ମଣିଷ ଚିହ୍ନିବାରେ ଭୁଲ କରିଦେଇଥିବାରୁ କରୁଛନ୍ତି କି ପଶ୍ଚାତାପ? ଜାଣି ରଖନ୍ତୁ ଚାଣକ୍ୟ କହିଥିବା ଏହି ୪ କଥା

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବ୍ୟକ୍ତିର ସ୍ବଭାବ ବିଷୟରେ ଅନେକ କିଛି ଉଲ୍ଲେଖ କରିଛନ୍ତି। ଏହାକୁ ଆପଣାଇବା କଷ୍ଟକର ହୋଇଥିଲେ ହେଁ ଯିଏ ତାହା କରିପାରନ୍ତି ତାଙ୍କର ଜୀବନ ସୁଖମୟ ହୋଇଥାଏ। ସେଥିରୁ ଗୋଟିଏ ହେଲା ମଣିଷ ଚିହ୍ନିବା।

ଆଜିର ବ୍ୟସ୍ତବହୁଳ ସମୟରେ ମଣିଷ ଚିହ୍ନିବାରେ ଭୁଲ ହୋଇଯାଇଥାଏ। ଏପରି ନ ହେବା ଲାଗି ଚାଣକ୍ୟ ନୀତିର ପଞ୍ଚମ ଅଧ୍ୟାୟର ଦ୍ୱିତୀୟ ଶ୍ଳୋକରେ କହିଛନ୍ତି:

ଘୋରିବା, କାଟିବା , ନିଆଁରେ ତତାଇବା ଏବଂ ପିଟିବା। ଏହି ଚାରି ଜିନିଷ ବ୍ୟବହାର କରି ସୁନାର ଶୁଦ୍ଧତା ପରୀକ୍ଷା କରାଯାଇଥାଏ। ଠିକ ସେଭଳି ବ୍ୟକ୍ତିର ପରିଚୟ ତାର ଆଚରଣ, ଗୁଣ, ତ୍ୟାଗ ଏବଂ କର୍ମ ଭାବନା ଆଦିକୁ ନେଇ ହୋଇଥାଏ।

-ଚାଣକ୍ୟ କୁହନ୍ତି ଭଲ ଏବଂ ସଚ୍ଚୋଟ ବ୍ୟକ୍ତିମାନଙ୍କ ମନରେ ତ୍ୟାଗର ଭାବନା ଥାଏ। ଯିଏ ଅନ୍ୟର ସୁଖ ପାଇଁ କିଛି କରିପାରେନାହିଁ, ସେ ଭଲ ମଣିଷ ନୁହେଁ। ଅନ୍ୟର ଖୁସି ପାଇଁ ନିଜର ଖୁସିକୁ ତ୍ୟାଗ କରୁଥିବା ବ୍ୟକ୍ତିକୁ ଭଲ ମଣିଷ ଭାବେ ଗଣାଯାଏ।

-ଚାଣକ୍ୟ କୁହନ୍ତି ବ୍ୟକ୍ତିକୁ ପରଖିବାର ପ୍ରମୁଖ ଗୁଣ ହେଉଛି ଚରିତ୍ର। ଯେଉଁମାନେ କୁକର୍ମ କରନ୍ତି ନାହିଁ ଏବଂ ଅନ୍ୟମାନଙ୍କ ପାଇଁ ନିଜ ମନରେ ଭୁଲ ଭାବନା ରଖନ୍ତି ନାହିଁ ସେମାନେ ହିଁ ଶ୍ରେଷ୍ଠ।

-ଚାଣକ୍ୟ କୁହନ୍ତି, ଯଦି କୌଣସି ବ୍ୟକ୍ତିର ସ୍ବଭାବ କିଭଳି ଜାଣିବାକୁ ଚାହାନ୍ତି ତେବେ ତା ମଧ୍ୟରେ କି-କି ଗୁଣ ରହିଛି ତାହା ଦେଖିବା ଉଚିତ। ଯଦି ବ୍ୟକ୍ତି ବେଶି ରାଗୁଥାଏ, କଥା କଥାରେ ମିଛ କହୁଥାଏ, ଅହଙ୍କାର ଭର୍ତ୍ତି ଥାଏ ଏବଂ ଅନ୍ୟର ଅପମାନ କରେ, ତେବେ ଏଭଳି ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ।

-ଚାଣକ୍ୟ କୁହନ୍ତି, ବ୍ୟକ୍ତି କେଉଁ ପରିବାରରେ ଜନ୍ମ ନେଇଛି, ବ୍ୟକ୍ତିର କର୍ମ କିଭଳି ତାହା ଜାଣିବା ଉଚିତ। କାରଣ ଏହି ଜିନିଷ ଆଧାରରେ ଜଣେ ବ୍ୟକ୍ତିଙ୍କୁ ପରଖା ଯାଇ ପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରମାବାସୀଙ୍କ ବିରୋଧ

ବୁଗୁଡ଼ା,୨୦ା୧(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ୍‌ ଅନ୍ତରପଡ଼ା ପଞ୍ଚାୟତ ଅଧୀନ କନ୍ଧଚନ୍ଦନପେଡ଼ି ଗ୍ରାମରେ ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri