ଟ୍ରଲି ଉପରେ ବନ୍ଧାପଡ଼ିଛି ଜୀବନ

ରସୁଲପୁର,୧୮।୧୦(ରଞ୍ଜିତ ରାଉତ): ବିଭିନ୍ନ ଗାଁ ଗଣ୍ଡା, ଜାତୀୟ ରାଜପଥ, ଭୋଜିଭାତ ହେଉଥିବା ଘର ଓ ମଣ୍ଡପ, ମେଳା ମହୋତ୍ସବ ପଡ଼ିଆ ବୁଲି ପଲିଥିନ, ପ୍ଲାଷ୍ଟିକ ବ୍ୟାଗ୍‌ ଓ ବୋତଲ ଆଦି ଗୋଟାଇ ଜୀବନ ବଞ୍ଚାନ୍ତି ସେମାନେ। ଏହା ସେମାନଙ୍କ ଜୀବିକା। କେବଳ ସେତିକି ନୁହେଁ, ଏହି ଜୀବିକା ସହ କୋମଳମତି ପିଲାମାନଙ୍କ ବି ଜୀବନ ବନ୍ଧା ପଡିଯାଇଛି। ବିଭିନ୍ନ ସ୍ଥାନରୁ ଗୋଟାଇ ଥିବା ନାନା ବ୍ୟବହୃତ ସାମଗ୍ରୀକୁ ଏକ ଟ୍ରଲି ଉପରେ ଲଦି କବାଡିଆ ଦୋକାନକୁ ମା’ବାପାମାନେ ନେଇଥାଆନ୍ତି। ସେହି ବସ୍ତା ଉପରେ ଶିଶୁମାନେ ଅସୁରକ୍ଷିତ ଭାବେ ବସିଥାଆନ୍ତି।ଏହି ଚିତ୍ରକୁ ଯେ କେହି ଦେଖିନ୍ତି ଟ୍ରଲି ଉପରେ ଜୀବନ ଜୀବିକା ବନ୍ଧା ପଡିଛି ବୋଲି କୁହନ୍ତି। ପିଲାମାନେ ମା’ବାପାଙ୍କ ସହ ବିଭିନ୍ନ ସ୍ଥାନ ବୁଲନ୍ତି।୧୦ରୁ ୧୨ବର୍ଷର ହୋଇଗଲେ ବିଭିନ୍ନ କାମରେ ନିୟୋଜିତ ହୋଇ ରୋଜଗାର ପନ୍ଥାକୁ ଆପଣେଇ ନେଇଥାଆନ୍ତି। ସେମାନଙ୍କ ପିଲାମାନେ ବିଦ୍ୟାଳୟ ମାଟି ମାଡି ନାହାଁନ୍ତୁ।ଏଭଳି ଘଟଣା କୋରେଇ, ରସୁଲପୁର, ଧର୍ମଶାଳା ବ୍ଲକ ଅଞ୍ଚଳରେ ବସବାସ କରୁଥିବା ଯାଯାବର ପରିବାରରେ ଦେଖିବାକୁ ମିଳୁଛି।
ଏହି ଯାଯାବର ପରିବାର କେଉଁ ପାର୍ବତ୍ୟା ଅଞ୍ଚଳରୁ ଆସି ସମତଳ ଅଞ୍ଚଳରେ ବସବାସ କରୁଛନ୍ତି। ଦୀର୍ଘବର୍ଷ ଧରି ସେମାନେ ଉପରୋକ୍ତ ବ୍ଲକ ଅଞ୍ଚଳରେ ରହି ଆସୁଥିଲେ ବି ସେମାନଙ୍କ ଚାଲିଚଳନ, ବେଶଭୂଷା, ବେଉସାରେ କୌଣସି ପରିବର୍ତ୍ତନ ଘଟିନାହିଁ। ରମା ମୁଣ୍ଡା ଓ ବିଜୟ ମୁଣ୍ଡାଙ୍କ ଭଳି ବହୁ ଯାଯାବର ପରିବାର ଲୋକଙ୍କ କ୍ଷେତ୍ରରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଉପରୋକ୍ତ ପରିବାର କେନ୍ଦୁଝର ଜିଲାର ଘଟଗାଁ ଅଞ୍ଚଳରୁ ଆସି ପାଣିକୋଇଲି ଥାନା ଅନ୍ତର୍ଗତ ମଣିପୁର, ରସୁଲପୁର ବ୍ଲକ ଅନ୍ତର୍ଗତ ସାରଙ୍ଗପୁର, ହରିପୁର, ସାମନ୍ତରାପୁର, ଧର୍ମଶାଳା ଅଞ୍ଚଳର ଲଘୁ ଖଣିଜ ଦ୍ରବ୍ୟ ଉତ୍ତୋଳନ ଅଞ୍ଚଳ, ହାଟ ବଜାର ଆଦି ସ୍ଥାନରେ ଚାଳିଆ, ଭଙ୍ଗା କୁଡିଆ, ପଲିଥିନ ତଳେ ବସବାସ କରୁଛନ୍ତି। କାଁ ଭାଁ କ୍ଷେତରେ ମୁଲିଆ ମଜୁରିଆ ଭାବେ କାର୍ଯ୍ୟ କରୁଛନ୍ତି ତ ଆଉ କେତେବେଳେ ରାସ୍ତାଘାଟ ନିର୍ମାଣ ଓ ମରାମତି କାର୍ଯ୍ୟରେ ନିୟୋଜିତ ହେଉଛନ୍ତି । ଏମାନଙ୍କୁ ବର୍ଷସାରା କାମ କରିବାର ସୁଯୋଗ ସୃଷ୍ଟି ହେଉ ନ ଥିବାରୁ ସେମାନେ ବିଭିନ୍ନ ସ୍ଥାନରେ ବୁଲି ପଲିଥିନ, ପ୍ଲାଷ୍ଟିକ ବୋତଲ ଆଦି ଗୋଟାଉଛନ୍ତି। ଏମତି ଦିନେ ଦୁଇଦିନ ବୁଲିଲେ ୧୦୦୦ ରୁ ୧୨୦୦ଟଙ୍କା ପର୍ଯ୍ୟନ୍ତ ରୋଜଗାର ହୋଇଯାଉଛି। ସେଥିରେ ପରିବାର ଚଳୁଛି।। ସେମାନେ କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ରାତ୍ରୀ ଯାପନ କରୁନାହାଁନ୍ତି ା ବିଭିନ୍ନ ସ୍ଥାନ ବୁଲାବୁଲି କରି ଯେଉଁଠି ସଞ୍ଜ ହେଉଛି ସେହି ଅଞ୍ଚଳରେ ମନ୍ଦିର, କ୍ଲବ, କମ୍ୟୁନିଟ ସେଣ୍ଟର ବାରଣ୍ଡା ସେମାନଙ୍କ ପାଇଁ ଆଶ୍ରୟ ସ୍ଥଳ ପାଲଟୁଛି। ପରଦିନ ସକାଳୁ ପୁଣି ଜରି ଗୋଟାଇବାରେ ଲାଗି ପଡୁଛନ୍ତି। ଏମତି ୩ ରୁ ୪ଦିନ ପରେ ସେମାନେ ମୂଳ ବାସ ସ୍ଥାନକୁ ଫେରୁଛନ୍ତି।
ଏହି ପରିବାର ପିଲାମାନଙ୍କୁ ଶିକ୍ଷା ଭଳି ମୌଳିକ ଅଧିକାରର ସୁବିଧା ମିଳି ପାରୁନାହିଁ। ଅଙ୍ଗନୱାଡି କେନ୍ଦ୍ରର ଅଣ୍ଡା, ଛତୁଆ ଓ ପୃଷ୍ଟିକର ଖାଦ୍ୟ ପିଲାମାନଙ୍କ ପାଇଁ ଅପହଞ୍ଚ ହୋଇଛି। ସରକାରୀ ସୁବିଧା କହିଲେ କେବଳ ରାଶନ ସାମଗ୍ରୀ ଭାବେ ମୁଣ୍ଡ ପିଛା ଚାଉଳ ୫ କିଲୋ ମିଳୁଛି। ଏବେ ବି ସେମାନଙ୍କ ପିଲାମାନଙ୍କ ନାମ ରାଶନ କାର୍ଡରେ ଯୋଡା ଯାଇ ନ ଥିବାରୁ ସେମାନଙ୍କୁ ଚାଉଳ ମିଳି ପାରୁନାହିଁ। ସେଇ ଚାଉଳ ଗଣ୍ଡାକ ଛାଡି ଦେଲେ ଆଉ କିଛି ସରକାରୀ ସୁବିଧା ମିଳୁନାହିଁ ବୋଲି ରାମାଙ୍କ ସ୍ତ୍ରୀ ସୁକାନ୍ତି ମୁଣ୍ଡା କହିଛନ୍ତି। ସେମାନଙ୍କ ପାଖରେ ବ୍ୟାଙ୍କ ଜମାଖାତା, ଜବ୍‌କାର୍ଡ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ, ଭୋଟର ପରିଚୟପତ୍ର ଭଳି କେତେକ ଆବଶ୍ୟକ ପ୍ରମାଣପତ୍ର ନାହିଁ। ପିଲାମାନଙ୍କୁ ଆଧାର କାର୍ଡ ମିଳି ପାରିନାହିଁ। ପ୍ରମାଣପତ୍ର ଅଭାବରୁ ସେମାନେ କୌଣସି ସରକାରୀ ଯୋଜନା ପାଇଁ ଆବେଦନ କରିପାରୁ ନାହାଁନ୍ତି।ଏହାଛଡା ସରକାରୀ ଯୋଜନା ସମ୍ପର୍କରେ ସେମାନେ ଅଜ୍ଞ ଥିବାରୁ ସେମାନଙ୍କୁ ଏ ନେଇ କେହି କେବେ ସଚେତନ କରାଉ ନାହାଁନ୍ତି ବୋଲି ଜରି ଗୋଟାଳି ପରିବାର ଅଭିଯୋଗ କରିଛନ୍ତି। ତେବେ ଏହି ବର୍ଗର ପରିବାର ସଦସ୍ୟଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ପାଇଁ ବିଭିନ୍ନ ସରକାରୀ ଯୋଜନା ଉପଲବ୍ଧ କରାଇବା ସହ ପିଲାମାନଙ୍କୁ ଶିକ୍ଷା ବ୍ୟବସ୍ଥାରେ ସାମିଲ କରିବା ଦିଗରେ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଦାବି ହେଉଛି। ଅନ୍ୟପକ୍ଷେ ବିଭିନ୍ନ ବର୍ଗ ଗରିବ ଓ ଦରିଦ୍ର ଶ୍ରେଣୀର ପରିବାରକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ କାର୍ଯ୍ୟ କରୁଥିବା ସ୍ବେଚ୍ଛାସେବୀ ସଙ୍ଗଠନ ଏଥିପ୍ରତି ଗୁରୁତ୍ୱ ଦେବାକୁ ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚର୍ଚ୍ଚାରେ ପାକିସ୍ତାନ କ୍ରିକେଟ ବୋର୍ଡ, PSLକୁ ନେଇ ନେଲା ଏମିତି ନିଷ୍ପତ୍ତି ସାରା ବିଶ୍ୱ ଚକିତ

ଇସଲାମାବାଦ,୨୭।୩: ପାକିସ୍ତାନ ସୁପର ଲିଗ (PSL)ର ଚଳିତ ସିଜିନରେ କିଛି ଭିନ୍ନ ଘଟଣା ଘଟିଛି। PSL 2026 ଶୁକ୍ରବାରଠାରୁ ଆରମ୍ଭ ହୋଇଛି, ଏବଂ ଏହି ଲିଗ ଏହାର…

ରାମନବମୀରେ ବିରଳ ସଂଯୋଗ, ଏହି ୩ ରାଶିର ଖୋଲିବ ଭାଗ୍ୟ

୨୭ ମାର୍ଚ୍ଚ ୨୦୨୬, ପ୍ରେମ ଏବଂ ସମ୍ପର୍କ ଦୃଷ୍ଟିରୁ ବିଶେଷ ଦିନ ହେବାକୁ ଯାଉଛି । ଆଜି ସାରା ଦେଶରେ ରାମନବମୀ ପାଳନ ହେଉଥିବା ବେଳେ ଅନେକ…

ପ୍ରଭୁ ରାମଙ୍କ ସୂର୍ଯ୍ୟାଭିଷେକ: ଦେଖିବାକୁ ପ୍ରବଳ ଭିଡ଼

ନୂଆଦିଲ୍ଲୀ,୨୭।୩: ରାମ ନବମୀ ଅବସରରେ ଅଯୋଧ୍ୟାରେ ଭକ୍ତଙ୍କ ସୁଅ ଛୁଟିଛି। ସକାଳୁ ସକାଳୁ ପ୍ରଭୁ ରାମଙ୍କୁ ସ୍ନାନ କରାଯାଇଥିଲା ଏବଂ ଆକର୍ଷଣୀୟ ପୋଷାକ ପିନ୍ଧି ସଜ୍ଜିତ କରାଯାଇଥିଲା।…

କ୍ଲାସ୍‌ରୁମ୍‌ରେ ଛାତ୍ରୀଙ୍କୁ ପ୍ରେମ ନିବେଦନ କଲେ ପ୍ରଫେସର, ତା’ପରେ ଯାହା ଘଟିଲା… କ୍ୟାମ୍ପସରେ ହଇଚଇ

ବେଙ୍ଗାଲୁରୁ,୨୭।୩: ବେଙ୍ଗାଲୁରୁ ଗ୍ରାମୀଣ ଜିଲାର ଟି. ବେଗୁରରେ ଥିବା ଶ୍ରୀ ସିଦ୍ଧାର୍ଥ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ରିସର୍ଚ୍ଚ ସେଣ୍ଟରରେ ବୁଧବାର ଏକ ଅଜବ ଏବଂ…

ଇରାନକୁ ବୋକା ବନାଉଛି ଆମେରିକା? ବୁଝନ୍ତୁ ଟ୍ରମ୍ପଙ୍କ ଡବଲ ଗେମ

ଓ୍ବାଶିଂଟନ,୨୭।୩: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ତୀବ୍ରତର ହେଉଛି। ଏହି ସମୟରେ, ଆମେରିକାର ରଣନୀତି ଉପରେ ନଜର ରଖାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲଗାତାର…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇ ଏମିତି କହିଦେଲେ ମୁଖ୍ୟମନ୍ତ୍ରୀ: ଗୁଜବ ଉପରେ…

ଭୁବନେଶ୍ୱର,୨୭।୩: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ୍ସସାଇଜ ଡ୍ୟୁଟି ହ୍ରାସ ପାଇଁ ଧନ୍ୟବାଦ ଜଣାଇଛନ୍ତି। ଏହି ନିଷ୍ପତ୍ତି ଲୋକଙ୍କୁ ଆଶ୍ୱସ୍ତି ଦେବ।…

ଆମକୁ କତାର ଭାବନ୍ତୁ ନାହିଁ, କାହିଁକି ଇସ୍ରାଏଲକୁ ଧମକାଇଲା ପାକିସ୍ତାନ? କହିଲା…

ଇସଲାମାବାଦ,୨୭।୩: ଇରାନ ଯୁଦ୍ଧ ମଧ୍ୟରେ, ପାକିସ୍ତାନ ଆମେରିକାର ମିତ୍ର ଇସ୍ରାଏଲକୁ ଧମକ ଦେଇଛି। ପାକିସ୍ତାନ ସ୍ପଷ୍ଟ ଭାବରେ ଚେତାବନୀ ଦେଇଛି ଯେ ଏହା କତାର ନୁହେଁ ଯେ…

ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି ବୈକୁଣ୍ଠ, ଘରେ ପୁଅ,ବୋହୂଙ୍କୁ ବାଡ଼େଇ…

ନୟାଗଡ଼,୨୭।୩(ଲୋକନାଥ ମିଶ୍ର): ନୟାଗଡ଼ ସଦର ବଲଭଦ୍ରପୁର ଗାଁର ବୈକୁଣ୍ଠ ସାହୁଙ୍କ ଘରୁ ଗୁରୁବାର ରାତିରେ ଚୋରି ହୋଇଛି। ଚୋରମାନେ ଗ୍ରୀଲ ଓ କବାଟ ଭାଙ୍ଗି ୭ ଲକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri