ଝାଟିମାଟି ଘରେ ବିତୁଛି ଜୀବନ

କେନ୍ଦୁଝର, ୨୯ା୭ (ସ୍ବ.ପ୍ର.)-ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ଗରିବ ପରିବାରଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ ଓ ବିଜୁ ପକ୍କା ଘର ଆଦି ଯୋଜନାରେ ବାସଗୃହ ଯୋଗାଇ ଦେବାପାଇଁ ସରକାରୀ ବ୍ୟବସ୍ଥା ଥିଲେ ହେଁ କେନ୍ଦୁଝର ଜିଲାରେ ଅନେକ ଗରିବ ପରିବାର ସରକାରଙ୍କ ଏହି ଯୋଜନାର ସୁଫଳ ପାଇପାରୁ ନାହାନ୍ତି। ଫଳରେ ଏବେ ମଧ୍ୟ ଝାଟିମାଟି ଘରେ ଆଦି ଦୟନୀୟ ଅସହାୟ ଅବସ୍ଥାରେ ପଡି ରହିଛନ୍ତି। ଘର ଖଣ୍ଡେ ନେଇ ବହୁବାର ଅଭିଯୋଗ କରିଆସୁଥିଲେ ହେଁ ନ ପାଇ ଆଶା ଭରସା ଛାଡିଦେଇ ଭାଗ୍ୟକୁ ଆଦରି ପଡିରହିଛନ୍ତି ା
ଏଭଳି ଏକ ଦୃଶ୍ୟ କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଜାମୁଜୋଡି ପଞ୍ଚାୟତର ଆଟପୁର ଗ୍ରାମରେ ଦେଖିବାକୁ ମିଳିଛି। ଏହି ଗ୍ରାମର ଶେଷ ମୁଣ୍ଡରେ ଝାଟିମାଟି ଘରେ ଅତି ଦୟନୀୟ ଅବସ୍ଥାରେ ରହୁଛନ୍ତି ନାଏକ ମୁଣ୍ଡାଙ୍କ ପରିବାର। ପରିବାର କହିଲେ ସ୍ତ୍ରୀ ଓ ୩ ସନ୍ତାନ। ସରକାରୀ ସହାୟତା କହିଲେ କେବଳ ରାଶନ କାର୍ଡ କିନ୍ତୁ ସେଥିରେ ଜଣକର ନାମ କାର୍ଡରୁ କଟିଯାଇଥିବାରୁ କମ ଚାଉଳ ପାଉଥିବା କହିଛନ୍ତି। ଘର ନ ଥିବାରୁ ଝାଟିମାଟି କୁଡ଼ିଆ ଘରେ ରହୁଛନ୍ତି। ମୂଲ କଲେ ଚୂଲି ଜଳେ ଦେହ ଅସୁସ୍ଥ ହେଲେ କାମ ବନ୍ଦ ହୋଇଗଲେ ପଡୋଶୀଙ୍କ ଠାରୁ ମାଗି ଚଳିଥାନ୍ତି ନଚେତ ଉପାସରେ ରହିଥାନ୍ତି ବୋଲି କୁହନ୍ତି। ଘର ନ ଥିବା କାରଣରୁ ଦୀର୍ଘ ୧୦ବର୍ଷରୁ ଊର୍ଦ୍ଧ୍ୱ ହେବ ଝାଟିମାଟି ଭଙ୍ଗାଦଦରା ଘରେ ଖରା ବର୍ଷା ଶୀତ ବହୁ କଷ୍ଟରେ ରହୁଛନ୍ତି ା ବର୍ଷାରେ ପାଣି ଗଳୁଛି ା ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ପାଇଁ ପଞ୍ଚାୟତଠାରୁ ବ୍ଲକ ଅଫିସ ପର୍ଯ୍ୟନ୍ତ ସବୁଠି ଗୁହାରି କରି ନୟାନ୍ତ ହୋଇ ସାରିଲେଣି କିନ୍ତୁ ଆମକଥା ଶୁଣୁ ନ ଥିବା କହିଛନ୍ତି ନାଏକ ମୁଣ୍ଡା। ମାଟିଝାଟି ଘର ହୋଇଥିବାରୁ ସାପ, ହାତୀ ଆଦି ସରୀସୃପ ତଥା ବନ୍ୟଜନ୍ତୁ ଭୟ ଲାଗି ରହୁଥିବାରୁ ରାତିରେ ପିଲାମାନଙ୍କୁ ଶୁଆଇ ସ୍ବାମୀସ୍ତ୍ରୀ ପାଳି କରି ଅନିଦ୍ରା ରହି ଜଗନ୍ତି ବୋଲି ତାଙ୍କ ସ୍ତ୍ରୀ ବାସନ୍ତୀ ମୁଣ୍ଡା କହିଛନ୍ତି। ଏସମ୍ପର୍କରେ ସରପଞ୍ଚ ଜଗତାନାନ୍ଦ ମୁଣ୍ଡାଙ୍କୁ ପଚାରିବାରୁ ଜମି ପଟ୍ଟା ନ ଥିବାରୁ ଘର ମିଳି ନ ଥିବା କହିଛନ୍ତି। ତେବେ ସରକାର ଭୂମିହୀନ ମାନଙ୍କୁ ଜମି ସହିତ ଘର ଦେବା ବ୍ୟବସ୍ଥା ରହିଥିବାରୁ ତୁରନ୍ତ ଜମି ପଟ୍ଟା ସହିତ ଘର ଯୋଗାଇ ଦିଆଯିବ ବୋଲି ସେମାନଙ୍କୁ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ବିଜେଡି ପାଇଁ ୫୧ କର୍ମକର୍ତ୍ତାଙ୍କ ନାଁ ଘୋଷଣା: ୧୪ ବରିଷ୍ଠ ନେତା ହେଲେ ଉପସଭାପତି

କେନ୍ଦୁଝର,୨୮ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବିଜୁ ଜନତା ଦଳର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷିତ ହୋଇଛି। ଜିଲା ସଭାପତି ଆଶିଷ ଚକ୍ରବର୍ତ୍ତୀଙ୍କ ଅନୁମୋଦନ କ୍ରମେ...

ଜିଲା ବିଜେଡି କାର୍ଯ୍ୟକାରିଣୀରେ ସ୍ଥାନ ପାଇଲେ ପାଟଣା ନିର୍ବାଚନମଣ୍ଡଳୀର ତୁଙ୍ଗ ନେତା

ପାଟଣା,୨୮ା୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜେଡିର ନୂତନ ଜିଲା କାର୍ଯ୍ୟକାରୀ କମିଟିକୁ ବିଜେଡି ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ପୁନର୍ଗଠନ କରିଛନ୍ତି। ଏହି...

ମାଙ୍ଗାନିଜ ବୋଝେଇ ୩ ଡମ୍ପରକୁ ମାଡ଼ି ବସିଲା ବନ ବିଭାଗ

ଯୋଡ଼ା,୨୭ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସେକ୍ସନର ବୈତରଣୀ କ ସଂରକ୍ଷିତ ଜଙ୍ଗଲ ନିକଟ ତିରିଂ ପାହାଡ଼ ନିକଟରୁ ବନ ବିଭାଗ ଚଢ଼ାଉ କରି ଚୋରାଚାଲାଣ...

ବିଜେଡ଼ି ପ୍ରତିଷ୍ଠା ଦିବସରେ ଆଗାମୀ ପଞ୍ଚାୟତ-ସାଧାରଣ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେଲେ ନେତା

ପାଟଣା,୨୬।୧୨,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜୁ ଜନତା ଦଳ (ବିଜେଡି)ର ପାଟଣା ନିର୍ବାଚନ ମଣ୍ଡଳୀ ସ୍ତରୀୟ ୨୯ତମ ପ୍ରତିଷ୍ଠା ଦିବସ ସାହାରପଡ଼ା ବ୍ଲକ ମୁଖ୍ୟାଳୟ...

ପରାଜୟ ଜାଣି ଆସିଲେନି ସରପଞ୍ଚ, କଣ୍ଟିପାଳ ସରପଞ୍ଚଙ୍କ ବିରୋଧରେ ଆଜି ପଡ଼ିଲା ଅନାସ୍ଥା ଭୋଟ

ଆନନ୍ଦପୁର,୧୯।୧୨ (ସୁଶାନ୍ତ କୁମାର ସାହୁ): ଗତ କିଛି ମାସ ଧରି ଅନାସ୍ଥା ପାଇଁ ଚର୍ଚ୍ଚାରେ ଥିବା ଆନନ୍ଦପୁର ବ୍ଲକ କଣ୍ଟିପାଳ ପଞ୍ଚାୟତରେ ଆଜି ଭୋଟିଂ ହୋଇଛି।...

ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରୀଛାତ୍ର, ଅଭିଭାବକ: ପ୍ରଧାନ ଶିକ୍ଷୟିତ୍ରୀଙ୍କୁ…

ପାଟଣା ,୧୯।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଚାଖୁଣ୍ଡାପାଳ ପଞ୍ଚାୟତ ସାନଗମ୍ଭାରିଆ ପ୍ରାଥମିକ ବିଦ୍ୟାଳୟରେ ଅଗଷ୍ଟ ମାସ ଠାରୁ ଛାତ୍ରୀଛାତ୍ରମାନଙ୍କୁ ମଧ୍ୟାହ୍ନ ଭୋଜନରେ...

କୋଳିମାଟି ନିକଟରେ ସିରିଜ ଦୁର୍ଘଟଣା: ତାରିଣୀ ଦର୍ଶନ ସାରି ଫେରୁଥିବା ବସ୍‌- କାର୍‌କୁ ପିଟିଲା ଟ୍ରକ, ୩୦ ଯାତ୍ରୀ…

ଆନନ୍ଦପୁର,୧୮।୧୨(ସୁଶାନ୍ତ କୁମାର ସାହୁ):ଜାତୀୟ ରାଜପଥ ୨୦ କୋଳିମାଟି ଛକ ନିକଟରେ ସିରିଜ ଦୁର୍ଘଟଣା। ଘଟଗାଁ ତାରିଣୀ ଦର୍ଶନ ସାରି ଫେରୁଥିବା ତୀର୍ଥ ଯାତ୍ରୀ ବସକୁ ଧକ୍କା...

ସୁଗ୍ରୀବଙ୍କ ରଙ୍ଗ ତୂଳୀରେ ଝଲସୁଛି ଆଦିମ ଜନଜାତି ଜୁଆଙ୍ଗଙ୍କ ଚିତ୍ରକଳା

କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ଆଦିମ ଜନଜାତି ଜୁଆଙ୍ଗମାନେ ଏବେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ବିଭିନ୍ନ କଳା କୌଶଳରେ ନିଜର ପରିଦର୍ଷିତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri