Odisha Elections 2024

ଦୋଛକିରେ ବାଣ ନିର୍ମାଣକାରୀଙ୍କ ଜୀବିକା

କେନ୍ଦ୍ରାପଡ଼ା, ୭ା୧୦(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ସଦର ଥାନା ଅନ୍ତର୍ଗତ ଭରତପୁର ପଞ୍ଚାୟତସ୍ଥ ଖଣ୍ଡିଆବନ୍ଧ ଗ୍ରାମରେ ଗୁରୁବାର ବାଣ ବିସ୍ଫୋରଣ ହୋଇଥିଲା। ଏଥିରେ ଏହି ଗ୍ରାମର ଡା. ସୁଜିତ କୁମାର ସାମଲ ଗୁରୁତର ହୋଇ କଟକ ବଡ଼ ମେଡିକାଲରେ ଏବେବି ଚିକିତ୍ସିତ ହେଉଛନ୍ତି। ରାସ୍ତା ପାର୍ଶ୍ୱରେ ଶୁଖା ଯାଇଥିବା ବାଣ ଉପରେ ତାଙ୍କ କାର ଚଢ଼ିଯିବାରୁ ଏହି ବିସ୍ଫୋରଣ ହୋଇଥିଲା। ସେହିପରି ୨୦୨୨ ନଭେମ୍ବର ୨୩ରେ ବାଣୁଆର ଅସାବଧାନତାରୁ ଏହି ଥାନା ଅନ୍ତର୍ଗତ ବାଲିଆ ବଜାରର କାର୍ତ୍ତିକେଶ୍ୱର ଭସାଣିରେ ବଡ଼ଧରଣର ବାଣ ବିସ୍ଫୋରଣ ହୋଇଥିଲା। ଏହି ଘଟଣାରେ ମୃତାହତଙ୍କ ସଂଖ୍ୟା ୪୦ରୁ ଅଧିକ ଥିଲା। ଏହି ୨ ଘଟଣା ଏବେ ବାଣ ନିର୍ମାଣକାରୀଙ୍କ ଜୀବିକାକୁ ଦୋଛକିରେ ପହଞ୍ଚାଇ ଦେଇଛି। ପାର୍ବଣ ଋତୁ ଓ ବିବାହ ବ୍ରତରେ ବାଣ ଉପଯୋଗ ପ୍ରତି ଅଧିକ କଟକଣା ହେବା ଆଶଙ୍କା କରାଯାଉଛି। ଅପରପକ୍ଷରେ ବେଆଇନ ଭାବେ ବାଣ ନିର୍ମାଣ ହେଉଥିବା ସ୍ଥାନରେ ପରିବାରର ଶିଶୁ ସଦସ୍ୟ ସାମିଲ ନେଇ ଅଭିଯୋଗ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି। ଜିଲା ପୋଲିସ ଏ ସମ୍ପର୍କରେ ସଚେତନତା ସୃଷ୍ଟି ସହ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ମତ ମିଳିଛି।
ଏ ସମ୍ପର୍କରେ ବୁଦ୍ଧିଜୀବୀ ନିହାର କୁମାର ପ୍ରଧାନ କହିଛନ୍ତି, ସାମାନ୍ୟ ଅସାବଧନତା ଯୋଗୁ ବାଣ ବିସ୍ଫୋରଣରେ ଜୀବନ ଯିବା ଘଟଣା ଗତବର୍ଷ ବାଲିଆଠାରେ ଦେଖିବାକୁ ମିଳିଥିଲା। ସେହିପରି ଗୁରୁବାର ଖଣ୍ଡିଆବନ୍ଧ ଗ୍ରାମର ବାଣ ନିର୍ମାଣକାରୀ ରମାକାନ୍ତ ମଲ୍ଲିକଙ୍କ ଅସାବଧାନତା ପାଇଁ କାର ସମେତ କେତେକ ଘର ନଷ୍ଟ ହୋଇଛି। ଏଥିସହ ଡା. ସାମଲ ଗୁରୁତର ହୋଇଛନ୍ତି। ଏହି ୨ ଘଟଣାକୁ ତର୍ଜମା କଲେ ବାଣ ପ୍ରତି ଅସବଧାନତା ଘଟଣା ପଦାକୁ ଆସିଛି। ବାଲିଆଠାରେ ବାଣ ଥିବା ସ୍ଥାନରେ ଚକ୍ରିବାଣ ଚଳାଇବା ସମୟରେ ନିଆଁ ଝୁଲ ପଡ଼ି ବିସ୍ଫୋରଣ ହୋଇଥିଲା। ସେହିପରି ଖଣ୍ଡିଆବନ୍ଧ ଗ୍ରାମରେ ରାସ୍ତା ପାର୍ଶ୍ୱରେ ବାଣ ଶୁଖା ଯାଉଥିଲା। ପ୍ରଥମ କଥା ଯେ, ଏହି ବାଣ ନିର୍ମାଣ ପାଇଁ ଜିଲାରେ କାହାକୁ ଅନୁମତି ନ ଥିବା ତଦନ୍ତ ସମୟରେ ଜଣାପଡ଼ିଛି। ତେବେ ନିର୍ମାଣ ସମୟରେ ପରିବାରର ଶିଶୁ ସଦସ୍ୟଙ୍କୁ ସାମିଲ କରାଯାଉଥିବା ନେଇ ସେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସାମାଜିକ କର୍ମୀ ଅମରବର ବିଶ୍ୱାଳ କହିଛନ୍ତ, ଜିଲାରେ ପୁଟିଗାଁ, କେରୁଆଁ, ଗରାପୁର, ଖଣ୍ଡିଆବନ୍ଧ, କପାଳେଶ୍ୱର, ସୁଜାନଗର ପରି ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ସ୍ଥାନରେ ବାଣ ନିର୍ମାଣ କାର୍ଯ୍ୟ ଅବାଧରେ ଚାଲିଛି। ବାଣ ପ୍ରସ୍ତୁତ ସ୍ଥାନରେ ଅଗ୍ନି ନିରୋଧକ ବ୍ୟବସ୍ଥା ନାହିଁ। ସେହିପରି ପିଲାମାନେ ଏହି କାର୍ଯ୍ୟରେ ନିଯୁକ୍ତ ହେଉଥିବାରୁ ଅଗ୍ନି ନିରାପତ୍ତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏବେ ପାର୍ବଣ ଋତୁ ଚାଲିଛି। ଭସାଣି, ବିବାହ, ବ୍ରତ ଆଦି ସହିତ ଆଗାମୀ ଦିପାବଳୀ ପାଇଁ ବାଣ ପ୍ରସ୍ତୁତ ହେଉଛି। ଏହି ସମୟରେ ଜିଲା ପୋଲିସ ପକ୍ଷରୁ ସଚେତନତା ସୃଷ୍ଟି କରାଯିବା କଥା। ଯାହା ସମ୍ଭାବ୍ୟ ବିପଦକୁ ଏଡ଼ାଇ ଦିଆଯାଇପାରିବ। ତେବେ ଏ ନେଇ କିଛି ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ। ଜଣେ ବାଣ ନିର୍ମାଣକାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ଏହା ପୁରୁଷାନୁକ୍ରମେ ବୃତ୍ତି ଭାବେ ଚଳି ଆସିଛ। ଜୀବିକା ପାଇଁ ଜୀବନକୁ ବାଜି ଲଗାଇ ଦିଆଯାଇଛି। ପରିବାରର ଶିଶୁ ସଦସ୍ୟ ସାମିଲକୁ ନେଇ ସେ କହିଛନ୍ତି ଯେ, ତାଳ ଫୋଟକା, ଧପଧପି, ରଙ୍ଗିନ ଝରଝରି ଆଦି ନିର୍ମାଣ କ୍ଷେତ୍ରରେ ପିଲାମାନେ ସାହାଯ୍ୟ କରିଥାନ୍ତି। ସବୁଥିରେ ସାବଧାନତା ହିଁ ମୁଖ୍ୟ ଲକ୍ଷ୍ୟ ରହିଥାଏ। ୨ଟି ବାଣ ବିସ୍ଫୋରଣ ଘଟଣାରେ ଅସାବଧାନତାକୁ ସେ କାରଣ ବୋଲି କହିଛନ୍ତି। ଏ ସମ୍ପର୍କରେ ଏସ୍‌ଡିପିଓ ଦେବେନ୍ଦ୍ର ମଲ୍ଲିକଙ୍କୁ ପଚାରିବାରେ କାହାରିକୁ ବେଆଇନ ଭାବେ ବାଣ ନିର୍ମାଣ ପାଇଁ ଅନୁମତି ଦିଆଯାଇନାହିଁ। ବାଣ ନିର୍ମାଣ ହେଉଥିବା ଅଥବା ବାଣ ନିର୍ମାଣ କାର୍ଯ୍ୟରେ ଶିଶୁ ସଦସ୍ୟ ସାମିଲ ହେଉଥିବା ସୂଚନା ମିଳିଲେ ନିଶ୍ଚିତ ଭାବେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ଶୁର ବଳାତ୍କାର କରିବା ପରେ ଚରମ ନିଷ୍ପତ୍ତି ନେଲେ ମହିଳା

ଭବାନୀପାଟଣା,୨୨ା୫(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ଏକ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି। ଜଣେ ବିବାହିତା ମହିଳାଙ୍କୁ ନିଜ ସମ୍ପର୍କୀୟ ଦେଢ଼ଶୁର ବଳାତ୍କାର କରିଥିବା ନେଇ ଥାନାରେ...

ଜୁନାଗଡ଼ରେ ପ୍ରାଚୀନ ନଗର ସଭ୍ୟତାର ସନ୍ଧାନ

ଭବାନୀପାଟଣା,୨୨ା୫(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ଼ ସହରରେ ପ୍ରାଚୀନ ନଗର ସଭ୍ୟତା ଧ୍ୱଂସାବଶେଷର ସନ୍ଧାନ ମିଳିଛି। ଅନ୍ତର୍ଜାତୀୟ ପତ୍ରିକା ‘ହେରିଟେଜ୍‌’ରେ ଏ ସମ୍ପର୍କିତ ରିପୋର୍ଟ ପ୍ରକାଶ...

ମୁଖ୍ୟମନ୍ତ୍ରୀଙ୍କ ବ୍ଲାଙ୍କ୍‌ ଚେକ୍‌ କଟକର ବିକାଶ ପାଇଁ ବିନିଯୋଗ କରିବି

୨୦ ବର୍ଷରୁ ଅଧିକ ହେବ ରାଜନୀତି, କଟକର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଙ୍ଗଠନ ସହ ଜଡିତ ରହିଛନ୍ତି ପ୍ରକାଶ ବେହେରା। ପୂର୍ବରୁ ସେ ସାଲେପୁରର...

ଦୁର୍ଘଟଣାରେ ଇସ୍ରୋ ଛାତ୍ରଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ସୋର, ୨୨ା୫(ଜନ୍ମେଜୟ ମିଶ୍ର):ଇସ୍ରୋରେ ପାଠ ପଢୁଥିବା ସୋର ପୌରାଞ୍ଚଳ ୧ ନମ୍ବର ୱାର୍ଡ ବାରପଡା ଗ୍ରାମର ଶ୍ରବଣ କୁମାର ଦାସ(୨୧)ଙ୍କ ସୋମବାର କାର୍‌ ଦୁର୍ଘଟଣାରେ ମୃତ୍ୟୁ...

୨୪ ଘଣ୍ଟାରେ ପ୍ରଧାନମନ୍ତ୍ରୀ କ୍ଷମା ମାଗନ୍ତୁ

ପୁରୀ,୨୨ା୫(ଅଜିତ୍‌ କୁମାର ମହାନ୍ତି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୋମବାର ପୁରୀରେ ରୋଡ୍‌ ଶୋ’ ପରେ ଭାଜପାର ରାଷ୍ଟ୍ରୀୟ ମୁଖପାତ୍ର ତଥା ପୁରୀ ଲୋକ ସଭା ଆସନରେ...

ଖୋର୍ଦ୍ଧା ଜିଲାରେ ନିର୍ବାଚନ ପ୍ରସ୍ତୁତି: ଭୁବନେଶ୍ୱର ମଧ୍ୟରେ ବୁଥ୍‌ ପରିଚାଳନା କରିବେ ମହିଳା

ଖୋର୍ଦ୍ଧା(ପ୍ରଭାତ ପାଣିଗ୍ରାହୀ),୨୧।୫ : ରାଜ୍ୟରେ ୩ୟ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲାର ସମସ୍ତ ଆଠଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୫ ତାରିଖରେ ମତଦାନ ହେବ ।...

୨୩ରେ ଧାମନଗର ଆସିବେ ଜେପି ନଡ୍ଡା

ଧାମନଗର,୨୧।୫ (ସନ୍ତୋଷ କୁମାର ମହାପାତ୍ର): ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତା ୨୩ ତାରିଖରେ ଭଦ୍ରକ ଜିଲା ଧାମନଗର ଆସିବେ। ଏହି ବିଧାନସଭା ଆସନ...

ପୋଖରୀରେ ବୁଡ଼ି ଚାଲିଗଲା ୨ ସମ୍ପର୍କୀୟ ଭଉଣୀଙ୍କ ଜୀବନ

ବିଞ୍ଝାରପୁର,୨୧ା୫(ରାମକୃଷ୍ଣ ଦାସ): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅଧୀନ କପିଳା ପଞ୍ଚାୟତ ରଁାସ-ଗୁହାଳି ଗ୍ରାମରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଗାଁ ପୋଖରୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri