ଜୁଲାଇରେ ବି ନିଅଣ୍ଟିଆ ବର୍ଷା

ଯାଜପୁର ଅଫିସ,୧ା୮: ସବୁପ୍ରକାରର ପଦକ୍ଷେପକୁ ଆପଣାଇବା ପରେ ଶେଷ ବିକଳ୍ପ ଥିଲା ମୌସୁମୀ। ପୂର୍ବାନୁମାନକୁ ନେଇ ଆକଳନ କରାଗଲା ଯେ, ଏଥର ସ୍ବାଭାବିକ ବର୍ଷା ହେବ। ଫଳରେ ଶସ୍ୟ ଉତ୍ପାଦନ ବଢ଼ିବ। କିନ୍ତୁ ଚଳିତ ବର୍ଷାଋତୁର ପ୍ରଥମ ଦୁଇ ମାସରେ ଯାଜପୁର ଜିଲାରେ ବର୍ଷାର ଅନିୟମିତତା କୃଷି କ୍ଷେତ୍ରକୁ ଉଜାଡ଼ି ଦେଇଛି। ଗତ ଜୁନରେ ଜିଲାରେ ୨୫% କମ୍‌ ବର୍ଷା ଏବଂ ଭୀଷଣ ଖରା ଯୋଗୁ ଗଜା ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିଲା। ଜୁଲାଇରେ ୩୪୧.୨୬ ମିମି ବର୍ଷା ରେକର୍ଡ କରାଯାଇଛି, ଯାହାକି ସ୍ବାଭାବିକ (୩୫୦.୯ ମିମି) ବର୍ଷାଠାରୁ ପ୍ରାୟ ୯ ମିମି କମ୍‌। କିନ୍ତୁ ଜୁଲାଇ ଶେଷ ବେଳକୁ ଲଘୁଚାପ ଜନିତ ଲଗାଣ ବର୍ଷାରେ ସୁକିନ୍ଦା, ବଡ଼ଚଣା ଓ ବରୀ ବ୍ଲକରେ ସ୍ବାଭାବିକଠାରୁ ଅଧିକ ବର୍ଷା ଯୋଗୁ କେତେକ ଚାଷଜମି ଏବେ ବି ଜଳମଗ୍ନ ହୋଇ ରହିଛି। ଅନ୍ୟପକ୍ଷରେ ଦଶରଥପୁର, କୋରେଇ ଓ ରସୁଲପୁର ବ୍ଲକରେ ୩୦୦ ମିିମି ବର୍ଷା ମଧ୍ୟ ହୋଇ ନ ଥିବା ଯୋଗୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ବର୍ଷାର ଏଭଳି ଅନିୟମିତତା ଯୋଗୁ ଜିଲାର କୃଷି ଉପତ୍ାଦନକୁ ନେଇ ସନ୍ଦେହ ପ୍ରକାଶ ପାଇଛି।
ନିର୍ଦ୍ଧାରିତ ସମୟରେ ମୌସୁମୀ ବାୟୁର ପ୍ରବେଶ ଘଟିଥିଲେ ହେଁ ଜିଲାରେ ବର୍ଷାର ଅନିୟମିତତା ଦେଖାଦେଇଛି। ଖଣି ଅଞ୍ଚଳ ସୁକିନ୍ଦାରେ ଏଥର ସ୍ବାଭାବିକଠାରୁ ଆଶାନୁରୂପ ବର୍ଷା ହୋଇଛି। ଏଠାରେ ୪୩୯ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ରୁଆ, ବିହୁଡା କାମ ସ୍ବାଭାବିକ ଚାଲିଥିବା ଜଣାପଡିଛି। ବଡ଼ଚଣା ବ୍ଲକରେ ମଧ୍ୟ ୪୫୯ ମିମି ବର୍ଷା ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ଏହି କାରଣରୁ ବଡଚଣା ବ୍ଲକର ଚାଷୀମାନେ ବିଳମ୍ବରେ ହେଲେ ବି ଏଥର ଚାଷକାର୍ଯ୍ୟ ଜୋରସୋରରେ ଚଳାଇଥିବା କୁହାଯାଉଛି। ଜିଲାର ସର୍ବାଧିକ ବନ୍ୟାପ୍ରବଣ ବରୀ ବ୍ଲକରେ ସ୍ବାଭାବିକ ଠାରୁ ସାମାନ୍ୟ ଅଧିକ ୪୦୪.୬୦ ମିମି ବର୍ଷା ରେକର୍ଡ କରାଯାଇଛି। ହେଲେ ବ୍ରାହ୍ମଣୀର ଜଳସ୍ତର ସ୍ଥିର ରହିଥିବାରୁ ଚାଷ ପାଇଁ କୌଣସି ବିପଦ ହୋଇନାହିଁ। ଚାଷୀ ସ୍ବାଭାବିକ ଚାଷ କାର୍ଯ୍ୟରେ ମାତିଛନ୍ତି। କେତେକ ସ୍ଥାନରେ ଜମି ପାଣିରେ ବୁଡି ରହିଥିବା ଦେଖିବାକୁ ମିଳିଛି। ଜଳନିଷ୍କାସନ ପ୍ରତି ଗୁରୁତ୍ୱ ଦିଆଯାଉନାହିଁ। ଡ୍ରେନେଜ ବିଭାଗ ପକ୍ଷରୁ ବିଭିନ୍ନ ନଦୀନାଳର ପୁନରୁଦ୍ଧାର ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି। ହେଲେ ତାହା ଚାଷୀଙ୍କ କୌଣସି କାମରେ ଲାଗିନାହିଁ। ଅନ୍ୟପକ୍ଷରେ ଦଶରଥପୁରରେ ୨୨୩ ମିମି, କୋରେଇରେ ୨୭୪.୮୦ ମିିମି, ରସୁଲପୁରରେ ୨୭୭.୪୦ ମିମି, ଯାଜପୁରରେ ୩୧୦ ମିମି ଏବଂ ବିଞ୍ଝାରପୁରରେ ୩୦୯ ମିମି ବର୍ଷା ହୋଇଛି, ଯାହାକି ସ୍ବାଭାବିକଠାରୁ କମ୍‌। ଫଳରେ ଏଠାରେ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଭଲ ମୌସୁମୀ ହେଲେ କୃଷି ଉତ୍ପାଦନରେ ବୃଦ୍ଧି ଘଟିବ, ଗ୍ରାମୀଣ ଅର୍ଥନୀତି ପାଇଁ ଅନୁକୂଳ ବାଟ ଦେଖାଇବ ବୋଲି ଆଶା କରାଯାଏ। ମାତ୍ର ଏଥର ସେଭଳି ଆଶା ପୂରଣ ହେବା ନେଇ ସନ୍ଦେହ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri