ ସ୍ବାଭାବିକଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି। ତେବେ ଚଳିତବର୍ଷ କେବେ ମୌସୁମୀ କେରଳ ଛୁଇଁବ, ସେନେଇ ମେ’ ମାସରେ ତାହା ଆକଳନ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ଆଇଏମ୍‌ଡି ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଉତ୍ତର-ପଶ୍ଚିମ, ପୂର୍ବ ଏବଂ ଉତ୍ତର ପୂର୍ବ ରାଜ୍ୟର କିଛି ଅଞ୍ଚଳକୁ ବାଦ୍‌ ଦେଲେ ଦେଶର ଅଧିକାଂଶ ସ୍ଥାନରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଭାରତରେ ଭଲ ମୌସୁମୀ ବର୍ଷା କରାଉଥିବା ଲା-ନିନା ସ୍ଥିତି ଅଗଷ୍ଟ-ସେପ୍ଟେମ୍ବର ସୁଦ୍ଧା ସକ୍ରିୟ ହେବାର ସମ୍ଭାବନା ରହିଥିବା ସେ ସୂଚନା ଦେଇଛନ୍ତି। ସାଧାରଣତଃ ଜୁନ୍‌ ପହିଲା ବେଳକୁ ମୌସୁମୀ ବର୍ଷା କେରଳ ସ୍ପର୍ଶ କରିବା ସହ ସେପ୍ଟେମ୍ବର ଶେଷ ସପ୍ତାହରେ ପ୍ରତ୍ୟାବର୍ତ୍ତନ କରିଥାଏ। ଚଳିତ ବର୍ଷ ଦୀର୍ଘମିଆଦୀ ବର୍ଷାର ପରିମାଣ ହାରାହାରି ୧୦୬% ରହିବ ବୋଲି ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟର ସଚିବ ଏମ୍‌. ରବିଚନ୍ଦ୍ରନ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ କହିଛନ୍ତି। ଅପରପକ୍ଷେ ଓଡ଼ିଶା ପାଇଁ ସ୍ଥିତି ସେତେଟା ଆଶାଜନକ ନ ଥିବା ଆଇଏମ୍‌ଡି ରିପୋର୍ଟରୁ ଜଣାପଡ଼ିଛି। ଓଡ଼ିଶାରେ ହାରାହାରିଠାରୁ କମ୍‌ ବର୍ଷା ହେବାର ସମ୍ଭାବନା ବ୍ୟକ୍ତ କରାଯାଇଛି। ଅର୍ଥାତ୍‌ ଓଡ଼ିଶାରେ ନିଅଣ୍ଟିଆ ବର୍ଷା ହେବାର ଆଶଙ୍କା ରହିଥିବାରୁ ଚାଷୀଙ୍କ ପାଇଁ ସ୍ଥିତି ଚିନ୍ତାଜନକ ହେବ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ପ୍ରଶାନ୍ତ ମହାସାଗରୀୟ ଉତ୍ତାପ ଦ୍ୱାରା ସୃଷ୍ଟ ‘ଏଲ୍‌-ନିନୋ’ ପୃଥିବୀର ଅନେକ ଭାଗରେ ତାପମାତ୍ରା ବୃଦ୍ଧି, ମାତ୍ରାଧିକ ବୃଷ୍ଟିପାତ ଓ ମରୁ ଭଳି ସ୍ଥିତି ସୃଷ୍ଟି କରିଥାଏ। ଏଥିସହ ଏହା ପାଣିପାଗ ପରିବର୍ତ୍ତନରେ ପ୍ରମୁଖ ଭୂମିକା ନିର୍ବାହ କରେ। ହେଲେ ଏଲ୍‌-ନିନୋ ପ୍ରଭାବଜନିତ ସ୍ଥିତି ବିଶ୍ୱର ସବୁ ଅଞ୍ଚଳରେ ସମାନ ନୁହେଁ। ଏଥିରେ ଆଞ୍ଚଳିକ ଭୌଗୋଳିକ ସ୍ଥିତି ଓ ଜଳବାୟୁର ପ୍ରଭାବ ମଧ୍ୟ ରହିଥାଏ। ସେହିପରି ପ୍ରଶାନ୍ତ ମହାସାଗରରେ ତାପମାତ୍ରା ସ୍ବାଭାବିକଠାରୁ କମ୍‌ ରହିବା ଦ୍ୱାରା ପାଣିପାଗରେ ‘ଲା-ନିନା’ ସ୍ଥିତି ସୃଷ୍ଟି ହୋଇଥାଏ। ଏହାଦ୍ୱାରା ଅନୁକୂଳ ଜଳବାୟୁ ରହିବା ସହ ଭଲ ବର୍ଷା ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ରବି-ଶୁଭ ଏବଂ ଶୁକ୍ଳ ଯୋଗ ନୂତନ ବର୍ଷ ଆରମ୍ଭ: ଏହି ୩ ରାଶି ଲୋକଙ୍କର ବଲ୍ଲେ-ବଲ୍ଲେ

ନୂତନ ବର୍ଷ ୨୦୨୬ ଆଜିଠାରୁ ଆରମ୍ଭ ହୋଇଛି। ଜ୍ୟୋତିଷ ଦୃଷ୍ଟିକୋଣରୁ, ଏହି ବର୍ଷର ପ୍ରଥମ ଦିନଟି ଗୁରୁତ୍ୱପୂର୍ଣ୍ଣ କାରଣ ଚନ୍ଦ୍ର ସକାଳୁ ସକାଳୁ ଗମନ କରିଥିବାବେଳେ,...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ବଢିଲା ଯୁଦ୍ଧ ଭୟ! ନୂଆବର୍ଷରେ ପାକିସ୍ତାନ ଭାରତ ସୀମାରେ କଲା ଏମିତି କାମ…

ଇସଲାମବାଦ,୧।୧: ସମଗ୍ର ବିଶ୍ୱ ନୂତନ ବର୍ଷ ପାଳନ କରୁଥିବା ବେଳେ, ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକଳାପ ଜାରି ରଖିଛି। ନୂତନ ବର୍ଷ ସକାଳୁ ସକାଳୁ ଜମ୍ମୁ...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧: ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ମଝି ଚିଲିକାରେ ୫୦ ଯାତ୍ରୀ, ଗୋଟିଏ ବସ ଓ ୨ଟି...

ଆଜି ପରମାଣୁ ସ୍ଥାନର ଠିକଣା ଦେବେ ଭାରତ-ପାକିସ୍ତାନ, ଯୁଦ୍ଧ ନେଇ ସଙ୍କେତ!

ନୂଆଦିଲ୍ଲୀ,୧।୧: ଆମର ପଡ଼ୋଶୀ ଏବଂ ଶତ୍ରୁ ପାକିସ୍ତାନର କାର୍ଯ୍ୟକଳାପ ସମସ୍ତଙ୍କୁ ଜଣା। ତେବେ ଆଜି ଉଭୟ ଦେଶ ପରସ୍ପର ସହିତ ଏକ ତାଲିକା ବାଣ୍ଟିବେ, ଯେଉଁଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri