Posted inଫୁରସତ

କାଳ ନ ହେଉ ହୋଲି ଖେଳ

ରଙ୍ଗର ପର୍ବ ହୋଲି ସମସ୍ତଙ୍କର ପ୍ରିୟ। କିନ୍ତୁ ଏହି ରଙ୍ଗ ଖେଳିବା ପରେ କାହାର ଆଖି ଜଳୁଛି ତ କାହାର ମୁହଁ ଜଳୁଛି, କାହାର କେଶ ଉପୁଡି ଯାଉଛି, କିଏ ଠିକ୍‌ ଭାବରେ ଶ୍ୱାସକ୍ରିୟା କରିପାରୁନାହିଁ, କାହାର ଶରୀରରୁ ଚମଡା ଉଠିଯାଉଛି ତ ପୁଣି କାହାର ରଙ୍ଗ ଖେଳିବା ପରେ ବାନ୍ତି ଲାଗୁଛି, ହୋଲି ପରେ କାହାର ଆଖିକୁ ଦେଖାଯାଉନାହିଁ, ଆଖି ଲାଲ ପଡିଛି … ଏମିତି ଅନେକ ସମସ୍ୟା ସୃଷ୍ଟି ହେଉଛି ରଙ୍ଗ ଖେଳିବା ଦ୍ୱରା। ଯାହାର ଏକମାତ୍ର କାରଣ ହେଉଛି ରାସାୟନିକ ରଙ୍ଗ। ଏହାର ପ୍ରଭାବ ଏତେ ବେଶି ଯେ, ଯଦି କୌଣସି ଅନ୍ତଃସତ୍ତ୍ୱା ମହିଳା ରାସାୟନିକ ରଙ୍ଗରେ ହୋଲି ଖେଳୁଛନ୍ତି, ତା’ହେଲେ ପରବର୍ତ୍ତୀ ସମୟରେ ତାଙ୍କ ଜନ୍ମିତ ଶିଶୁଠାରେ ଏହାର କୁପ୍ରଭାବ ପରିଲକ୍ଷିତ ହେଉଛି। ତେବେ ଜାଣନ୍ତୁ ଏହି ରାସାୟିନକ ରଙ୍ଗର ପ୍ରସ୍ତୁତି ସମ୍ପର୍କରେ…
ବିଷରେ ତିଆରି ରଙ୍ଗ :
* କଳାରଙ୍ଗ: ଉଭୟ ତରଳ ଓ ଗୁଣ୍ଡ କଳାରଙ୍ଗ ମିଳିଥାଏ । କଳାରଙ୍ଗ ପ୍ରସ୍ତୁତ କରିବା ନିମନ୍ତେ ସାଧାରଣତଃ ଲେଡ୍‌ ଅକ୍ସାଇଡ୍‌ ନାମକ ରାସାୟନିକ ପଦାର୍ଥ ବ୍ୟବହୃତ ହୁଏ । ଏହା ଏକ ବିଷାକ୍ତ ରାସାୟନିକ ପଦାର୍ଥ । ଏହି ରାସାୟନିକ ଆମ ଶରୀରରେ ମୂତ୍ରାଶୟଜନିତ ସମସ୍ୟା ସୃଷ୍ଟି କରିବାରେ ସହାୟତା କରିଥାଏ । କେବଳ ସେତିକି ନୁହେଁ, ଲୋକମାନେ ଗାଡ଼ିମୋଟର ଇଞ୍ଜିନରୁ ବାହାରୁଥିବା ପୋଡ଼ା ତେଲ, ବ୍ୟବହୃତ ପୋଡ଼ା ଗ୍ରିଜ୍‌ ଓ ହାଣ୍ଡିକଳାକୁ ମଧ୍ୟ କଳାରଙ୍ଗ ହିସାବରେ ବ୍ୟବହାର କରନ୍ତି । ଏହା ଆମ ଶରୀରର ଚର୍ମ ପ୍ରତି ନିଃସନ୍ଦେହ କ୍ଷତିକାରକ ।
* ନୀଳରଙ୍ଗ: ତରଳ ନୀଳରଙ୍ଗ ପ୍ରସ୍ତୁତ କରିବା ପାଇଁ ସାଧାରଣତଃ ପ୍ରୁସିଆନ୍‌ ବ୍ଲିଉ ବ୍ୟବହାର ହୁଏ, ଯେଉଁଥିରେ ଫେରସ୍‌ ଫେରୋସିଆନାଇଡ୍‌ ଲବଣର ଅକ୍‌ସାଇଡ୍‌ ଥାଏ । ଏହି ରାସାୟନିକ ପଦାର୍ଥ ଆମ ଶରୀରରେ ଚର୍ମରୋଗ ସୃଷ୍ଟି କରିବାରେ ସହାୟତା କରିଥାଏ । ସେହିପରି ଶୁଖିଲା ନୀଳରଙ୍ଗର ଗୁଣ୍ଡ ପାଇଁ ଜିଙ୍କ ଲବଣ ଓ କୋବାଲ୍ଟ ନାଇଟ୍ରେଟ୍‌ ଭଳି ରାସାୟନିକ ଦ୍ରବ୍ୟ ଆବଶ୍ୟକ ହୁଏ । ଏହା ମଧ୍ୟ ଆମ ଚର୍ମରେ ରୋଗ ସୃଷ୍ଟି କରେ ।
* ସବୁଜ ରଙ୍ଗ: ତରଳ ସବୁଜ ରଙ୍ଗ ପ୍ରସ୍ତୁତ କରିବା ନିମନ୍ତେ ସାଧାରଣତଃ କପର୍‌ ସଲଫେଟ୍‌ ନାମକ ବିଷାକ୍ତ ରାସାୟନିକ ପଦାର୍ଥ ବ୍ୟବହୃତ ହୁଏ । ଏହି ରାସାୟନିକ ଆମର ନିଃଶ୍ୱାସ ପ୍ରଶ୍ୱାସ କ୍ରିୟାରେ ବାଧା ସୃଷ୍ଟି କରିଥାଏ । ଏହି ବିଷାକ୍ତ ପଦାର୍ଥ ଆଖିରେ ପଡ଼ିଲେ ଆଖି ପୋଡ଼େ ଓ ବହୁ ସମୟ ପାଇଁ ଦେଖାଯାଏ ନାହିଁ । ଏପରିକି ସବୁଦିନ ପାଇଁ ଦୃଷ୍ଟିଶକ୍ତି ହରାଇବାର ମଧ୍ୟ ସମ୍ଭାବନା ଥାଏ । ସେହିପରି ଶୁଖିଲା ସବୁଜ ରଙ୍ଗ ପାଇଁ ନିକେଲ୍‌ ସଲଫେଟ୍‌ ଓ ମେଟାନିଲ୍‌ ଗ୍ରୀନ୍‌ ଦରକାର । ଏହି ରାସାୟନିକ ପଦାର୍ଥଗୁଡ଼ିକ ଆମ କୋମଳ ଶରୀରର ଚର୍ମ ପ୍ରତି କ୍ଷତିକାରକ ।
* ରୁପେଲି ରଙ୍ଗ: ରୁପେଲି ରଙ୍ଗ ତିଆରିରେ ଆଲୁମିନିୟମ୍‌ ବ୍ରୋମାଇଡ୍‌ ନାମକ ରାସାୟନିକ ଦ୍ରବ୍ୟ ବ୍ୟବହୃତ ହୋଇଥାଏ । ଏହା ଆମର ଚର୍ମ ସଂସ୍ପର୍ଶରେ ଆସିଲେ ଜଳାପୋଡା ଓ ଚର୍ମରୋଗ ସୃଷ୍ଟି କରେ । ଜିଙ୍କ୍‌ ଅକ୍ସାଇଡ୍‌ ନାମକ ଏକ ରାସାୟନିକ ରହିଛି, ଯାହା ଦେଖିବାକୁ ଧଳା ପାଉଡର ପରି । ଏହା ପାଣିରେ ମିଶେ ନାହିଁ । ଏହାକୁ ମଧ୍ୟ ରଙ୍ଗ ପରି ବ୍ୟବହାର କରାଯାଏ । ଆଜିକାଲି ରୁପେଲି ରଙ୍ଗର ମାରାତ୍ମକ ରାସାୟନିକ ବାର୍ନିସ୍‌କୁ ମଧ୍ୟ ଲୋକମାନେ ହୋଲି ଖେଳରେ ବ୍ୟହାର କରୁଛନ୍ତି । ଏହି ରାସାୟନିକ ପଦାର୍ଥ ଆମ ଚର୍ମରେ ଲାଗିଲେ ଜ୍ୱଳନ ହୁଏ ଓ ପରବର୍ତ୍ତୀ ସମୟରେ ଚର୍ମରୋଗ ସୃଷ୍ଟି କରେ ।
* ଲାଲ୍‌ ରଙ୍ଗ: ହୋଲି ଖେଳରେ ଲାଲ୍‌ ରଙ୍ଗର ଢେର୍‌ ଆଦର । କିନ୍ତୁ ଆଜିର ଲାଲ୍‌ ରଙ୍ଗ ତା’ଠାରୁ ଅଧିକ ଭୟଙ୍କର । ତରଳ ଲାଲ୍‌ ରଙ୍ଗ ତିଆରି କରିବା ପାଇଁ ସାଧାରଣତଃ ପାରଦ ସଲ୍‌ଫାଇଡ୍‌ ବ୍ୟବହାର କରାଯାଏ । ଏହା ଆହୁରି ଏକ ବିଷାକ୍ତ ରାସାୟନିକ ପଦାର୍ଥ । ଆମ ଶରୀରର ଚମଡ଼ା ଏହି ରାସାୟନିକ ସଂସ୍ପର୍ଶରେ ଅଧିକ ସମୟ ଆସିଲେ ତାହା ଚର୍ମ କର୍କଟ ସୃଷ୍ଟି କରିଥାଏ । ଲାଲ୍‌ ଅବିର ତିଆରି କରିବା ପାଇଁ ଲେଡ୍‌ କ୍ରୋମେଟ୍‌ ଓ ମର୍କ୍ୟୁରି ଆଇଓଡାଇଡ୍‌ ନାମକ ପଦାର୍ଥ ବ୍ୟବହାର କରାଯାଉଛି । ଏହା ଆମର ଚକ୍ଷୁ ସଂସ୍ପର୍ଶରେ ଆସିଲେ ଚକ୍ଷୁରେ କ୍ଷତ ସୃଷ୍ଟି କରିଥାଏ ।
* ହଳଦିଆ ରଙ୍ଗ: ହଳଦିଆ ଅବିର ବା ଶୁଖିଲା ଗୁଣ୍ଡ ପ୍ରସ୍ତୁତି ପାଇଁ ଅରାମିନ୍‌, ମେଟାନିଲ୍‌ ୟେଲୋ ଓ ସନ୍‌ସେଟ୍‌ ୟେଲୋ ଭଳି ରାସାୟନିକ ପଦାର୍ଥମାନ ବ୍ୟବହାର କରାଯାଇଥାଏ । ଏଗୁଡ଼ିକ ଆମର ଚମଡ଼ାରେ ବାଜିଲେ ଚର୍ମର ଉପରିଭାଗ କ୍ଷତିଗ୍ରସ୍ତ ହୁଏ । ସେହି ସ୍ଥାନରେ ସୂର୍ଯ୍ୟକିରଣ ପଡ଼ିଲେ ଜ୍ୱଳନ ସୃଷ୍ଟି ହୁଏ । ଜିଙ୍କ କ୍ରୋମେଟ୍‌ ଓ ଜିଙ୍କ ସଲଫାଇଡ୍‌ ଭଳି ରାସାୟନିକ ବିଷାକ୍ତ ପଦାର୍ଥକୁ ମଧ୍ୟ ହଳଦିଆ ରଙ୍ଗ ଭାବରେ ବ୍ୟବହାର କରାଯାଉଛି ।
ଉପରେ ମାତ୍ର ଛଅଟି ରାସାୟନିକ ହୋଲିରଙ୍ଗ ବିଷୟରେ ସଂକ୍ଷିପ୍ତ ସୂନା ଦିଆଯାଇଛି । କିନ୍ତୁ ବଜାରରେ ପାଟଳରଙ୍ଗ, କମଳାରଙ୍ଗ, ନୀଳଲୋହିତ ରଙ୍ଗ ଭଳି ଆହୁରି ଅନେକ ନୂଆ ନୂଆ ଉଜ୍ଜ୍ୱଳ ତଥା ଆକର୍ଷଣୀୟ ରଙ୍ଗମାନ ମିଳିଥାଏ । ସେସବୁ ରୋଡାମିନ୍‌, କ୍ରୋମିୟମ୍‌ ଆଇଓଡାଇଡ୍‌ ଇତ୍ୟାଦି ବିଷାକ୍ତ ରାସାୟନିକ ପଦାର୍ଥରେ ତିଆରି ହୋଇଥାଏ । ପୁଣି ସେଗୁଡ଼ିକୁ ବ୍ୟବହାର ଉପଯୋଗୀ ତଥା ଅଧିକ ଆକର୍ଷଣୀୟ କରିବା ପାଇଁ ଧାତବଗୁଣ୍ଡ, ଜିଙ୍କଗୁଣ୍ଡ, କାଗୁଣ୍ଡ, ସରୁବାଲି, ଇଞ୍ଜିନରୁ ବାହାରିଥିବା ପୋଡ଼ାତେଲ ଓ ବିଭିନ୍ନ ବିଷାକ୍ତ ତେଲ ଇତ୍ୟାଦି ମିଶାଯାଇଥାଏ । ହୋଲି ଖେଲିବା ସମୟରେ ସେହି ରାସାୟନିକ ପଦାର୍ଥଗୁଡ଼ିକ ଆମର ଚର୍ମ, ମୁଣ୍ଡବାଳ ଓ ଚକ୍ଷୁ ସଂସ୍ପର୍ଶରେ ଆସିଥାଏ । ଏହା ଫଳରେ ମୁଣ୍ଡରୁ କେଶ ଝଡ଼େ, ଚକ୍ଷୁରୋଗ ଓ ଚର୍ମରୋଗ ସୃଷ୍ଟି ହୁଏ । କେବଳ ସେତିକି ନୁହେଁ, ସେହି ରାସାୟନିକ ପଦାର୍ଥଗୁଡ଼ିକ ମଧ୍ୟ ଆମର ପାଟି ପଟେ ଶରୀର ଭିତରକୁ ଯାଇଥାଏ ।
ଫଳରେ ଆମର ଯକୃତ, ବୃକ୍‌କ, ମୂତ୍ରାଶୟ ଓ ପାକସ୍ଥଳୀ ଭଳି ଗୁରୁତ୍ୱପୂର୍ଣ୍ଣ ଅଙ୍ଗସବୁ ଆକ୍ରାନ୍ତ ହୁଏ । ଖେଳ ସମୟରେ ଆମ କାନରେ ପଶିଥିବା ରାସାୟନିକ ଅବିର ବା ରଙ୍ଗ ହିଁ ପରବର୍ତ୍ତୀ ସମୟରେ କାନ ଭିତରେ ଘା’ ହେବା, ଭଲ ନ ଶୁଭିବା ଓ ସବୁବେଳେ କାନ କୁଣ୍ଡେଇହେବା ପରି ବିଭିନ୍ନ ସମସ୍ୟା ସୃଷ୍ଟି କରେ । ଏଥିରୁ ସହଜରେ ବୁଝିହେଉଛି, ଆଜିକାଲିର ଆକର୍ଷଣୀୟ ରାସାୟନିକ ରଙ୍ଗଗୁଡ଼ିକ ମାତ୍ର ୬-୮ ଘଣ୍ଟାର ଆନନ୍ଦ ଦିଏ ସତ, କିନ୍ତୁ ପରେ ସବୁଦିନ ପାଇଁ ଆମ ଶରୀରରେ ରୋଗ ଆଉ ମନରେ ଦୁଃଖ ଛାଡ଼ିଯାଏ ।
                                     -ପ୍ରାଧ୍ୟାପକ, ପଦାର୍ଥ ବିଜ୍ଞାନ ବିଭାଗ,
                                        ଭଦ୍ରକ ସ୍ବୟଂଶାସିତ ମହା ବିଦ୍ୟାଳୟ
-ମୋ: ୯୪୩୯୫୦୧୬୫୧

Enter your email to get our daily news in your inbox.

All Right Reserved By Dharitri.Com

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

ଧ୍ୱଂସ ହୋଇଯିବ ବିଶ୍ୱ! ଇସ୍ରାଏଲରେ ଏକ ଲାଲ ବାଛୁରୀ ଜନ୍ମ ହେବା ପରେ ଆତଙ୍କ ସୃଷ୍ଟି, ଭବିଷ୍ୟବାଣୀ କରିଥିଲେ…

ଇତିହାସରେ, ବିଶ୍ୱର ଶେଷ ବିଷୟରେ ଅନେକ ଭବିଷ୍ୟବାଣୀ କରାଯାଇଛି, ଯାହା ମଧ୍ୟରୁ ଅଧିକାଂଶ ସମ୍ପୂର୍ଣ୍ଣ ଭିତ୍ତିହୀନ। ଏହାର ଏକ ଉଲ୍ଲେଖନୀୟ ଉଦାହରଣ ୨୦୧୨ରେ ଥିଲା, ଯେତେବେଳେ ଦାବି…

ବୈଜ୍ଞାନିକଙ୍କ ବଡ଼ ଚେତାବନୀ, ଏହି ସ୍ଥାନରେ ଆକାଶରୁ ହେବ ରକ୍ତ ବର୍ଷା, ପରେ ବିଶ୍ୱରେ ଘଟିବ…

ବୈଜ୍ଞାନିକମାନେ ଏକ ବଡ଼ ଚେତାବନୀ ଦେଇଛନ୍ତି। ସେମାନେ କହିଛନ୍ତି, ଆଗାମୀ ଦିନରେ ପରିସ୍ଥିତି ଗମ୍ଭୀର ହେବାକୁ ଯାଉଛି। କୋପର୍ନିକସ ଆଟମୋସ୍ଫିଅର୍‌ ମନିଟରିଂ ସର୍ଭିସ (CAMS)ର ବିଶେଷଜ୍ଞଙ୍କ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri