ଚା’ ପିଇଲା ବେଳେ ଚାଲିଗଲା ଜୀବନ

ନିରାକାରପୁର,୮।୯(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ନୂଆଗଡ଼ ପଚାୟତ ହରିପୁର ଗ୍ରାମରେ ଗୁରୁବାର ବଜ୍ରାଘାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଉକ୍ତ ମହିଳା ଜଣଙ୍କ ହେଲେ ସରଜୁ ମାଝି(୬୫)। ଘରେ ବସି ଚା’ ପିଉଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ। ପରିବାର ଲୋକ ତାଙ୍କୁ ତୁରନ୍ତ ଟାଙ୍ଗୀ ସରକାରୀ ମେଡିକାଲକୁ ନେଇଥିଲେ ମଧ୍ୟ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।