ପାଟନାଳି ବନ୍ଧକୁ କାଟି ମାଟି ଉଠାଣ

ପଟ୍ଟାମୁଣ୍ଡାଇ,୧୮ା୩(ସ୍ବ.ପ୍ର.): ନ୍ୟାଶନାଲ ଗ୍ରୀନ୍‌ ଟ୍ରିବୁନାଲ (ଏନ୍‌ଜିଟି) ସ୍ଥାନୀୟ ମାଳିପୁର ଛକ ନିକଟ ଡାମପୁର-ଉଦୟପୁର କାଣିନଦୀ ପାଟନାଳୀ ବନ୍ଧ ଓ ଜମିରୁ ମାଟି ନ ଖୋଳିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ କେତେଜଣ ବ୍ୟକ୍ତି ଜେସିବି ଲଗାଇ ମାଟି ଖୋଳୁଛନ୍ତି। ସେହି ମାଟିକୁ ହାଇଓ୍ବାରେ ଅନ୍ୟତ୍ର ଚାଲାଣ କରୁଛନ୍ତି। ପ୍ରଶାସନ ଏ ସଂକ୍ରାନ୍ତରେ ଅବଗତ ଥିଲେ ମଧ୍ୟ ନୀରବଦ୍ରଷ୍ଟା ସାଜିଛି। ମାଳିପୁର, ଉଦୟପୁର, ବାଲିପାଟଣା ଓ ଖୋର୍ଦ୍ଧା ଗ୍ରାମବାସୀ ଏହାକୁ ବିରୋଧ କରୁଛନ୍ତି। ହେଲେ ମାଟି ଉଠାଣ କରୁଥିବା ବ୍ୟକ୍ତିମାନେ ପ୍ରଭାବଶାଳୀ ହୋଇଥିବାରୁ ଗ୍ରାମବାସୀ ଭୟରେ ମୁହଁ ଖୋଲୁ ନାହାନ୍ତି। ଏ ସଂକ୍ରାନ୍ତରେ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।
ସୂଚନାଯୋଗ୍ୟ, ଏହି ମାଟି ମାଫିଆମାନେ ଅଳଭା ନିକଟ ବ୍ରାହ୍ମଣୀ ନଦୀପଠାରୁ ମାଟି ଉଠାଣ କରୁଥିଲେ। ଏନ୍‌ଜିଟିର କଡା ନିର୍ଦ୍ଦେଶ ପରେ ପଟ୍ଟାମୁଣ୍ଡାଇ ତହସିଲଦାର ସେଠାରୁ ମାଟି ଉଠାଣ ବନ୍ଦ କରିଥିଲେ। ଏହି ଘଟଣାରେ ତହସିଲଦାର ଗୋଟିଏ ଗାଡ଼ି ଜବତ କରି ୧୫ ହଜାର ଟଙ୍କା ଜରିମାନା ଆଦାୟ କରିଥିଲେ। ଏବେ ଉଦୟପୁର-ମାଳିପୁର କାଣୀ ପାଟନାଳୀ ବନ୍ଧ ଓ ଜମିକୁ କାଟି ବେଆଇନ ଭାବେ ମାଟି ଉଠାଣ ଚାଲିଛି। ପାରାଦୀପ ଭୂତମୁଣ୍ଡାଇ ଅଞ୍ଚଳର ଜଣେ ମାଟି ମାଫିଆ ସରକାରୀ ନୀତି ନିୟମ ଓ ଏନ୍‌ଜିଟି ନିର୍ଦ୍ଦେଶକୁ ଅବମାନନା କରି ମାଟି ଉଠାଣ କରୁଥିବା ଅଭିଯୋଗ ହୋଇଛି। ପ୍ରତିଦିନ ଶତାଧିକ ଟ୍ରିପ୍‌ ମାଟି ଚାଲାଣ ହେଉଛି। ଫଳରେ ସମ୍ପୃକ୍ତ ଅଞ୍ଚଳ ପ୍ରତି ବିପଦ ସୃଷ୍ଟି ହୋଇଛି। ପଟ୍ଟାମୁଣ୍ଡାଇ ତହସିଲଦାର ମାଟି ଉଠାଣ ନ ରୋକିଲେ ଉଦୟପୁର, ଡାମରପୁର ସମେତ ୫ ମୌଜାର ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ତହସିଲଦାର ଦିଲୀପ କୁମାର ସେଠୀ କହିଛନ୍ତି, ଉଦୟପୁର-ଡାମରପୁର କାଣୀ ପାଟନାଳି କଡ଼ରୁ ମାଟି ଉଠାଣ ହେଉଥିବା ମୁଁ ଜାଣିଛି। ଖୁବ୍‌ଶୀଘ୍ର ମାଟି ଉଠାଣ କରୁଥିବା ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସୂଚନାଯୋଗ୍ୟ, ମଙ୍ଗଳବାର ପଟ୍ଟାମୁଣ୍ଡାଇ ତହସିଲଦାର ଓ ଜଳସଂପଦ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଭାତ କୁମାର ସାହୁ ଖୋଳା ଯାଉଥିବା କାଣୀ ପାଟନାଳି ବନ୍ଧ ଓ ଜମି ବୁଲି ଦେଖିଥିଲେ। ପୂର୍ବରୁ ଏ ସଂକ୍ରାନ୍ତରେ ସୂଚନା ପାଇ ମାଟି ମାଫିଆ ଜେସିବି, ହାଇୱ୍ବା ଓ ଟ୍ରକ ସେଠାରୁ ନେଇ ଯାଇଥିଲେ। ହେଲେ ବୁଧବାରଠାରୁ ପୁଣି ଥରେ ମାଟିଖୋଳା ଆରମ୍ଭ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri