ଚାରିପଟେ ଆଲୁଅ, ଅନ୍ଧାରରେ ମାଙ୍କଡ଼ହଟିଂ

ଯୋଡ଼ା, ୪।୩(ଡି.ଏନ.ଏ.)- ଚାରି ପାଖରେ ଖଣି। ସବୁଠି ଜଳୁଛି ଉଚ୍ଚଶକ୍ତିିସମ୍ପନ୍ନ ଆଲୋକମାଳା। ହେଲେ ବିଜୁଳି ଆଲୁଅ ଟିକେ ପାଇଁ ଡହଳବିକଳ ହେଉଛନ୍ତି କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ଭୂୟାଁରୋଇଡ଼ା ପଞ୍ଚାୟତ ଅଧୀନ ମାଙ୍କଡ଼ହଟିଂ ଅଞ୍ଚଳବାସୀ। ଚିରାଚରିତ ଭାବେ ଡିବିରି ଓ ଲଣ୍ଠନ ଆଲୁଅକୁ ଭରସା କରି ଜୀବନ ବିତାଉଛନ୍ତି ଏଠାକାର ଅଧିବାସୀ। ସ୍ବାଧୀନତାର ୭୩ ବର୍ଷ ବିତିଯାଇଥିଲେ ହେଁ, ଅଞ୍ଚଳବାସୀ ବିଦ୍ୟୁତ୍‌ ଆଲୋକରୁ ବଞ୍ଚିିତ ହୋଇ ଅନ୍ଧାରରେ ସଢ଼ୁଛନ୍ତି। ସଞ୍ଜ ନଇଁଲେ ଜଙ୍ଗଲୀ ଜନ୍ତୁ ଗ୍ରାମ ପାଖକୁ ଆସି ଯାଉଛନ୍ତି। ରାତିରେ ଘର ବାହାରକୁ ଯିବା ମଧ୍ୟ ବିପଦଜନକ ହୋଇପଡ଼ୁଛି।
୬ଶହ ଜନସଂଖ୍ୟା ବିଶିଷ୍ଟ ଏହି ଅଞ୍ଚଳ ଘଞ୍ଚ ଜଙ୍ଗଲ ମଧ୍ୟରେ ପରିବେଷ୍ଟିତ। ଏଠାରେ ମୁଖ୍ୟତଃ ଜନଜାତି ସମ୍ପ୍ରଦାୟର ଲୋକେ ବସବାସ କରନ୍ତି। ଖଣି କାର୍ଯ୍ୟ ଓ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ଓ ବିକ୍ରୟ ଉପରେ ସେମାନଙ୍କ ଜୀବନଜୀବିକା ନିର୍ଭରଶୀଳ। ଏହି ହଟିଂର ପୂର୍ବ ଦିଗରେ ଟାଟା କମ୍ପାନୀର ଖଣି, ପଶ୍ଚିମରେ ଓଏମ୍‌ଡିସି ଖଣି, ଉତ୍ତରରେ ଓଡ଼ିଶା ଖଣି ନିଗମ ଓ ସରକାରୀ ଆଇଡିସି ଖଣି, ଦକ୍ଷିଣରେ ଶ୍ରୀମେଟାଲିକ୍ସ ଖଣି ରହିଛି। ଜିଲାରେ ଅର୍ଥର ଅଭାବ ନାହିଁ। ପ୍ରାୟ ୩ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡ ଖଣି ପ୍ରଭାବିତ ଅଞ୍ଚଳରେ ଖର୍ଚ୍ଚ ହେବ ବୋଲି ଆଦାୟ ହୋଇଛି। ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ଗ୍ରାମରେ ବିଜୁଳି ଆଲୋକ ଯୋଗାଇ ଦେବାର ଯୋଜନା ରହିଛି। ହେଲେ ଆଜି ମଧ୍ୟ ଖଣିବହୁଳ ଅଞ୍ଚଳ ତଥା ସବୁଠାରୁ ଅଧିକ ଖଣି ରାଜସ୍ବ ଦେଉଥିବା ଯୋଡ଼ାର ଏହି ମାଙ୍ଗଡହଟିଂ ଅନ୍ଧାରରେ ରହିଛି। ବଡ଼ବଡ଼ ଖଣି କମ୍ପାନୀ କେବଳ ବିଜ୍ଞାପନରେ ପାରିପାର୍ଶ୍ୱିକ ଉନ୍ନତିକରଣ କରୁଥିବା କହୁଥିବା ବେଳେ ଏହା କେବଳ ଧର୍ମକୁ ଆଖିଠାର ବୋଲି ସ୍ଥାନୀୟ ଲୋକେ କହିଛନ୍ତି।
ଗ୍ରାମର ୱାର୍ଡସଭ୍ୟ ଗୋପାଲ ଓରାମ, ପୂର୍ବତନ ୱାର୍ଡସଭ୍ୟ ସାଙ୍କ ପୂର୍ତ୍ତି, ସମରା ବେଣ୍ଟକାର, କ୍ରୀଷ୍ଣାପୂର୍ର୍ତ୍ତିି, ପରବାସ ଜଜ, ଦେବାଶିଷ ବେଣ୍ଟକାର, ଅର୍ଜୁନ ମୁଣ୍ଡା, ଗୋପାଲ ମୁଣ୍ଡା, ଲଛମନ ମୁଣ୍ଡାଙ୍କ ସମେତ ଗ୍ରାମର ମହିଳା ବଞ୍ଜ ବବଙ୍ଗା, ମିନତି ପୂର୍ତ୍ତି, ରିସା ସୋରେନ, ରାନ୍ଦାଇ ବବଙ୍ଗା ପ୍ରମୁଖ କୁହନ୍ତି, ବାରମ୍ବାର ଏ ନେଇ ଚମ୍ପୁଆ ପୂର୍ବତନ ବିଧାୟକ ସନାତନ ମହାକୁଡ଼, ବର୍ତ୍ତମାନର ବିଧାୟିକା ମିନାକ୍ଷୀ ମହାନ୍ତ, କେନ୍ଦୁଝର ଜିଲାପାଳ, ଯୋଡ଼ା ଇଲେକ୍ଟ୍ରି ଅଫିସ୍‌ରେ ଅଭିଯୋଗ କରି ଥକି ଗଲୁଣି। ବିଧାୟକ ବଦଳୁଛନ୍ତି, ଜିଲାପାଳ ବଦଳୁଛନ୍ତି ହେଲେ ଆମ ଅବସ୍ଥା ବଦଳୁନାହିଁ। ନିର୍ବାଚନ ବେଳେ ମିଥ୍ୟା ପ୍ରତିଶ୍ରୁତି ଦେଇ ନେତାମାନେ ଆମକୁ ଭୁଆଁ ବୁଲାଉଛନ୍ତି। ପାଠ ପଢ଼ିବାରେ ଆଗ୍ରହ ଥାଇ ମଧ୍ୟ କିରୋସିନ ନିଆଁରେ ବେଶୀ ସମୟ ପଢ଼ି ହେଉନାହିଁ। ଯଦି ଏହିଭଳି ଅବସ୍ଥା ଲାଗି ରହିବ ତେବେ ବାଧ୍ୟହୋଇ ପାଠପଢ଼ା ଅଧାରୁ ଛାଡ଼ିବୁ ବୋଲି ଏହି ଗ୍ରାମର ଛାତ୍ରୀଛାତ୍ର ପିଙ୍କି ପୂର୍ତ୍ତି, ମୁକ୍ତା ପୂର୍ତ୍ତି, ସୋନିଆ ବେଣ୍ଟକାର, ଅବିନାଶ ସୋରେନ, ବିନୟ କୁମାର ବେଣ୍ଟକର, ଚରଣ ପୂର୍ତ୍ତି ପ୍ରମୁଖ କହିଛନ୍ତି। ମହିଳା ସାଙ୍କ ପୂର୍ତ୍ତି କୁହନ୍ତି, ଆମେ ତ ପାଠପଢ଼ି ପାରିଲୁ ନାହିଁ, ପିଲାମାନେ ପଢ଼ନ୍ତୁ। ହେଲେ ଏହା ମଧ୍ୟ ସମ୍ଭବ । ଭୂୟାଁରୋଇଡ଼ା ପଞ୍ଚାୟତର ସରପଞ୍ଚ ଜ୍ୟୋତିଷ ଚନ୍ଦ୍ର ନାଏକଙ୍କୁ ପଚାରିବାରୁ ଉକ୍ତ ଗାଁକୁ ବିଦ୍ୟତ୍‌ ସଂଯୋଗ ପାଇଁ ଚେଷ୍ଟା ଜାରି ରହିଛି। ହେଲେ ମାଙ୍କଡ଼ହଟିଂଟି ବନାଞ୍ଚଳ ମଧ୍ୟରେ ଥିବାରୁ ଅନୁମୋଦନ ମିଳିପାରୁନାହିଁ। ଯଦି ଏହା ନ ହୁଏ ତାହେଲେ ସେ ଆଗାମୀ ଦିନରେ ଅନଶନ କରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

‘ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମହାମନିଷୀଙ୍କ ଅବଦାନ ଅବିସ୍ମରଣୀୟ’

କେନ୍ଦୁଝର,୧ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ପବିତ୍ର ଓଡ଼ିଶା ଦିବସରେ ଜିଲା ବିଜୁ ଜନତା ଦଳ ପକ୍ଷରୁ କେନ୍ଦୁଝର ଜିଲା ସଦରମହକୁମାଠାରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଜିଲାପାଳଙ୍କ…

‘ଆପଣ ଦ୍ବିତୀୟ ଥର ଧୋକା ଦେଇପାରିବେନି’…ଟ୍ରମ୍ପଙ୍କୁ ଗାଳି କରି ହାତ ଛାଡିଦେଲା ସ୍ପେନ

ନୂଆଦିଲ୍ଲୀ,୧।୪: ଇରାନ ସହିତ ସଂଘର୍ଷ କରି ଆମେରିକା ସାହାଯ୍ୟ ପାଇଁ ୟୁରୋପକୁ ଚାହିଁ ରହିଛି । ତଥାପି, ଏହି ଅଞ୍ଚଳର ଚାରିଟି ରାଷ୍ଟ୍ର ସ୍ପଷ୍ଟ ଭାବରେ ସ୍ପଷ୍ଟ କରିଛନ୍ତି…

ପ୍ରସ୍ତାବିତ ମେଗା ଷ୍ଟିଲପ୍ଲାଣ୍ଟ ପାଇଁ ଗ୍ରାମସଭା: ଏକର ପିଛା ଏତିକି କୋଟି ଦାବି

ପାଟଣା, ୧।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳ ରେ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବୁଧବାର ଚେମଣା ପଞ୍ଚାୟତ ଅଙ୍ଗି…

ଖୁସି ଖବର… ୭ବର୍ଷ ପରେ ଭାରତ ଆସୁଛି ବିଶ୍ୱର ସବୁଠୁ ଶସ୍ତା ତେଲ

ନୂଆଦିଲ୍ଲୀ,୧।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଏବଂ ଏହାର ଫଳସ୍ୱରୂପ ଅନ୍ତର୍ଜାତୀୟ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ମଧ୍ୟରେ, ଭାରତକୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତିର ଖବର ମିଳିଛି। ପ୍ରାୟ ସାତ…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri