ମୁକେଶଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର

ଭୁବନେଶ୍ୱର,୨୩।୩: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ (ଆର୍‌ଆଇଏଲ୍‌)ର ଅଧ୍ୟକ୍ଷ ତଥା ଏମ୍‌ଡି ମୁକେଶ ଧୀରୁଭାଇ ଅମ୍ବାନୀଙ୍କୁ ନିକଟରେ ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ଆଓ୍ବାର୍ଡ ପ୍ରଦାନ କରାଯାଇଛି। ବିଶେଷକରି ଭାରତୀୟ ଟେଲିକମ୍‌ ଶିଳ୍ପରେ ଉଲ୍ଲେଖନୀୟ ସଫଳତା ଓ ଅତୁଳନୀୟ ଅବଦାନ ପାଇଁ ମୁକେଶଙ୍କୁ ଭଏସ୍‌ ଆଣ୍ଡ ଡାଟା ପକ୍ଷରୁ ଏଭଳି ଏକ ସମ୍ମାନଜନକ ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ (ଜୀବନବ୍ୟାପୀ ସାଧନା) ପୁରସ୍କାରରେ ପୁରସ୍କୃତ କରାଯାଇଛି। ସେହିଭଳି ନୂଆଦିଲ୍ଲୀଠାରେ ଆୟୋଜିତ ପୁରସ୍କାର ସମାରୋହ ଉତ୍ସବରେ ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ର ପ୍ରେସିଡେଣ୍ଟ ମାଥ୍ୟୁ ଓମେନ୍‌ଙ୍କୁ ବର୍ଷ ୨୦୨୩ ପାଇଁ ପାଥ୍‌ବ୍ରେକର ଅଫ୍‌ ଦି ଇୟର ପୁରସ୍କାର ପ୍ରଦାନ କରାଯାଇଛି। ଦେଶରେ ଟେକ୍ନୋଲୋଜି କ୍ଷେତ୍ରର ବିକାଶ ଦିଗରେ ୫ଜିର ଦ୍ରୁତ ପ୍ରଚଳନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାରୁ ଓମେନ୍‌ଙ୍କୁ ଏହି ପୁରସ୍କାର ମିଳିଛି।
ଏ ନେଇ ମାଥ୍ୟୁ ଓମେନ୍‌ କହିଛନ୍ତି, ଭଏସ୍‌ ଆଣ୍ଡ ଡାଟା ପକ୍ଷରୁ ମୁକେଶ ଅମ୍ବାନୀଙ୍କୁ ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଥିବାରୁ ଆମେ ଗର୍ବ ଅନୁଭବ କରୁଛୁ। ଏପରିକି ତାଙ୍କ (ଅମ୍ବାନୀ) ବଳିଷ୍ଠ ନେତୃତ୍ୱରେ କମ୍ପାନୀ ଟେଲିକମ୍‌, ରିଟେଲ, ମିଡିଆ ଏବଂ କ୍ରୀଡ଼ା କ୍ଷେତ୍ରରେ ଉକତ୍ୃଷ୍ଟ ପ୍ରଦର୍ଶନ ଏବଂ ଅନ୍ତର୍ଭୁକ୍ତୀକରଣ ଜରିଆରେ ଏସବୁକୁ ସମସ୍ତଙ୍କ ପାଇଁ ସହଜ ଲବ୍ଧ କରିଛି। ଆଜିର ଡିଜିଟାଲ ଦୁନିଆରେ ଭାରତର ଭୂମିକା ବୈପ୍ଳବିକ ହେବ। ଏକ ଶିଳ୍ପ ଏବଂ ରାଷ୍ଟ୍ର ଭାବେ ଆମର ଅବଦାନ ଅତୁଳନୀୟ ହେବ ଏବଂ ଏହା ସମସ୍ତ ଭାରତୀୟଙ୍କ ପାଇଁ ଅଧିକ ସମାନତା ଏବଂ ଦୀର୍ଘସ୍ଥାୟୀ ଭବିଷ୍ୟତର ପଥ ପ୍ରଶସ୍ତ କରିବ।
ପୁରସ୍କାର ଗ୍ରହଣ କରିବା ଅବସରରେ ଟେକ୍ନୋଲୋଜି ଅଗ୍ରଗତିକୁ ତ୍ୱରାନ୍ବିତ କରିବାରେ ସହଭାଗିତାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଉପସ୍ଥାପିତ କରିବା ସହିତ ଟେଲିକମ୍‌ ଶିଳ୍ପ ସହ ଜଡ଼ିତ ନୀରଜ ମିଲ ଏବଂ ଗୋପାଳ ଭିଟ୍ଟଲଙ୍କୁ ଓମେନ୍‌ ଅଭିନନ୍ଦନ ଜଣାଇଛନ୍ତି। ନୀରଜ ମିଲ ଓ ଗୋପାଳ ଭିଟ୍ଟଲଙ୍କ ସହ ମିଳିତ ଭାବେ ମାଥ୍ୟୁ ଓମେନ୍‌ଙ୍କୁ ପାଥ୍‌ବ୍ରେକର ଅଫ୍‌ ଦି ଇୟର ପୁରସ୍କାର ମିଳିଛି।
ଉଲ୍ଲେଖଯୋଗ୍ୟ, ଭଏସ୍‌ ଆଣ୍ଡ ଡାଟା ଆୱାର୍ଡ ସମାରୋହ ଉତ୍ସବରେ ରିଲାଏନ୍ସ ଜିଓକୁ ନେଟ୍‌ୱର୍କ ଭିତ୍ତିିଭୂମି, ବହୁଭାଷୀ ଇଣ୍ଟରନେଟ, କମ୍ୟୁନିକେଶନ ପ୍ଲାଟ୍‌ଫର୍ମ, ବିଜ୍‌ନେସ୍‌ ପ୍ରୋସେସ୍‌ ଇନୋଭେଶନ,ନେଟ୍‌ୱର୍କ ସର୍ଭିସେସ୍‌ ଏବଂ ଆଇଓଟି ସମେତ ବିଭିନ୍ନ ବର୍ଗରେ ଆଉ ୬ଟି ପୁରସ୍କାର ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri