ଭୁବନେଶ୍ୱର,୨୩।୩: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍ଏମ୍ଏସ୍ଆଇ)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନୂତନ ମୋବାଇଲ ଆପ୍ ‘ସ୍ମାର୍ଟ ୱାର୍କଶପ୍’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଗ୍ରାହକ ଅନୁଭୂତିରେ ଉନ୍ନତି ଆଣିବା ଲାଗି ଶିଳ୍ପର ପ୍ରଥମ ନବସୃଜନ ସ୍ମାର୍ଟ ୱାର୍କଶପ୍ ମୋବାଇଲ ଆପ୍କୁ ନିକଟରେ ଉନ୍ମୋଚନ କରାଯାଇଛି। ଉକ୍ତ ଆପ୍ ଜରିଆରେ ଗ୍ରାହକମାନେ ଗାଡ଼ିର ସର୍ଭିସ୍ ଅଗ୍ରଗତି ବିଷୟରେ ବାସ୍ତବ ସମୟ ସୂଚନା ପାଇପାରିବେ। ସେହିଭଳି ଗ୍ରାହକମାନଙ୍କୁ ସୁବିଧା ଓ ସ୍ବଚ୍ଛତା ପ୍ରଦାନ କରିବାରେ ଏଚ୍ଏମ୍ଏସ୍ଆଇର ପ୍ରତିବଦ୍ଧତାକୁ ଏହା ଦୋହରାଉଛି। ଏ ସମ୍ପର୍କରେ ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆର ସେଲ୍ସ ଆଣ୍ଡ ମାର୍କେଟିଂ ନିର୍ଦ୍ଦେଶକ ଯୋଗେଶ ମାଥୁର କହିଛନ୍ତି, ଗ୍ରାହକଙ୍କ ସନ୍ତୁଷ୍ଟି ଓ ନବସୃଜନ ବୃଦ୍ଧି ପାଇଁ ଆମ ପ୍ରତିବଦ୍ଧତା ଆମକୁ ‘ସ୍ମାର୍ଟ ୱାର୍କଶପ୍’ ମୋବାଇଲ ଆପ୍ ବିକଶିତ କରିବାକୁ ପ୍ରେରଣା ଦେଇଛି। ଏହି ବୈପ୍ଳବିକ ଉପକରଣ କେବଳ ସ୍ବଚ୍ଛତା ପ୍ରଦାନ କରିବ ନାହିଁ ବରଂ ଆମ ମୂଲ୍ୟବାନ ଗ୍ରାହକଙ୍କ ପାଇଁ ଏକ ଅସୁବିଧାମୁକ୍ତ ଅନୁଭୂତି ମଧ୍ୟ ସୁନିଶ୍ଚିତ କରିବ। ଏହି ଆପ୍ଲିକେଶନର ଶୁଭାରମ୍ଭ ଏହାର ଗ୍ରାହକଙ୍କ ସୁବିଧା ପାଇଁ ପ୍ରଯୁକ୍ତିର ଉପଯୋଗ କରିବା ପାଇଁ ଏଚ୍ଏମ୍ଏସ୍ଆଇର ସମର୍ପଣର ପ୍ରମାଣ। ଉଲ୍ଲେଖଯୋଗ୍ୟ, ସ୍ମାର୍ଟ ୱାର୍କଶପ୍’ ଆପ୍ ଜରିଆରେ ଗ୍ରାହକମାନେ ବର୍ତ୍ତମାନ ଗୋଟିଏ ଏସ୍ଏମ୍ଏସ୍ ଲିଙ୍କ୍ ଜରିଆରେ ନିଜ ଗାଡ଼ିର ସର୍ଭିସ୍ ପ୍ରସ୍ତୁତିର ପ୍ରତ୍ୟେକ ପର୍ଯ୍ୟାୟକୁ ଟ୍ରାକ୍ କରିବାର କ୍ଷମତା ରଖିଛନ୍ତି। ସର୍ଭିସ୍ ସେଣ୍ଟରଗୁଡ଼ିକରେ ଗ୍ରାହକଙ୍କ ଗାଡି ଭର୍ତ୍ତି ହେବା, ମରାମତି ହେବା ଏବଂ ଗାଡ଼ି ବାହାରିବାଠାରୁ ଆରମ୍ଭକରି ବିଭିନ୍ନ ପର୍ଯ୍ୟାୟ ଦେଇ ଯାଇଥାଏ।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

