ଟ୍ରଲି ଉପରେ ବନ୍ଧାପଡ଼ିଛି ଜୀବନ

ରସୁଲପୁର,୧୮।୧୦(ରଞ୍ଜିତ ରାଉତ): ବିଭିନ୍ନ ଗାଁ ଗଣ୍ଡା, ଜାତୀୟ ରାଜପଥ, ଭୋଜିଭାତ ହେଉଥିବା ଘର ଓ ମଣ୍ଡପ, ମେଳା ମହୋତ୍ସବ ପଡ଼ିଆ ବୁଲି ପଲିଥିନ, ପ୍ଲାଷ୍ଟିକ ବ୍ୟାଗ୍‌ ଓ ବୋତଲ ଆଦି ଗୋଟାଇ ଜୀବନ ବଞ୍ଚାନ୍ତି ସେମାନେ। ଏହା ସେମାନଙ୍କ ଜୀବିକା। କେବଳ ସେତିକି ନୁହେଁ, ଏହି ଜୀବିକା ସହ କୋମଳମତି ପିଲାମାନଙ୍କ ବି ଜୀବନ ବନ୍ଧା ପଡିଯାଇଛି। ବିଭିନ୍ନ ସ୍ଥାନରୁ ଗୋଟାଇ ଥିବା ନାନା ବ୍ୟବହୃତ ସାମଗ୍ରୀକୁ ଏକ ଟ୍ରଲି ଉପରେ ଲଦି କବାଡିଆ ଦୋକାନକୁ ମା’ବାପାମାନେ ନେଇଥାଆନ୍ତି। ସେହି ବସ୍ତା ଉପରେ ଶିଶୁମାନେ ଅସୁରକ୍ଷିତ ଭାବେ ବସିଥାଆନ୍ତି।ଏହି ଚିତ୍ରକୁ ଯେ କେହି ଦେଖିନ୍ତି ଟ୍ରଲି ଉପରେ ଜୀବନ ଜୀବିକା ବନ୍ଧା ପଡିଛି ବୋଲି କୁହନ୍ତି। ପିଲାମାନେ ମା’ବାପାଙ୍କ ସହ ବିଭିନ୍ନ ସ୍ଥାନ ବୁଲନ୍ତି।୧୦ରୁ ୧୨ବର୍ଷର ହୋଇଗଲେ ବିଭିନ୍ନ କାମରେ ନିୟୋଜିତ ହୋଇ ରୋଜଗାର ପନ୍ଥାକୁ ଆପଣେଇ ନେଇଥାଆନ୍ତି। ସେମାନଙ୍କ ପିଲାମାନେ ବିଦ୍ୟାଳୟ ମାଟି ମାଡି ନାହାଁନ୍ତୁ।ଏଭଳି ଘଟଣା କୋରେଇ, ରସୁଲପୁର, ଧର୍ମଶାଳା ବ୍ଲକ ଅଞ୍ଚଳରେ ବସବାସ କରୁଥିବା ଯାଯାବର ପରିବାରରେ ଦେଖିବାକୁ ମିଳୁଛି।
ଏହି ଯାଯାବର ପରିବାର କେଉଁ ପାର୍ବତ୍ୟା ଅଞ୍ଚଳରୁ ଆସି ସମତଳ ଅଞ୍ଚଳରେ ବସବାସ କରୁଛନ୍ତି। ଦୀର୍ଘବର୍ଷ ଧରି ସେମାନେ ଉପରୋକ୍ତ ବ୍ଲକ ଅଞ୍ଚଳରେ ରହି ଆସୁଥିଲେ ବି ସେମାନଙ୍କ ଚାଲିଚଳନ, ବେଶଭୂଷା, ବେଉସାରେ କୌଣସି ପରିବର୍ତ୍ତନ ଘଟିନାହିଁ। ରମା ମୁଣ୍ଡା ଓ ବିଜୟ ମୁଣ୍ଡାଙ୍କ ଭଳି ବହୁ ଯାଯାବର ପରିବାର ଲୋକଙ୍କ କ୍ଷେତ୍ରରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଉପରୋକ୍ତ ପରିବାର କେନ୍ଦୁଝର ଜିଲାର ଘଟଗାଁ ଅଞ୍ଚଳରୁ ଆସି ପାଣିକୋଇଲି ଥାନା ଅନ୍ତର୍ଗତ ମଣିପୁର, ରସୁଲପୁର ବ୍ଲକ ଅନ୍ତର୍ଗତ ସାରଙ୍ଗପୁର, ହରିପୁର, ସାମନ୍ତରାପୁର, ଧର୍ମଶାଳା ଅଞ୍ଚଳର ଲଘୁ ଖଣିଜ ଦ୍ରବ୍ୟ ଉତ୍ତୋଳନ ଅଞ୍ଚଳ, ହାଟ ବଜାର ଆଦି ସ୍ଥାନରେ ଚାଳିଆ, ଭଙ୍ଗା କୁଡିଆ, ପଲିଥିନ ତଳେ ବସବାସ କରୁଛନ୍ତି। କାଁ ଭାଁ କ୍ଷେତରେ ମୁଲିଆ ମଜୁରିଆ ଭାବେ କାର୍ଯ୍ୟ କରୁଛନ୍ତି ତ ଆଉ କେତେବେଳେ ରାସ୍ତାଘାଟ ନିର୍ମାଣ ଓ ମରାମତି କାର୍ଯ୍ୟରେ ନିୟୋଜିତ ହେଉଛନ୍ତି । ଏମାନଙ୍କୁ ବର୍ଷସାରା କାମ କରିବାର ସୁଯୋଗ ସୃଷ୍ଟି ହେଉ ନ ଥିବାରୁ ସେମାନେ ବିଭିନ୍ନ ସ୍ଥାନରେ ବୁଲି ପଲିଥିନ, ପ୍ଲାଷ୍ଟିକ ବୋତଲ ଆଦି ଗୋଟାଉଛନ୍ତି। ଏମତି ଦିନେ ଦୁଇଦିନ ବୁଲିଲେ ୧୦୦୦ ରୁ ୧୨୦୦ଟଙ୍କା ପର୍ଯ୍ୟନ୍ତ ରୋଜଗାର ହୋଇଯାଉଛି। ସେଥିରେ ପରିବାର ଚଳୁଛି।। ସେମାନେ କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ରାତ୍ରୀ ଯାପନ କରୁନାହାଁନ୍ତି ା ବିଭିନ୍ନ ସ୍ଥାନ ବୁଲାବୁଲି କରି ଯେଉଁଠି ସଞ୍ଜ ହେଉଛି ସେହି ଅଞ୍ଚଳରେ ମନ୍ଦିର, କ୍ଲବ, କମ୍ୟୁନିଟ ସେଣ୍ଟର ବାରଣ୍ଡା ସେମାନଙ୍କ ପାଇଁ ଆଶ୍ରୟ ସ୍ଥଳ ପାଲଟୁଛି। ପରଦିନ ସକାଳୁ ପୁଣି ଜରି ଗୋଟାଇବାରେ ଲାଗି ପଡୁଛନ୍ତି। ଏମତି ୩ ରୁ ୪ଦିନ ପରେ ସେମାନେ ମୂଳ ବାସ ସ୍ଥାନକୁ ଫେରୁଛନ୍ତି।
ଏହି ପରିବାର ପିଲାମାନଙ୍କୁ ଶିକ୍ଷା ଭଳି ମୌଳିକ ଅଧିକାରର ସୁବିଧା ମିଳି ପାରୁନାହିଁ। ଅଙ୍ଗନୱାଡି କେନ୍ଦ୍ରର ଅଣ୍ଡା, ଛତୁଆ ଓ ପୃଷ୍ଟିକର ଖାଦ୍ୟ ପିଲାମାନଙ୍କ ପାଇଁ ଅପହଞ୍ଚ ହୋଇଛି। ସରକାରୀ ସୁବିଧା କହିଲେ କେବଳ ରାଶନ ସାମଗ୍ରୀ ଭାବେ ମୁଣ୍ଡ ପିଛା ଚାଉଳ ୫ କିଲୋ ମିଳୁଛି। ଏବେ ବି ସେମାନଙ୍କ ପିଲାମାନଙ୍କ ନାମ ରାଶନ କାର୍ଡରେ ଯୋଡା ଯାଇ ନ ଥିବାରୁ ସେମାନଙ୍କୁ ଚାଉଳ ମିଳି ପାରୁନାହିଁ। ସେଇ ଚାଉଳ ଗଣ୍ଡାକ ଛାଡି ଦେଲେ ଆଉ କିଛି ସରକାରୀ ସୁବିଧା ମିଳୁନାହିଁ ବୋଲି ରାମାଙ୍କ ସ୍ତ୍ରୀ ସୁକାନ୍ତି ମୁଣ୍ଡା କହିଛନ୍ତି। ସେମାନଙ୍କ ପାଖରେ ବ୍ୟାଙ୍କ ଜମାଖାତା, ଜବ୍‌କାର୍ଡ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ, ଭୋଟର ପରିଚୟପତ୍ର ଭଳି କେତେକ ଆବଶ୍ୟକ ପ୍ରମାଣପତ୍ର ନାହିଁ। ପିଲାମାନଙ୍କୁ ଆଧାର କାର୍ଡ ମିଳି ପାରିନାହିଁ। ପ୍ରମାଣପତ୍ର ଅଭାବରୁ ସେମାନେ କୌଣସି ସରକାରୀ ଯୋଜନା ପାଇଁ ଆବେଦନ କରିପାରୁ ନାହାଁନ୍ତି।ଏହାଛଡା ସରକାରୀ ଯୋଜନା ସମ୍ପର୍କରେ ସେମାନେ ଅଜ୍ଞ ଥିବାରୁ ସେମାନଙ୍କୁ ଏ ନେଇ କେହି କେବେ ସଚେତନ କରାଉ ନାହାଁନ୍ତି ବୋଲି ଜରି ଗୋଟାଳି ପରିବାର ଅଭିଯୋଗ କରିଛନ୍ତି। ତେବେ ଏହି ବର୍ଗର ପରିବାର ସଦସ୍ୟଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ପାଇଁ ବିଭିନ୍ନ ସରକାରୀ ଯୋଜନା ଉପଲବ୍ଧ କରାଇବା ସହ ପିଲାମାନଙ୍କୁ ଶିକ୍ଷା ବ୍ୟବସ୍ଥାରେ ସାମିଲ କରିବା ଦିଗରେ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଦାବି ହେଉଛି। ଅନ୍ୟପକ୍ଷେ ବିଭିନ୍ନ ବର୍ଗ ଗରିବ ଓ ଦରିଦ୍ର ଶ୍ରେଣୀର ପରିବାରକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ କାର୍ଯ୍ୟ କରୁଥିବା ସ୍ବେଚ୍ଛାସେବୀ ସଙ୍ଗଠନ ଏଥିପ୍ରତି ଗୁରୁତ୍ୱ ଦେବାକୁ ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri