ଜେସିବି ତଳେ ଚାପିହୋଇ ଚାଲିଗଲା ଜୀବନ

ତିହିଡି,୨୮।୧(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ତାଳପଦା ଗ୍ରାମରେ ରବିବାର ଜେସିବି ତଳେ ଚାପିହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁବୋଧ ଜେନା(୩୨)।

ମିଳିଥିବା ସୂଚନା ମୁତାବକ, ସୁବୋଧ ଜେସିବି ଉପରେ ବସିଥିବା ବେଳେ ହଠାତ୍‌ ଓଲଟି ପଡ଼ିଥିଲା। ଫଳରେ ସେ ଜେସିବି ତଳେ ଚାପିହୋଇ ଯାଇଥିଲେ। ଖବରପାଇ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ତିହିଡ଼ି ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତିହିଡ଼ି ପୋଲିସ ଏନେଇ ଏକ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି।

ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ, ରଘୁନାଥ ପାତ୍ର, ଦୁର୍ଗାଚରଣ ନାୟକ, ସରପଞ୍ଚ ଶୁଭ୍ରନାରାୟଣ ସେଠୀ, ସମିତିସଭ୍ୟ ଚିନ୍ତାମଣି ଦାସ, ରାକେଶ ମହାପାତ୍ର ପ୍ରମୁଖ ଡାକ୍ତରଖାନାରେ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ।