ଶାଲୁଙ୍କୁ ଲାଇଫଟାଇମ୍‌ ଆଚିଭ୍‌ମେଣ୍ଟ ଆୱାର୍ଡ

ଭୁବନେଶ୍ୱର,୨୨।୮(ଅଭୟ ଦାଶ): ଦେଶର ପ୍ରମୁଖ ଶିଳ୍ପ ପ୍ରତିଷ୍ଠାନ ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ବାର (ଜେଏସ୍‌ପି)ର ସାମାଜିକ ପ୍ରତିଷ୍ଠାନ ଜେଏସ୍‌ପି ଫାଉଣ୍ଡେଶନର ଚେୟାରପର୍ସନ୍‌ ଶାଲୁ ଜିନ୍ଦଲଙ୍କୁ ନିକଟରେ ସମ୍ମାନଜନକ ସିଏସ୍‌ଆର୍‌ ଟାଇମ୍ସ ଲାଇଫଟାଇମ୍‌ ଆଚିଭ୍‌ମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଛି। ବିଶେଷକରି ସାମାଜିକ ବିକାଶମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ସମାଜର ଦୁର୍ବଳ ଏବଂ ବଞ୍ଚିତ ବର୍ଗର ବ୍ୟକ୍ତିଙ୍କ ବିକାଶ ପାଇଁଁ ଶାଲୁଙ୍କୁ ଉପରୋକ୍ତ ସମ୍ମାନ ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ସୋମବାର ନୂଆଦିଲ୍ଲୀଠାରେ ଆୟୋଜିତ ଜାତୀୟସ୍ତରୀୟ ସିଏସ୍‌ଆର୍‌ ସମ୍ମିଳନୀ-୨୦୨୩ ଅବସରରେ ଶାଲୁ ଉଜ୍‌ବେକିସ୍ତାନର ରାଷ୍ଟ୍ରଦୂତ ଦିଲଶୋଦ ଅଖଟୋବଙ୍କଠାରୁ ଲାଇଫଟାଇମ୍‌ ଆଚିଭ୍‌ମେଣ୍ଟ ଆୱାର୍ଡ ଗ୍ରହଣ କରିଥିଲେ। ଉକ୍ତ ସମ୍ମିଳନୀରେ କେନ୍ଦ୍ର ରାଜ୍ୟମନ୍ତ୍ରୀ ଏସ୍‌.ପି.ବଘେଲ୍‌ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ମେଜର ଜେନେରାଲ୍‌ ରବୀନ୍ଦ୍ର ସିଂ, ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ସଦସ୍ୟ ଲ୍ୟୁଟନାଣ୍ଟ ଜେନେରାଲ୍‌(ଅବସରପ୍ରାପ୍ତ) ସୟଦ ଅତା ହସନୈନ୍‌, ସିଏସଆର ଟାଇମ୍ସର କାର୍ଯ୍ୟନିର୍ବାହୀ ସମ୍ପାଦକ ରବି ଶଙ୍କରଙ୍କ ସମେତ ସିଏସଆର ଟାଇମ୍ସର ସମ୍ପାଦକ ହରିଶ ଚାନ୍ଦର ଏବଂ ବରିଷ୍ଠ କର୍ପୋରେଟ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ଶାଲୁ ଜିନ୍ଦଲ କହିଥିଲେ, ସାମାଜିକ ତଥା ସାଂସ୍କୃତିକ ପ୍ରୟାସ ପାଇଁ ମୋତେ ଏହି ସ୍ବୀକୃତି ଦିଆଯାଇଥିବାରୁ ମୁଁ ଆୟୋଜକଙ୍କୁ ଧନ୍ୟବାଦ ଜଣାଉଛି। ସେହିଭଳି ଉକ୍ତ ସମ୍ମାନ ଆଗକୁ ଆହୁରି ଅଧିକ କାର୍ଯ୍ୟ କରିବା ପାଇଁ ଉତ୍ସାହିତ କରିବ। ଅପରପକ୍ଷରେ ଜେଏସ୍‌ପି ଫାଉଣ୍ଡେସନ କ୍ରମାଗତ ଭାବେ ସାରା ଦେଶରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ପ୍ରୟାସ ଜାରି ରଖିଛି। ଏପରିକି ସାମାଜିକ ମଙ୍ଗଳ କ୍ଷେତ୍ରରେ ଦେଶର ଅନ୍ୟ କର୍ପୋରେଟ୍‌ ସଂସ୍ଥାଗୁଡ଼ିକ ପାଇଁ ଏକ ଉଚ୍ଚ ମାନଦଣ୍ଡ ସ୍ଥିର ହୋଇପାରିଛି। ସେହିପରି ସାମାଜିକ କାର୍ଯ୍ୟ ବ୍ୟତୀତ ଶାଲୁ ଜିନ୍ଦଲ ପ୍ରସିଦ୍ଧ କୁଚିପୁଡି ନୃତ୍ୟାଙ୍ଗନା ଭାବେ ବେଶ୍‌ ଜଣାଶୁଣା। ବିଶେଷ କରି ବିଶ୍ୱସ୍ତରରେ ଭାରତୀୟ କଳା ଓ ସଂସ୍କୃତିର ପ୍ରଚାର ଓ ପ୍ରସାର ନିମନ୍ତେ ସେ ଦୀର୍ଘ ବର୍ଷ ହେବ କାର୍ଯ୍ୟ କରି ଆସୁଛନ୍ତି। ଏପରି କି ଶାଲୁ ଜାତୀୟ ବାଲ ଭବନର ଚେୟାରପର୍ସନ୍‌ ତଥା ୟଙ୍ଗ ଫିକିର ପ୍ରତିଷ୍ଠାତା ସଭାପତି ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଶାଲୁ ଜିନ୍ଦଲ ଓପି ଜିନ୍ଦଲ ବିଶ୍ୱବିଦ୍ୟାଳୟ ଛତିଶଗଡର କୁଳପତି ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି। ଶାଲୁ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ଓ ସମ୍ମାନରେ ସମ୍ମାନିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାର୍ଚ୍ଚ ୧୬ରେ ରାଜ୍ୟ ସଭା ୩୭ ଆସନରେ ନିର୍ବାଚନ, ଓଡ଼ିଶାରୁ ୪

ଭୁବନେଶ୍ବର,୧୯।୨(ରବିନାରାୟଣ ଜେନା): ରାଜ୍ୟ ସଭାରେ ଖାଲି ହେବାକୁ ଥିବା ୧୦ ରାଜ୍ୟର ମୋଟ ୩୭ ଆସନ ପାଇଁ ଆସନ୍ତା ମାର୍ଚ୍ଚ ୧୬ରେ ନିର୍ବାଚନ ହେବ। ଏଥିରେ ଓଡ଼ିଶାର…

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri